Advertisment

Siali Beach: ଶାନ୍ତ ଥିଲା, ହଠାତ୍ ମାଡ଼ି ଆସିଲା; ଶାନ୍ତିରେ ଶୋଇ ପାରୁନାହାନ୍ତି ଶିଆଳିବାସୀ

ଜଗତସିଂହପୁର ଜିଲ୍ଲା ଶିଆଳି ନିକଟରେ ଅଶାନ୍ତ ରୂପ ଧାରଣ କରି କୂଳ ଲଙ୍ଘୁଛି ସମୁଦ୍ର। ହଠାତ ସମୁଦ୍ର ସ୍ଥଳଭାଗ ଆଡ଼କୁ ମାଡ଼ିଆସିଥିଲା। ଫଳରେ ଶିଆଳି ବେଳାଭୂମି ଓ ଜନବସତିରେ ଲୁଣିପାଣି ମାଡ଼ିଯାଇଛି।

author-image
Namita Biswal
ଅଦ୍ୟତନ ହୋଇଛି
sea breaches

sea breaches

ବିକଟାଳ ରୂପ ଦେଖାଉଛି ସମୁଦ୍ର । ସୁ ସୁ ଗର୍ଜନ କରି ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି । କାଲି ଜଗତସିଂହପୁର ଜିଲ୍ଲା ଏରସମାରେ ପୁଣି ଦେଖିବାକୁ ମିଳିଛି ସମୁଦ୍ରର ଉଗ୍ରରୂପ । ଶିଆଳି ନିକଟରେ ସମୁଦ୍ର ଅଶାନ୍ତ ରୂପ ଧାରଣ କରି କୂଳ ଲଙ୍ଘୁଛି । ଗତକାଲି ହଠାତ୍ ସମୁଦ୍ର ସ୍ଥଳଭାଗ ଆଡ଼କୁ ମାଡ଼ିଆସିଥିଲା । ଫଳରେ ଶିଆଳି ବେଳାଭୂମି ବଜାର ଓ ଜନବସତିରେ ଲୁଣିପାଣି ମାଡ଼ିଯାଇଛି । ସମୁଦ୍ରର ଅଶାନ୍ତ ରୂପ ଦେଖି ସମୁଦ୍ର କୂଳିଆ ଲୋକଙ୍କ ମନରେ ପଶିଛି ଛନକା । 

Advertisment

ସମୁଦ୍ର କୂଳ ଲଙ୍ଘିବାରୁ ଗତବର୍ଷ ଶିଆଳି ଭିୟୁ ଟାଓ୍ୱାରର ତଳ ଅଂଶ ଖାଇଯାଇଥିଲା । ଫଳରେ ପ୍ରଶାସନ ପକ୍ଷରୁ ତାହାକୁ ତୁରନ୍ତ ଭାଙ୍ଗି ଦିଆଯାଇଥିଲା । ସେହିପରି ଢ଼େଉ ମାଡରେ କୂଳରେ ଥିବା ଝାଉଁବଣ ନଷ୍ଟ ହେବାରେ ଲାଗିଛି । ସମୁଦ୍ର ଲଗାତାର କୂଳ ଲଙ୍ଘୁଥିବାରୁ ଏହାର ଆଖପାଖରେ ଥିବା ଗ୍ରାମଗୁଡିକର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Advertisment


ଅଧିକ ପଢ଼ନ୍ତୁ: ସରକାରୀ ବାବୁଙ୍କ ଏତେ ସମ୍ପତ୍ତି ! ଘର ଦେଖି ଭିଜିଲାନ୍ସ ଟେରା...

ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ଗତ ୧୫ ବର୍ଷ ଭିତରେ ଏମିତି ପାଣି ଉଠିବାର ଆମେ ଦେଖିନାହୁଁ । ୪ଟା ଲହଡ଼ି ଆସି ସ୍ଥଳଭାଗକୁ ମାଡି ଯାଇଥିଲା । ସମୁଦ୍ରର ଏଭଳି ରୂପ ଦେଖି ଭୟଭୀତ ହୋଇପଡିଥିଲୁ । ପର୍ଯ୍ୟଟକମାନେ ଦୌଡାଦୌଡି ହୋଇ ପଳାଇ ଯାଇଥିଲେ । ପାଣି ମାଡ଼ି ଆସିବା ଭୟରେ ଆମେ ରାତିସାରା ଶୋଇପାରିନୁ । ତେବେ ସମୁଦ୍ର କୂଳରେ ପଥରବନ୍ଧ ନିର୍ମାଣ ସହ ଅନ୍ୟାନ୍ୟ ସ୍ଥାୟୀ ବ୍ୟବସ୍ଥା କରାଗଲେ ସମୁଦ୍ର ଜୁଆରକୁ ଅଟକାଯାଇ ପାରିବ ବୋଲି ସେ କହିଛନ୍ତି । 

Jagatsinghpur Rising Sea Level
Advertisment
Advertisment