Advertisment

Ration Card: ହଠାତ୍ କଟାଯିବନି ରାସନ୍ କାର୍ଡ, ୩୧ ଲକ୍ଷଙ୍କ e-KYC ବାକି

ରାଜ୍ୟରେ ହଠାତ୍ ରାସନ କାର୍ଡ କଟାଯିବାର ନାହିଁ । ୩୦ ଲକ୍ଷ ୭୩୪ ଲୋକ e-KYC କରି ନଥିବା ଓ ୫୦ ହଜାର ପୋର୍ଟାଲ ଆବେଦନ ରହିଥିବା ସୂଚନା ମଧ୍ୟ ମିଳିଛି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କର ନିର୍ଦ୍ଦେଶ ଅନୁସାରେ ଡୋର-ଟୁ-ଡୋର ଭେରିଫିକେସନ ପରେ ନୂଆ ରାସନ କାର୍ଡ ଜାରି କରାଯିବ । ସମସ୍ତ ପ୍ରକ୍ରିୟା ୧୫ ଏପ୍ରିଲ ସୁଦ୍ଧା ସମାପ୍ତ ହେବ ।

ଅଦ୍ୟତନ ହୋଇଛି
ration card

ration card

Advertisment

ରାଜ୍ୟରେ ହଠାତ୍ କାହାର କଟାଯିବନି ରାସନ କାର୍ଡ। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ଏଯାଏ ରାଜ୍ୟର ୩୦ ଲକ୍ଷ ୭୩୪ ଲୋକ e-KYC କରି ନାହାନ୍ତି। ୩୧ ମାର୍ଚ୍ଚ ପରେ ସମ୍ପୂର୍ଣ୍ଣ ତାଲିକା ଆସିବା ପରେ କେତେ ଲୋକ e-KYC କରିନାହାନ୍ତି ଜଣାପଡ଼ିବ । ଏହି ତାଲିକା ଆସିଲେ ମାର୍ଚ୍ଚ ମାସ ପରେ ଫିଲ୍ଡ ଭିଜିଟ୍ କରି e-KYC କାହିଁକି ହୋଇନି ଯାଞ୍ଚ କରାଯିବ। ସେହିପରି ୬ ଲକ୍ଷ ୩୫ ହଜାର ରାସନ କାର୍ଡ ଧାରୀ ପୋର୍ଟାଲ ଜରିଆରେ ପୂର୍ବରୁ ଆବେଦନ କରିଛନ୍ତି।

Advertisment

ଅଧିକ ପଢନ୍ତୁ: ସାଙ୍ଘାତିକ ଅଭିଯୋଗ ଆଣିଲେ ଯୋଗାଣ ମନ୍ତ୍ରୀ,ସ୍ୱାସ୍ଥ୍ୟ କାର୍ଡ ହାତେଇବା ପାଇଁ ରାସନ କାର୍ଡ ନେଇଥିଲେ ଅଯୋଗ୍ୟ ହିତାଧିକାରୀ

ଏବେ ସେମାନଙ୍କ ସର୍ଭେ ଚାଲିଛି,ଯାହାକି ଏପ୍ରିଲ ୧୫ ସୁଦ୍ଧା ସରିବ। ସର୍ଭେ ପରେ ନୂଆ ରାସନ କାର୍ଡ ହିତାଧିକାରୀ ରାସନ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ନୂଆ ପୋର୍ଟାଲ ଖୋଲିଛି, ୫୦ ହଜାର ଆବେଦନ ଆସିଛି ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଗ୍ରାମାଞ୍ଚଳରେ ମାସିକ 10 ହଜାର ଏବଂ ସହରାଞ୍ଚଳରେ 15 ହଜାର ଆୟ ଥିଲେ କାର୍ଡ କଟିବାକୁ ପୂର୍ବରୁ ନିର୍ଦ୍ଦେଶ ଆସିଥିଲା। ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ, ସେଥିପାଇଁ ଫିଜିକାଲ ଭେରିଫିକେସନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ପରବର୍ତ୍ତୀ ସମୟରେ ଡୋର ଟୁ ଡୋର ଭେରିଫିକେସନ ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

Advertisment

ତେବେ ରାସନ କାର୍ଡକୁ ନେଇ ଗରିବ ମଧ୍ୟବିତ୍ତଙ୍କ ମଧ୍ୟରେ ଏବେ ଦେଖିବାକୁ ମିଳିଲାଣି ଭୟ । ଆୟକର ନୋଟିସ୍‌ ଆସିବା ପରେ ସମସ୍ତଙ୍କୁ ଘାରିଛି ରାସନ କାର୍ଡ କଟିଯିବା ଚିନ୍ତା । ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ। ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର। ଏନେଇ ଲିଷ୍ଟ ସହ ଡୋର ଟୁ ଡୋର ବୁଲି ଫିଜିକାଲ ଭେରିଫିକେସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫିଜିକାଲ ଭେରିଫିକେସନ ପରେ ନିଷ୍ପତ୍ତି ନିଆଯିବ ବୋଲି ଆଜି ଏହି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଆୟକର ଫାଇଲ କରିଛନ୍ତି, ସେମାନଙ୍କ କାର୍ଡ କଟି ଯାଉଛି ବୋଲି ଅଭିଯୋଗ ଆସୁଛି, କିନ୍ତୁ କାହାର କାର୍ଡ କଟିବନି। ଅଧିକାରୀମାନଙ୍କ ପାଖକୁ ଲିଷ୍ଟ ଯାଇଛି। ସେମାନେ ଡୋର ଟୁ ଡୋର ବୁଲି ଦେଖିବେ। କାହାର ଆୟ କେତେ ତା’ପରେ କାର୍ଡ କଟିବ।

ଅଧିକ ପଢନ୍ତୁ: ସାବଧାନ ! E-Kyc ଅପ୍‌ଡେଟ୍‌ ନଥିଲେ ସରକାର କାଟିବେ ରାସନ କାର୍ଡ

Odisha Ration Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ