Advertisment

ରାସ୍ତାରେ ଯେମିତି ଜଗିଛି ମୃତ୍ୟୁ; କେବେ ସୁଧୁରିବ ଟ୍ବିନସିଟି ରାସ୍ତାର ଭାଗ୍ୟ ?

ଯୁଆଡେ ଆଖି ବୁଲାଇବେ, ଖାଲଖମା ଦେଖିବାକୁ ପାଇବେ । ତା’ସହ ବର୍ଷା ହେଲେ ପୁଣି ସ୍ଥିତି ଆହୁରି ସଙ୍ଗୀନ ହୋଇଯାଉଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Roads Turning Into Death Traps

Roads Turning Into Death Traps

କେବେ ସୁଧୁରିବ ଟ୍ବିନସିଟି ରାସ୍ତାର ଭାଗ୍ୟ ? ଯୁଆଡେ ଆଖି ବୁଲାଇବେ, ଖାଲଖମା ଦେଖିବାକୁ ପାଇବେ । ତା’ସହ ବର୍ଷା ହେଲେ ପୁଣି ସ୍ଥିତି ଆହୁରି ସଙ୍ଗୀନ ହୋଇଯାଉଛି । କେଉଁଠି ଗାତ କିଛି ଜଣାପଡୁନି। ସତେକି ପାଦେ ପାଦେ ଜଗିଛି ବିପଦ। ତେଣେ ଦୁର୍ଗାପୂଜା ପୂର୍ବରୁ ସମସ୍ତ ରାସ୍ତା କାମ ହେବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ।

Advertisment

କେବେ ସୁଧୁରିବ ରାଜଧାନୀର ରାସ୍ତାର ଭାଗ୍ୟ ? ବର୍ଷା ପରେ ବିଗୁଡ଼ୁଛି ସ୍ଥିତି,ଚାରିଆଡେ ଖାଲ ଖମା, ଧୂଳି ଟିକିଏ ଅସାବଧାନତାରୁ ଘଟିପାରେ ଦୁର୍ଘଟଣା । ଆଉ କେଉଁଠି ନୁହେଁ, ରାଜ୍ୟର ହାର୍ଟ ଭୁବନେଶ୍ବର ସ୍ମାର୍ଟ ସିଟିର ଘଟଣା । ରାସ୍ତାରେ ଯେମିତି ଜଗିଛି ମୃତ୍ୟୁ। । ବଡ ବଡ ଖାଲ ଆଁ କରି ରହିଛି। ଟିକିଏ ଅସାବଧାନତା ରୁ ଘଟିଯାଇପାରେ ବଡ଼ ଦୁର୍ଘଟଣା। ହାତେ ମାପି ଚାଖଣ୍ଡେ ଚାଲିବା ଭଳି ଯାଉଛନ୍ତି ଗାଡି ଚାଳକ। ପୁଣି ବର୍ଷା ହେଲେ ବଳିଯାଏ ଦୁର୍ଦ୍ଦଶା। 

ନନ୍ଦନକାନନରୁ ଜୟଦେବ ବିହାର ରାସ୍ତାର ଜନତା ମୈଦାନ ପାଖର ଦୃଶ୍ୟ ହେଉ ବା ଇନଫୋସିଟି ରାସ୍ତା ହେଉ। ଅବା ବାଣୀବିହାର , ଆଚାର୍ଯ୍ୟ ବିହାର ରାସ୍ତା । ସବୁଠି ଶୋଚନୀୟ ସ୍ଥିତି, ହନ୍ତସନ୍ତ ହେଉଛନ୍ତି ରାଜଧାନୀ ବାସିନ୍ଦା। ତେଣେ ରାସ୍ତାରେ ଉଡୁଥିବା ପ୍ରବଳ ଧୂଳିରେ ଆକ୍ତାମାକ୍ତା ହୋଇଯାଉଛନ୍ତି ଗାଡି ଚାଳକ। ତେଣେ ଦୁର୍ଗାପୂଜା ପୂର୍ବରୁ ଭୁବନେଶ୍ବର ସହରର ସମସ୍ତ ରାସ୍ତା ମରାମତି କାମ ସରିବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। 

Advertisment

ସିଲଭର ସିଟି କଟକ ସହର ତ ନୁହେଁ, ଗାଁଠୁ ବି ଦୟନୀୟ ଅବସ୍ଥା। ୧୭ କିଲୋମିଟର କଟକର ରିଂ ବନ୍ଧ ରାସ୍ତା ପୁରା ଦୟନୀୟ। ଗଣେଶଘାଟଠୁ ନେଇ ଖାନନଗର, ସିଡିଏ, ଲିଙ୍କ୍ ରୋଡ, ପ୍ରେସ ଛକ ଆଦି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ବର୍ଷା ହେବା ପରେ ଅବସ୍ଥା କହିଲେ ନସରେ। ମଲାଚଣ୍ଡିଆ ଛକ ଟ୍ରାଫିକରେ ଅଟକୁଥିବା ଲୋକେ ପାଦ କେଉଁଠି ରଖିବେ ଜାଣିପାରୁ ନାହାନ୍ତି। କାରଣ ରାସ୍ତାରେ ବଡ ବଡ ଗାତ, ଚାରିଆଡ ଧୂଳି ହିଁ ଧୂଳି। ଖାସ୍ ଏଇଥିପାଇଁ ବିଭିନ୍ନ ସମୟରେ ଘଟୁଛି ଦୁର୍ଘଟଣା। ସତେକି ମରଣଯନ୍ତା ପାଲଟିଛି ରାସ୍ତା। ଆଗକୁ ପାର୍ବଣ ଆସୁଥିବାରୁ ରାସ୍ତାଘାଟର ମରାମତି ପାଇଁ ଦାବି ଉଠିଛି। ତେଣେ ମେୟର କହିଛନ୍ତି, ଖୁବ ଶୀଘ୍ର ମିଟିଂ କରାଯିବ। ଦୁର୍ଗା ପୂଜା ପୂର୍ବରୁ ମରାମତି କାମ ସରିବ ବୋଲି କହିଛନ୍ତି।

Condition Of Roads Poor Roads
Advertisment
Advertisment