• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ନଦୀ ପାଣି ପାଲଟି ଯାଇଛି ବିଷ । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । କିଛିଦିନ ତଳେ ଯେଉଁ ନଦୀ ପାଣି ଗ୍ରାମବାସୀଙ୍କ ଜୀବନ ଧାରା ପାଲଟିଥିଲା। ଆଜି ସେଇ ନଦୀକୂଳେ ଛିଡାହେବା ମଧ୍ୟ ମୁସକିଲ ହୋଇପଡିଛି । ରାଜଗାଙ୍ଗପୁର ଅନ୍ତର୍ଗତ ଲାଇଙ୍ଗ ପଂଚାୟତ ଲାଇଙ୍ଗ ଗ୍ରାମର ଏ କରୁଣ ଦୃଶ୍ୟ । ଏଠାରେ ପ୍ରାୟ ୨୦୦ ପରିବାର ବାସ କରନ୍ତି । ଗ୍ରାମ ପାଖରେ ବହି ଯାଉଥିବା ଏହି ନକଟି ନଦୀ ଉପରେ ସେମାନେ ନିର୍ଭରଶୀଳ । ସ୍ନାନ, ଶୌଚ ହେବାଠୁ ଆରମ୍ଭ କରି ଗୃହ ପାଳିତ ପଶୁଙ୍କ କାମରେ ଏହି ପାଣି ବ୍ୟବହୃତ ହୁଏ । ହେଲେ ଏହି ନଦୀରେ ଡାଲମିଆ ସିମେଣ୍ଟରୁ ନିର୍ଗତ ରାସାୟନିକ ପଦାର୍ଥ ମିଶିବା ଯୋଗୁଁ ବିଷାକ୍ତ ହୋଇଛି ନଦୀପାଣି । ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ ।

ବିଷାକ୍ତ ପାଣିରେ ସ୍ନାନ କରିବାରୁ ଦେହ ଫଳିଯିବା ସହିତ କୁଣ୍ଡେଇ ହୋଇ ଫୋଟକା ହୋଇଯାଉଛି । ଏପରିକି କିଛିଦିନ ତଳେ ଦଶରୁ ଉର୍ଦ୍ଧ୍ୱ ଲୋକ ଏଥିପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଦୂଷିତ ଓ ରାସାୟନିକ ମିଶା ପାଣି ବ୍ୟବହାର ପାଇଁ ଏପରି ହେଉଥିବା ଡାକ୍ତର କହିଛନ୍ତି । ଜୀବନଧାରା ପାଲଟିଥିବା ନଦୀ ପାଣି ବିଷାକ୍ତ ହେବା ଯୋଗୁଁ ନିତ୍ୟ ବ୍ୟବହାର ପାଇଁ ପାଣି କେଉଁଠୁ ଆଣିବେ ବୋଲି ଚିନ୍ତା କଲେଣି ଗ୍ରାମବାସୀ । ଏପଟେ ପ୍ରଶାସନ ସବୁ ଜାଣିଶୁଣି ଚୁପ ରହୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ନଦୀକୁ ବିଷାକ୍ତ ପାଣି ଛାଡ଼ି ଡାଲମିଆ ସିମେଣ୍ଟ କର୍ତ୍ତୃପକ୍ଷ ଅଚିନ୍ତା ନିଦରେ ଶୋଇଯାଇଛନ୍ତି । ଏପଟେ ଗ୍ରାମବାସୀ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା । ଏନେଇ ସେମାନେ ସରପଞ୍ଚ ଅଭିଯୋଗ କରିବା ସହ ପ୍ରଶାସନକୁ ମଧ୍ୟ ଜଣାଇଛନ୍ତି । ତେଣୁ ପ୍ରଶାସନ ଯଦି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ପ୍ରତିବାଦ ହେବ ବୋଲି ବୋଲି ଚେତାବନୀ ଦେଇଛନ୍ତି ଲୋକେ ।

OTV is now on Whatsapp

Join and get latest news update delivered to you via whatsapp

Join Now