Advertisment

Big Announcement for Farmers: ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, SDRF ଫଣ୍ଡରୁ ଅନ୍ନଦାତାଙ୍କୁ ଦିଆଯିବ ୨୯୧ କୋଟି

ସର୍ବସ୍ବାନ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ପ୍ରାକୃତିକ ବିପର୍ଯ୍ୟୟ ଭାବେ ବିବେଚିତ ହେବ ଅଦିନିଆ ବର୍ଷା । ସେଇ ଆଧାରରେ ଅନ୍ନଦାତାଙ୍କୁ ଦିଆଯିବ କ୍ଷତିପୂରଣ ।

ଅଦ୍ୟତନ ହୋଇଛି
undefined

ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମହାଭରସା

Advertisment

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବୀମାରାଶି ସହ ଏସଡିଆରଏଫ୍ ଫଣ୍ଡରୁ ସର୍ବସ୍ବାନ୍ତ ଚାଷୀଙ୍କୁ ସହାୟତା ଦେବାକୁ ବଡ଼ ଘୋଷଣା ବି କଲେ। ରାଜ୍ୟ ବିପର୍ଯ୍ୟୟ ରିଲିଫ ଫଣ୍ଡରୁ ଏ ବାବଦରେ ୨୯୧ କୋଟି ୬୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ କହିଛନ୍ତି ସିଏମ୍। ତାସତ୍ତ୍ବେ ବିରୋଧୀ କିନ୍ତୁ କ୍ଷତିପୂରଣ ପ୍ରଦାନରେ ବିଳମ୍ବ ଓ ଅଧିକ ସହାୟତା ରାଶି ଦାବି କରୁଛନ୍ତି। ସେପଟେ ଉଜୁଡା କ୍ଷେତ ଦେଖି ଆଜି ପୁଣି ଯାଇଛି ଦୁଇ ଅନ୍ନଦାତାଙ୍କ ଜୀବନ ।

Advertisment

ସର୍ବସ୍ବାନ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ପ୍ରାକୃତିକ ବିପର୍ଯ୍ୟୟ ଭାବେ ବିବେଚିତ ହେବ ଅଦିନିଆ ବର୍ଷା । ସେଇ ଆଧାରରେ ଅନ୍ନଦାତାଙ୍କୁ ଦିଆଯିବ କ୍ଷତିପୂରଣ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଚାଲିଥିବା କୃଷି ଓଡିଶା ମଞ୍ଚରୁ ଆଜି ଏଭଳି ମହା ଆଶ୍ବସ୍ତି ବାର୍ତ୍ତା ଦେଇ ସିଏମ୍ ମୋହନ ମାଝୀ କହିଛନ୍ତି-ଚାଷୀ ବୀମା ପଞ୍ଜିକରଣ କରିଥିଲେ ସେଠୁ ତ ଅର୍ଥ ପାଇବେ, ତାସହ ସରକାରଙ୍କ ଏସଡିଆରଏଫରୁ ମଧ୍ୟ ସହାୟତା ପ୍ରଦାନ କରାଯିବ। ଗ୍ରାଉଣ୍ଡରୁ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ- ଆଜି ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି- ରାଜ୍ୟ ବିପର୍ଯ୍ୟୟ ରିଲିଫ ଫଣ୍ଡରୁ ୨୯୧ କୋଟି ୬୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସରକାର ପ୍ରଦାନ କରିବେ। ୩୩ ପ୍ରତିଶତ ବା ତାଠୁ ଅଧିକ ଫସଲ କ୍ଷତିଗ୍ରସ୍ତର ସମ୍ମୁଖୀନ ଚାଷୀଙ୍କୁ ସହାୟତା ମିଳିବ। ମିଳିଥିବା ରିପୋର୍ଟ ଅନୁସାରେ ୬ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କର ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହିସାବରେ ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ଦାନା ଉଜୁଡ଼ିଛି ।

ଅଧିକ ପଢ଼ନ୍ତୁ: 'ସୁଭଦ୍ରା'କୁ ନେଇ କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି, ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କଲେ ମିଳିବ ୨ଟି କିସ୍ତି

Advertisment

ତେଣେ ଫସଲ କ୍ଷତି ସହାୟତା ଓ କ୍ରମାଗତ ଚାଷୀ ମୃତ୍ୟୁକୁ ନେଇ ତେଜିଛି ରାଜନୀତି। ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି- ଧାନ କୁଇଣ୍ଡାଲ ପିଛା ୨୩ ଶହ ଟଙ୍କା ବାଦ୍ ୮ଶହ ଟଙ୍କା ଇନ୍‌ପୁଟ୍ ଆସିଷ୍ଟାନ୍ସ ଦେବାକୁ ସରକାର ଯେଉଁ ଘୋଷଣା କରିଛନ୍ତି- ତାହା ରାଜ୍ୟ ବଜେଟରେ ପ୍ରାବଧାନ ଅଛି । ତେଣୁ ସେ ଟଙ୍କା ଆଗ ପ୍ରଦାନ କରି ଚାଷୀକୁ ସାନ୍ତ୍ବନା ଦେବାରେ ଅସୁବିଧା କେଉଁଠି। ସେପଟେ ବିଜେଡି ଓ କଂଗ୍ରେସ ବି କ୍ଷତିପୂରଣ ରାଶି ପ୍ରଦାନରେ ବିଳମ୍ବକୁ ନେଇ ସରକାରଙ୍କୁ ଘେରିଥିବାବେଳେ ରାଜସ୍ବ ମନ୍ତ୍ରୀ କହିଛନ୍ତି ୧୫ ଦିନ ଭିତରେ ପଞ୍ଜିକୃତ ଚାଷୀ ବୀମା ରାଶି ପାଇବେ, ବାଦ୍ ପଡ଼ିଥିବା କୃଷକଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ସାମିଲ କରାଯିବ ।

ଏପଟେ ଅଦିନିଆ ବର୍ଷାରେ ଉଜୁଡ଼ା କ୍ଷେତ ଦେଖି ଚାଷୀ ମୃତ୍ୟୁରେ ଲାଗୁନି ବ୍ରେକ୍ । ଆଜି ନୟାଗଡ଼ ଜିଲ୍ଲା ରଣପୁରରେ ଯାଇଛି ଦୁଇ ଅନ୍ନଦାତାଙ୍କ ଜୀବନ। ବଳଭଦ୍ରପୁର ପଞ୍ଚାୟତ ବାସୁଦିଆ ଗାଁର ଦେବରାଜ ବାରିକଙ୍କ ହୃଦଘାତରେ ପ୍ରାଣ ଯାଇଥିବାବେଳେ ସେଇ ପଞ୍ଚାୟତର ଆଉ ଜଣେ ଚାଷୀ ଭଗବାନ ପ୍ରଧାନଙ୍କ ବ୍ରେନ ଷ୍ଟ୍ରୋକରେ ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଫସଲ ନଷ୍ଟ ପରେ ଋଣ ଚିନ୍ତା ଘାରିଥିଲା ବୋଲି ବି କହିଛନ୍ତି ସଂପର୍କୀୟ । ଏବେ ଦେଖିବାର କଥା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ପରେ କେତେଶୀଘ୍ର ସର୍ବହରା ଚାଷୀଙ୍କୁ ମିଳୁଛି ସହାୟତା ।

Advertisment

ଅଧିକ ପଢ଼ନ୍ତୁ: ମଣପୁରମ୍ ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି, ୩୦ କେଜି ସୁନା ଧରି ଚମ୍ପଟ ମାରିଲେ ଲୁଟେରା

Odisha Farmers Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ