/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728039610.jpg)
Melanistic Tiger
ଶିମିଳିପାଳ ଜଙ୍ଗଲରେ ବୁଲୁଛି କଳାବାଘ । ଯାହାର ଝଲକ ପୁଣି ଥରେ କ୍ୟାମେରାରେ କଏଦ ହୋଇଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନିଜେ ପିସିସିଏଫ ୱାଇଲ୍ଡ ଲାଇଫ୍ ସୁଶାନ୍ତ ନନ୍ଦ । ଶିମିଳିପାଳ ଅଭୟାରଣ୍ୟ ନିକଟରେ ପ୍ରସ୍ତାବିତ ଦେଶର ପ୍ରଥମ କଳାବାଘ ସଫାରୀ ପ୍ରକଳ୍ପ ପାଦେ ଆଗେଇଥିବା ବେଳେ ଏବେ ଏହି ଚିତ୍ର ସାମ୍ନାକୁ ଆସିବା ପରେ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ।
କଳା ବାଘ ସଫାରୀକୁ ପୂର୍ବରୁ ଏନ୍ଟିସିଏ ଅନୁମୋଦନ କରିଥିବା ବେଳେ ଏହାର ଡିଜାଇନକୁ ନିକଟରେ ମଞ୍ଜୁରୀ ଦେଇଛି ସେଣ୍ଟ୍ରାଲ ଜୁ’ ଅଥରିଟି । ବାରିପଦାରୁ ୧୦ କିଲୋମିଟର ଦୂରରେ ମଞ୍ଚିଆପଡ଼ାରେ ୧୦୦ ଏକର ଜମିରେ ତିଆରି ହେବାକୁ ଥିବା ଏହି କଳାବାଘ ସଫାରୀରେ ନନ୍ଦନକାନନରୁ କଳାବାଘ ଓ କଳା ଜିନ୍ ଥିବା ବାଘକୁ ଆଣି ଛଡ଼ାଯିବ ।
ଏମିତିକି ଏଠାରେ ବାଘଙ୍କ ପାଇଁ ରହିବ ସ୍ୱତନ୍ତ୍ର ହସ୍ପିଟାଲ । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ସଫାରୀ ପର୍ଯ୍ୟଟକଙ୍କ ପାଇଁ ଖୋଲା ହେବ । ଫଳରେ ଶିମିଳିପାଳ ବୁଲିବାକୁ ଆସୁଥିବା ପର୍ଯ୍ୟଟକ କଳାବାଘ ଦେଖିବାର ସୁଯୋଗ ପାଇପାରିବେ । ଏହା ପୂର୍ବରୁ ସୋସିଆଲ ମିଡିଆରେ ଏହି କଳାବାଘ ବିଚରଣ କରୁଥିବାର ଦୃଶ୍ୟ ବେଶ୍ ଭାଇରାଲ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)