Advertisment

ଆସିଲାଣି ପାର୍ବଣ ଋତୁ, ହେଲେ ସୁଧୁରିନି କଟକ ରାସ୍ତା-ଗଳିକନ୍ଦି ଅବସ୍ଥା

ରିଂ ବନ୍ଧଠୁ ନେଇ ଗଣେଶଘାଟ, ଖାନନଗର । ସବୁଠି ରାସ୍ତା ଦୁରବସ୍ଥାର ଜଳଜଳ ଚିତ୍ର ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Cuttack

Cuttack

ସିଲଭର ସିଟି କଟକ। ହେଲେ ଏହା ସହର ତ ନୁହେଁ, ଗାଁଠୁ ବି ଦୟନୀୟ ଅବସ୍ଥା। ଆଉ ଦିନ କେଇଟା ପରେ ଆରମ୍ଭ ହେବ ପାର୍ବଣ ୠତୁ। କଟକ ସହରରେ ଗହଳି ବଢିବ, ପୂଜା ମାହୋଲ ଜମିବ। କିନ୍ତୁ ବର୍ଷା ପରେ ରାସ୍ତାର ଅବସ୍ଥା ଯାହା, ଗହଳି ବଢିଲେ, କିଭଳି ଲୋକେ ହଇରାଣ ହେବେ, ତାକୁ ନେଇ ଦେଖାଦେଲାଣି ଚିନ୍ତା। କଟକ ରିଂ ବନ୍ଧ ରାସ୍ତା, ଗଣେଶଘାଟଠୁ ନେଇ ଖାନନଗର ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ।

Advertisment

କଟକ ମହାନଗର ନିଗମ ଅନ୍ତର୍ଗତ ମଲାଚଣ୍ଡିଆ ଛକ। ଟିକେ ବର୍ଷାରେ ରାସ୍ତାର ଅବସ୍ଥା ଶୋଚନୀୟ। ଦୀର୍ଘଦିନ ହେଲା ରାସ୍ତା ମରାମତି ହୋଇନଥିବାରୁ ଏଭଳି ସ୍ଥିତି ଉପୁଜିଛି। ଖାଲି ମଲାଚଣ୍ଡିଆ ଛକ କାହିଁକି, ଗଣେଶ ଘାଟରୁ ପୁରୀଘାଟ, ଖାନନଗର ପର୍ଯ୍ୟନ୍ତ ଏମିତି ଶୋଚନୀୟ ଅବସ୍ଥା। ପ୍ରତିଦିନ ସେଇ ରାସ୍ତାରେ ଗଡୁଛି ହଜାର ହଜାର ଗାଡି। ଘଟୁଛି ବି ଏକାଧିକ ଦୁର୍ଘଟଣା। ଆଗକୁ ପାର୍ବଣ ୠତୁ ଆସୁଥିବାରୁ ଗହଳି ବଢିବ, ଏଣୁ ଶୀଘ୍ର ରାସ୍ତା ମରାମତି ପାଇଁ ଦାବି ହୋଇଛି।

ସେହିଭଳି କଟକ ବାଦାମବାଡ଼ି ପାଲାମଣ୍ଡପ ନିକଟସ୍ଥ ୨୯ ନମ୍ବର ୱାର୍ଡ ନିୟୁକମଳପୁର ଅବସ୍ଥା ବି ସମାନ। ଏଠି ବର୍ଷକ ୧୨ ମାସ ରାସ୍ତାରେ ପାଣି। ସିଏମସି ପକ୍ଷରୁ ଜଳ ନିଷ୍କାସନ ପାଇଁ ପାଣି ପମ୍ପ ଲାଗିଥିବା ସତ୍ତ୍ବେ ସ୍ଥିତିରେ ସୁଧାର ନାହିଁ। ସ୍ଥାନୀୟ ବାସିନ୍ଦା ଏନେଇ ନାକେଦମ ହେଉଥିବାବେଳେ ସମାଧାନର ବାଟ ବାହାରି ପାରୁନି। ତେଣେ ମେୟର କହିଛନ୍ତି, ସ୍ଥାୟୀ ସମାଧାନର ବାଟ ବାହାର କରାଯିବା ନେଇ ଚିନ୍ତା କରାଯାଉଛି।

Advertisment
Cuttack Road
Advertisment
Advertisment