Advertisment

Notice To Ramakrushna: ତେଜିଲା ଦୀଘା ଦିଅଁ ଓ ଧାମ ବିବାଦ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପାଖରେ ହାଜର ହେବେ ରାମକୃଷ୍ଣ

ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମପାତ୍ରଙ୍କ ସହ ଅନ୍ୟ ନିଯୋଗ ମୁଖ୍ୟମାନଙ୍କୁ କାଲି ସୁଦ୍ଧା ଏ ସଂପର୍କିତ ଦ୍ବନ୍ଦ୍ବାତ୍ମକ ତଥ୍ୟ ଉପରେ ହାଜର ହୋଇ ଉତ୍ତର ରଖିବାକୁ ନୋଟିସ୍ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସେପଟେ ରାମକୃଷ୍ଣଙ୍କ ବିରୋଧରେ ବଡ଼ ଆକ୍ସନ ପାଇଁ ଦାବି ଉଠିଥିବାବେଳେ ଶ୍ରୀମନ୍ଦିର ବାହାରକୁ କେମିତି ଦାରୁ ଗଲା ତାର ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ଅଦ୍ୟତନ ହୋଇଛି
undefined

ramakrushna

Advertisment

ତେଜିବାରେ ଲାଗିଛି ଦୀଘା ମନ୍ଦିର ଓ ଦିଅଁ ବିବାଦ। ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମପାତ୍ରଙ୍କ ସହ ଅନ୍ୟ ନିଯୋଗ ମୁଖ୍ୟମାନଙ୍କୁ କାଲି ସୁଦ୍ଧା ଏ ସଂପର୍କିତ ଦ୍ବନ୍ଦ୍ବାତ୍ମକ ତଥ୍ୟ ଉପରେ ହାଜର ହୋଇ ଉତ୍ତର ରଖିବାକୁ ନୋଟିସ୍ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସେପଟେ ରାମକୃଷ୍ଣଙ୍କ ବିରୋଧରେ ବଡ଼ ଆକ୍ସନ ପାଇଁ ଦାବି ଉଠିଥିବାବେଳେ ଶ୍ରୀମନ୍ଦିର ବାହାରକୁ କେମିତି ଦାରୁ ଗଲା ତାର ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

Advertisment

ନବକଳେବର ଦାରୁରେ ତିଆରି ହୋଇଛନ୍ତି ଦୀଘା ମନ୍ଦିରର ଚତୁର୍ଦ୍ଧା ମୂରତି। ଏ ନେଇ ବଂଗାଳି ଟିଭି ଚ୍ୟାନେଲକୁ ହଁ, ଓଡ଼ିଆ ଚ୍ୟାନେଲକୁ ନା। ଖୋଦ୍ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ବରେ ଥିବା ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ଏଭଳି ବାଚାଳପୂର୍ଣ୍ଣ ମନ୍ତବ୍ୟକୁ ନେଇ ଆଚମ୍ବିତ ଜଗନ୍ନାଥପ୍ରେମୀ। ସଭିଁଙ୍କ ମୁହଁରେ ଗୋଟିଏ କଥା, ଏମିତି କେମିତି ହେଲା ? ଯାହାଙ୍କ ହାତରେ ଦାରୁଘର ଚାବି କାଠି, ସେ ପୁଣି ମହାପ୍ରଭୁଙ୍କ ପ୍ରତି ବିଶ୍ବାସଘାତକତା କେମିତି କଲେ? ଦୀଘାରେ ଜଗନ୍ନାଥ ଧାମ ଲେଖାଯାଇ ମନ୍ଦିର ପ୍ରତିଷ୍ଠା ହେଉଥିଲା, ଏକଥା ଆଖିରେ ଦେଖି ବି କେମିତି ପୂଜାରେ ସାମିଲ ହେଲେ? ସେଠି ଚତୁର୍ଦ୍ଧା ମୂର୍ତ୍ତିଙ୍କ ବ୍ରହ୍ମ ସ୍ଥାପନ କରିଛନ୍ତି ବୋଲି ଯାହା କହିଛନ୍ତି, ଏହା କରିବାକୁ ତାଙ୍କ ହାତ ଗଲା କିପରି ? ଯେହେତୁ ବ୍ରହ୍ମ ପରିବର୍ତ୍ତନ ଏକ ଅତି ଗୁପ୍ତ ନୀତି, ତେଣୁ ଦୀଘାରେ ଏହାକୁ ପ୍ରଘଟ କରିବାକୁ କେମିତି ସାହାସ କଲେ ରାମକୃଷ୍ଣ? ଏଭଳି ଅକ୍ଷମଣୀୟ ଅପରାଧ ପାଇଁ ତୁରନ୍ତ ତାଙ୍କୁ ଜଗନ୍ନାଥଙ୍କ ସେବାରୁ ସବୁଦିନ ପାଇଁ ବହିଷ୍କାର କରାଯିବା ସହ ଦାରୁ ଗୃହରୁ ଚୋରି ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ବି ଉଠିଲାଣି ଦାବି।

ଅଧିକ ପଢ଼ନ୍ତୁ: ଆଇନ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ମନ୍ଦିର ସଂପର୍କରେ ତଦନ୍ତ କରି ସତ୍ୟାସତ୍ୟ ପଦାକୁ ଆଣ

Advertisment

ଦୀଘା ବିଗ୍ରହ ନବକଳେବର ବଳକା ଦାରୁରେ ନିର୍ମାଣ କରି ନେଇଥିବା କଥା ନିଜେ କହିଛନ୍ତି ରାମକୃଷ୍ଣ। ଏଠି ପ୍ରଶ୍ନ- ୨୦୧୫ ହେଉ ବା ତାପୂର୍ବ ନବକଳେବର ସମୟରୁ ଆଉ କେତେ ବଳକା ଦାରୁ ସାଇତା ହୋଇ ରହିଛି? ଶ୍ରୀମନ୍ଦିର ବେଢ଼ା ପରିସରରେ ଥିବା ଦାରୁ ଘରର ଚାବି ଏବେ କାହା ପାଖେ ଅଛି ? ତେଣେ ଆଇନ ମନ୍ତ୍ରୀ ବି କହିଛନ୍ତି-ଠାକୁରଙ୍କ ଦାରୁ କାଠକୁ ଅଲଗା ସ୍ଥାନରେ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ। ଦାରୁ କିପରି ଶ୍ରୀମନ୍ଦିର ବାହାରକୁ ଗଲା ତାର ତଦନ୍ତ ହେଲା ପରେ ସବୁ ସ୍ପଷ୍ଟ ହେବ। ମନ୍ଦ ଉଦ୍ଦେଶ୍ୟ ଥିବା ଲୋକଙ୍କ ଉପରେ ଦଣ୍ଡ ବିଧାନ ହେବ। ସେପଟେ ପୁରା ପ୍ରସଙ୍ଗରେ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଆଇନମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ଅନୁସାରେ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆସନ୍ତାକାଲି ପୂର୍ବାହ୍ନରେ ତାଙ୍କୁ ପଚରାଉଚରା କରିବାକୁ ସମୟ ଧାର୍ଯ୍ୟ ହୋଇଛି।

ଦୀଘା ପ୍ରସଙ୍ଗକୁ ନେଇ ଆକ୍ରୋଶ ଘେରକୁ ଆସିଥିବା ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ବିବାଦ ନୂଆ ନୁହେଁ। ୨୦୧୫ ମସିହା ନବକଳେବର ସମୟରେ ସର୍ବ ସାଧାରଣଙ୍କ ପାଇଁ ନିଷିଦ୍ଧ ଶବରପଲ୍ଲୀରେ ତାଙ୍କ କୋଳରେ ଶୋଇଥିଲେ ସେତେବେଳର ଆଇନ ମନ୍ତ୍ରୀ ଅରୁଣ ସାହୁ। ଯାହାର ଫଟୋ ବେଶ୍ ଭାଇରାଲ୍ ହୋଇଥିଲା। ସେହିବର୍ଷ ବ୍ରହ୍ମ ବିଭ୍ରାଟ ଘଟଣାରେ ବି ରାମକୃଷ୍ଣଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ହେଲେ ତାଙ୍କ ବିରୋଧରେ କୌଣସି ଘଟଣାରେ କାର୍ଯ୍ୟନୁଷ୍ଠାନ ନିଆନଯିବାରୁ ତାଙ୍କର ସାହାସ ବଢ଼ିଗଲା ବୋଲି କହିଛନ୍ତି ପୁରୀ ଓକିଲ ସଂଘ ସଭାପତି। ତେବେ ଏ ପ୍ରସଙ୍ଗରେ ରାମକୃଷ୍ଣ କିମ୍ବା ଅରୁଣଙ୍କ ପ୍ରତିକ୍ରିୟା ମିଳିନାହିଁ।

Advertisment

ସେପଟେ ଦୀଘାକୁ 'ଜଗନ୍ନାଥ ଧାମ' ନାଁ ଦେବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏହା ପଛରେ ଏକ ବିରାଟ ଷଡ଼ଯନ୍ତ୍ର ହୋଇଥିବା ଦର୍ଶାଇ, ତୁରନ୍ତ ପଦକ୍ଷେପ ନେବାକୁ ସେ ଗଜପତି ମହାରାଜଙ୍କୁ ଚିଠି ଲେଖି ଅନୁରୋଧ କରିଥିବା କହିଛନ୍ତି। ସେପଟେ ସାରା ବିଶ୍ବରେ ପୁରୀ ହିଁ ଜଗନ୍ନାଥ ଧାମ, ତେଣୁ ଅନ୍ୟ କୌଣସି ସ୍ଥାନକୁ ଏଭଳି ନାଁରେ ଡକାଯାଇ ପାରିବନି ବୋଲି କହିଛନ୍ତି ପୁରୀ ସାଂସଦ ସମ୍ବିତ୍ ପାତ୍ର। ସେମିତି ନାଁ ନନେଇ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି- ଯିଏ ହିନ୍ଦୁ ସଂସ୍କୃତି ଓ ପରମ୍ପରା ସହ ଖେଳିବ, ସେ ଫଳ ଭୋଗିବ।

ଅଧିକ ପଢ଼ନ୍ତୁ: ଦୀଘା ମନ୍ଦିରକୁ ଦାରୁ ପଠାଇବା ଘଟଣା, କାରଣ ଦର୍ଶାଅ ନୋଟିସ ଜାରି

Jagannath Temple Puri Jaggannth Temple Digha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ