Advertisment

Lingaraj Temple Rituals: ପୁଣି ମୁଣ୍ଡ ଟେକିଲା ସେବାୟତ ବିବାଦ; ମକରରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ

ଗତକାଲି ରାତି ସାଢେ ୮ଟାରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ସେବାୟତଙ୍କ ବିବାଦ ଲାଗି ବନ୍ଦ ରହିଛି ନୀତି।ସେହିପରି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ଆଜି ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମକର ଚରାଅସୀ ବେଶରେ ବିଭୂଷିତ ହେବେ ।

ଅଦ୍ୟତନ ହୋଇଛି
Lingaraj

Lingaraj

Advertisment

ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ । ଗତକାଲି ରାତି ସାଢେ ୮ଟାରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ସେବାୟତଙ୍କ ବିବାଦ ଲାଗି ବନ୍ଦ ରହିଛି ନୀତି। ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହେବା ପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ । ମକର ସଂକ୍ରାନ୍ତି ନିମନ୍ତେ ଘୃତ୍ୟ କମଳ ଲାଗି ହୁଏ । କିନ୍ତୁ ପୁନର୍ବାର ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ । ଯେଉଁଥିପାଇଁ ମହାପ୍ରଭୁ ଲିଙ୍ଗରାଜ ମକର ମଣ୍ଡପରେ ଗତକାଲି ସନ୍ଧ୍ୟାରୁ ବସି ରହିଛନ୍ତି । ନା କୌଣସି ନୀତି ହୋଇଛି ନା ଦିଅଁ ଦକ୍ଷିଣ ଘରକୁ ବିଜେ କରିଛନ୍ତି ।

Advertisment

ସେହିପରି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ଆଜି ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମକର ଚରାଅସୀ ବେଶରେ ବିଭୂଷିତ ହେବେ । କିମ୍ବଦନ୍ତୀ କହେ ପୁଷ ମାସରେ ମହାଲକ୍ଷ୍ମୀ ନିଜର ପିତ୍ରାଳୟ ଯାଇଥିଲେ। ମାଆ ଯଶୋଦା ତାଙ୍କ ପୁତ୍ରକୁ ପହିଲି ଭୋଗରେ ଅନେକ ପ୍ରକାରର ପିଠା ଖାଇବାକୁ ଦେଉଥିଲେ। ମହାଲକ୍ଷ୍ମୀ ତାଙ୍କ ବାପଘରୁ ମକର ଚାଉଳ ଓ ଅନେକ ପ୍ରକାରର ସୁବାସିତ ଦ୍ରବ୍ୟ ଧରି ଆସିଛନ୍ତି। ଚାଉଳରେ ଖୁଆ, ଚିନି ଓ ଅନେକ ପ୍ରକାରର ଦ୍ରବ୍ୟ ମିଶ୍ରିତ କରାଯାଇ ମକର ଚାଉଳ ଓ ଧନୁମୂଆଁ ଆଦି ଭୋଗ ଲାଗି ହୋଇ ମକର ବେଢା ନୀତିକାନ୍ତି କରାଯିବ।

ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି।ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ ।ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ଏହି ସର୍ବ ଭାରତୀୟ ପର୍ବକୁ ସମସ୍ତେ ଉତ୍ସାହର ସହ ପାଳନ କରନ୍ତି । ଏହି ପର୍ବ ପାଳନର କିଛି ବିଶେଷ୍ବତ ରହିଥାଏ। ମକର ସଂକ୍ରାନ୍ତିରେ ଗୁଡ଼ି ଉଡା ପର୍ବ ଅନୁଷ୍ଠିତ ହୋଇଥାଏ ।

Advertisment

ଏପଟେ ମକର ମେଳା ପାଇଁ ଚଳଚଞ୍ଚଳ ଖୋର୍ଦ୍ଧାର ପ୍ରସିଦ୍ଧ ବାବା ହଟକେଶ୍ୱର ମନ୍ଦିର । ବାଘମାରି ଅଟ୍ରିରେ ପ୍ରସିଦ୍ଧ ବାବା ହଟକେଶ୍ୱରଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ବିଶ୍ୱାସ ରହିଛି ପ୍ରଭୁ ହଟକେଶ୍ୱରଙ୍କର ମନ୍ଦିର ନିକଟରେ ଥିବା ଅଟ୍ରିରେ ମକର ସଂକ୍ରାନ୍ତି ଦିନ ମାନସିକ କରି ବୁଡ ପକାଇ ଗୁଆ ଖାଇଲେ ସନ୍ତାନ ପ୍ରାପ୍ତି ହୋଇଥାଏ ।

ଅଧିକ ପଢନ୍ତୁ: ମକର ସଂକ୍ରାନ୍ତିରେ କାହିଁକି ଖାଆନ୍ତି ରାଶି-ଗୁଡ଼ ଲଡୁ; କ’ଣ କହେ ବିଜ୍ଞାନ…

Advertisment
Puri Srimandir Lingaraj Temple Khurdha Makar Sankranti Lord Lingaraj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ