• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷ ୧୦ଟି ସ୍ଥାନରେ ହେବ ରାବଣପୋଡି । ୧୦ଟି ମଣ୍ଡପକୁ ରାବଣ ପୋଡି ପାଇଁ ଅନୁମତି ମିଳିଛି । ଝାରପଡା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ ରୋଡ଼ ଏବଂ ଚନ୍ଦକା ପୂଜା ମଣ୍ଡପକୁ ଅନୁମତି ମିଳିଛି । ସେହିପରି ସିମୁଳିଆ ପାଟଣା ଦୋଳ ଯାତ୍ରା ପଡ଼ିଆ ଏବଂ କପିଳ ପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ମଧ୍ୟ ହେବ ରାବଣପୋଡି ।

ଏଥିପାଇଁ ସମସ୍ତ ନିୟମ ମାନିବାକୁ ପୂଜା କମିଟିକୁ ନିର୍ଦ୍ଦେଶ ଦେଇଛି କମିଶନରେଟ ପୋଲିସ । ସମସ୍ତ ସ୍ଥାନରେ ଅଗ୍ନିଶମ ବାହିନୀ ଆଲର୍ଟରେ ରହିବାକୁ ନିର୍ଦେଶ ଦିଆଯାଇଛି । ସେପଟେ ରାବଣପୋଡ଼ି ନେଇ କମିଶନରେଟ୍ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ଦର୍ଶକ ରାବଣ ପୋଡ଼ି ଠାରୁ ୧୦୦ ମିଟର ଦୂରରେ ରହିବେ ।

ରାବଣପୋଡିରେ କେବଳ ଅନୁମତିପ୍ରାପ୍ତ ବାଣ ଫୁଟାଇ ପାରିବେ । ପବନର ବେଗ ଘଣ୍ଟାପ୍ରତି ୫୦କିମିରୁ ଅଧିକ ଥିଲେ ବାଣ ଫୁଟାକୁ ବାରଣ କରାଯାଇଛି । ଅଳ୍ପ ସଂଖ୍ୟକ କର୍ମଚାରୀ ରାବଣପୋଡି କାର୍ଯ୍ୟରେ ନିୟୋଜିତ ରହିବେ । ହସ୍ପିଟାଲ, ନର୍ସିଂହୋମ୍ ଓ ସ୍କୁଲର ୨୫୦ ମିଟର ପରିଧିରେ ବାଣଫୁଟା ମନା ।

ଉତ୍ସବ ସ୍ଥଳର ୨୦ ମିଟର ପରିଧିରେ ବିଦ୍ୟୁତିକ ସଂରଞ୍ଜାମ ରଖିବା ଉପରେ କଟକଣା ଲଗାଯାଇଛି । ଅଗ୍ନି ନିରାପତ୍ତାର ସମସ୍ତ ସରଞ୍ଜାମ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପାରାଦୀପ ରାବଣ ପୋଡ଼ି ଉତ୍ସବରେ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ତେରଚ୍ଛା ବାଣ । ପାରାଦୀପରେ ରାବଣ କିଏ, ଏଠାକାର ଲୋକେ ଜାଣିଛନ୍ତି କହିଲେ ମନ୍ତ୍ରୀ ।

‘ମୁନ୍ନା ପତି, ମହେନ୍ଦ୍ର ସ୍ୱାଇଁ ହତ୍ୟାରେ ସମ୍ପୃକ୍ତ ମନୁଷ୍ୟକୃତ ରାବଣ ଏଠି ବୁଲୁଛନ୍ତି । ଉଚିତ ଜବାବ ଦିଆଯିବ ଏବଂ ତାଙ୍କୁ ତାଙ୍କ ସ୍ଥାନ ଦେଖାଇ ଦିଆଯିବ ବୋଲି ପାରାଦୀପବାସୀଙ୍କ ପାଖରେ ମୋର ସଂକଳ୍ପ ବୋଲି କହିଛନ୍ତି । ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କୁ ମଧ୍ୟ ନାଁ ନ ନେଇ ଟାର୍ଗେଟ୍ କରିଛନ୍ତି ମନ୍ତ୍ରୀ ।

ସେ କହିଛନ୍ତି ଦାମ ବାବୁ ସ୍ୱାଭିମାନୀ ନେତା ଥିଲେ, ତାଙ୍କ ଆତ୍ମା ଉପରେ କାନ୍ଦୁଥିବ । ତାଙ୍କ ବାପା ହତ୍ୟାକାରୀଙ୍କୁ ପାଖ ପୂରାଇ ଦେଉ ନ ଥିଲେ କିନ୍ତୁ ତାଙ୍କ ପୁଅ ଏବେ ତାଙ୍କୁ ସାଥିରେ ଧରି ବୁଲୁଛନ୍ତି ବୋଲି କହିଛନ୍ତି ସମ୍ପଦ ।
 

OTV is now on Whatsapp

Join and get latest news update delivered to you via whatsapp

Join Now