Advertisment

ଓଡ଼ିଶାକୁ ୬ଟି ରେଳ ପ୍ରକଳ୍ପ; ମୁଖ୍ୟମନ୍ତ୍ରୀ କହିଲେ, ଏହା ପରିବହନକୁ ନୂଆ ଦିଶା ଦେବ...

ରେଳ ବିକାଶ ପାଇଁ ଓଡ଼ିଶାକୁ ୬ଟି ପ୍ରକଳ୍ପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେବ।

author-image
Sujit kumar Swain
Railway Boost For Odisha

Railway Boost For Odisha

ରେଳ ବିକାଶ ପାଇଁ ଓଡ଼ିଶାକୁ ୬ଟି ପ୍ରକଳ୍ପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେବ। କଳାହାଣ୍ଡି, ନବରଙ୍ଗପୁର, ମାଲାକନଗିରି, କେନ୍ଦୁଝର,  ମୟୁରଭଞ୍ଜ ଆଦି ଅଞ୍ଚଳରେ ଲାଭବାନ୍ ହେବ । ୧୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଓଡ଼ିଶା ପରିବହନକୁ ନୂଆ ଦିଶା ଦେବ। ଦିଲ୍ଲୀ ଗସ୍ତରେ ଥିବା ବେଳେ ନିଜ ଆଡୁ ନିମନ୍ତ୍ରଣ କରି ଓଡ଼ିଶା ସମ୍ପର୍କରେ ଅଶ୍ବିନୀ ବୈଷ୍ଣବ ଆଲୋଚନା କରିଥିଲେ ବୋଲି ମୋହନ ମାଝି କହିଛନ୍ତି। 

Advertisment

ଅନ୍ୟପଟେ ପ୍ରତି ଜିଲାକୁ କିପରି ରେଳ ସଂଯୋଗୀ କରଣ ହେବ ଏବଂ ରେଳ କରିଡର କଥା ଆଲୋଚନା ହୋଇଥିଲା। ଆଶା କରୁଛି ଖୁବ୍ ଶୀଘ୍ର ତାହା ପୂରଣ ହେବ। ପ୍ରକଳ୍ପ ଗୁଡିକ ଅନୁମୋଦନ ପାଇବା ପରେ ବି ଜମି ଅଧିଗ୍ରହଣ ଓ ଅନ୍ୟନ୍ୟ ସମସ୍ୟା ପାଇଁ କାମ ବିଳମ୍ବ ହୁଏ।  ମୋ ସରକାର କିନ୍ତୁ ଏଦିଗରେ ସମସ୍ତ ସହଯୋଗ କରିବେ। ମୁଁ ନିଜେ ଏହାର ତଦାରଖ କରିବି ବୋଲି ମୋହନ ମାଝୀ କହିଛନ୍ତି । 

ତେବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ କାର୍ଯ୍ୟକାରୀ ହେବାକୁ ଯାଉଛି ରେଲୱେର ୬ଟି ବୃହତ ଓ ମଧ୍ୟମ ପ୍ରକଳ୍ପ। ଦେଶରେ ମୋଟ ୮ଟି ବଡ଼ ଓ ମଧ୍ୟମ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଥିବା ବେଳେ ସେ ଭିତରୁ ୬ଟି ପ୍ରକଳ୍ପ ଓଡ଼ିଶାରେ ହେଉଥିବା ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହି ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ଆକାଂକ୍ଷିତ ଜିଲ୍ଲା ତଥା ଆଦିବାସୀ ଅଧ୍ୟୁଷିତ ନିର୍ବାଚନମଣ୍ଡଳୀରେ କରାଯାଉଥିବା ରେଳମନ୍ତ୍ରୀ କହିଛନ୍ତି। 

Advertisment

ଏହି ପ୍ରକଳ୍ପ ଗୁଡିକ ହେଲା ଗୁଣୁପୁର-ଥେରୁବାଲି (ନୂଆ ଲାଇନ୍), ଜୁନାଗଡ଼-ନବରଙ୍ଗପୁର, ବାଦାମପାହାଡ-କେନ୍ଦୁଝରଗଡ଼, ବାଙ୍ଗିରିପୋଷି-ଗୋରୁମହିଷାଣୀ, ମାଲକାନଗିରି- ପାଣ୍ଡୁରଙ୍ଗପୁରମ୍ (ଭାୟା ଭଦ୍ରାଚଳମ୍) ଏବଂ ବୁଢ଼ାମରା - ଚକୁଳିଆ । ୭୩ କିଲୋମିଟର ବିଶିଷ୍ଟ ଗୁଣୁପୁର ଥେରୁବାଲି ନୂଆ ଲାଇନ୍, ୧୧୬ କିଲୋମିଟର ଲମ୍ବ ଜୁନାଗଡ଼-ନବରଙ୍ଗପୁର, ବାଙ୍ଗିରିପୋଷି - ଗୋରୁମହିଷାଣୀ ୮୫ କିଲୋମିଟରର ଲାଇନ୍, ବୁଢ଼ାମରା - ଚକୁଳିଆ ପ୍ରାୟ ୬୦ କିଲୋମିଟର ଲାଇନ୍ ଏବଂ ମାଲକାନଗିରି ପାଣ୍ଡୁରଙ୍ଗପୁରମ୍ ଭଦ୍ରାଚଳମ ଦେଇ ୧୭୩ କିଲୋମିଟର ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । 

ଦେଶରେ ଏହି ୮ଟି ରେଳ ପ୍ରକଳ୍ପ ୭ ରାଜ୍ୟ ଏବଂ ୧୪ଟି ଜିଲ୍ଲା ମଧ୍ୟରେ କାର୍ଯ୍ୟକାରୀ ହେବ। ଏଥିପାଇଁ ମୋଟ ୨୪ ହଜାର ୬୫୭ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଆସନ୍ତା ୨୦୩୦-୩୧ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଫଳରେ ରେଳବାଇ ନେଟୱର୍କରେ ୯୦୦ କିଲୋମିଟର ବୃଦ୍ଧି ଘଟିବ। ଓଡ଼ିଶାର ୬ଟି ପ୍ରକଳ୍ପ ପାଇଁ ବ୍ୟୟବରାଦ ହୋଇଛି ୧୫ ହଜାର ୪ କୋଟି ଟଙ୍କା। 

Narendra Modi Railways Mohan Majhi Aswini Vaishnaw
Advertisment
Advertisment