ସିଂହଦ୍ୱାର ଆଗରେ ଲାଗିଲା ତିନି ରଥ । ଆଜ୍ଞାମାଳ ବିଜେ ପରେ ରଥଖଳାରୁ ୩ ରଥ ନନ୍ଦିଘୋଷ, ତାଳଧ୍ୱଜ, ଦେବଦଳନ ଟଣାଯାଇ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଛି । ପ୍ରଥମେ ନନ୍ଦିଘୋଷ ଦକ୍ଷିଣମୋଡ଼ ହୋଇ ସିଂହଦ୍ୱାର ନିକଟକୁ ଗଡ଼ିଥିଲା । ଏହା ପଛକୁ ଦେବଦଳନ ଓ ତାଳଧ୍ୱଜ ରଥକୁ ପୋଲିସ୍ କର୍ମଚାରୀ ଟାଣି ନେଇଥିଲେ । ଘଣ୍ଟଘଣ୍ଟା ନାଦରେ କମ୍ପୁଛି ବଡଦାଣ୍ଡ । ପ୍ରସ୍ତୁତ ରଥ, ପଥ ପ୍ରସ୍ତୁତ । କାଳିଆ ସାଆନ୍ତଙ୍କୁ ଦେଖିବାକୁ ବ୍ୟାକୁଳ ଭକ୍ତ । ରାତି ପାହିଲେ ରତ୍ନସିଂହାସନରୁ ଓହ୍ଲାଇ ଆସିବେ ନୀଳାଦ୍ରିନାଥ ।
ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଜନ୍ମବେଦୀକୁ ଯାତ୍ରା କରିବେ ବେନି ଭାଇ, ସାଙ୍ଗରେ ରହିବେ ଭଉଣୀ ସୁଭଦ୍ରା । ଏଥିପାଇଁ କେତେ ପ୍ରସ୍ତୁତି କେତେ ଆୟୋଜନ । ବଡ଼ଦାଣ୍ଡରେ ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ । ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧାବିଗ୍ରହ ।
Also Read
ଆଜ୍ଞାମାଳ ବିଜେ ପରେ ରଥଖଳାରୁ ଗଡ଼ିଲା ରଥ । ଦକ୍ଷିଣ ମୋଡ଼ ହୋଇ ସିଂହଦ୍ୱାର ଅଭିମୁଖେ ଗଡ଼ିଲା । #Puri #Srimandir #RathaYatra #OTV pic.twitter.com/BjyDCYGuv7
— ଓଟିଭି (@otvkhabar) June 26, 2025
ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠୁ ବଡ଼ ରଥ...ନିଆରା ପରମ୍ପରା ସହ ଜଡ଼ିତ ଏଠାକାର ଯାତ୍ରା
ରଥଯାତ୍ରା ପାଇଁ ସୁରକ୍ଷା ବଳୟରେ ରହିଛି ସାରା ପୁରୀ ସହର । ଜଳ, ସ୍ଥଳ ଓ ଆକାଶମାର୍ଗରୁ ରହିଛି ନଜର । ଏଥର ରଥଯାତ୍ରା ବେଳେ ମୁତୟନ ହେବେ NSG ସ୍ନାଇପର୍ସ, ଜଗିବେ ପ୍ରାୟ ୧୦ ହଜାର ପୋଲିସ । ଭୁବନେଶ୍ବର ଓ କୋଣାର୍କରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତା ସହ ସାରା ପୁରୀ ସହର ରହିବ AI ସିସିଟିଭି ନଜରରେ । ସବୁ ପ୍ରମୁଖ ସ୍ଥାନମାନଙ୍କୁ ମିଶାଇ ୨୭୫ଟି ସ୍ଥାନରେ CCTV ଲାଗିଛି ।
ଆଣ୍ଟି ଡ୍ରୋନ୍ ସିଷ୍ଟମ ଓ ଡଗ୍ ସ୍କ୍ବାଡ୍ ବି ତୀକ୍ଷ୍ଣ ନଜର ରଖିଛନ୍ତି । ବିଏସଏଫ୍, ସିଆରପିଏଫ ଓ ରାପିଡ୍ ଆକ୍ସନ ଫୋର୍ସକୁ ମିଶାଇ ୮ କଂପାନି ଫୋର୍ସ ରଥଯାତ୍ରାରେ ନିୟୋଜିତ ହେବେ । ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ୮ଟି ଭାଗରେ ଭାଗ କରିଛି ପୋଲିସ । ଉପକୂଳରେ ତଟରକ୍ଷୀ, ମେରାଇନ ପୋଲିସ ପାଟ୍ରୋଲିଂ କରୁଛନ୍ତି ।