/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746443433.jpg)
Jagannath Dham Row
ପ୍ରବଳ ବିରୋଧ, ପ୍ରତିବାଦ ପରେ ବି ଏ ଯାଏଁ ଦୀଘାର ସବୁ ଜାଗାରୁ ହଟିନି ବିବାଦୀୟ 'ଜଗନ୍ନାଥ ଧାମ' ନାମ । ବିରୋଧ ତୀବ୍ରତର ହେଉଛି, ସବୁ ମହଲରେ କଡ଼ା ନିନ୍ଦା କରାଯାଉଛି, ତଥାପି ଚେତୁ ନାହାନ୍ତି ମମତା । ପ୍ରବଳ ବିରୋଧାଭାସ ପରେ ଦୀଘାରେ କେବଳ ଗୋଟିଏ ନାମଫଳକରୁ 'ଜଗନ୍ନାଥ ଧାମ' ଲେଖା ହଟାଯାଇଛି, ମାତ୍ର ଏବେ ବି ଦୀଘା ମନ୍ଦିର ୱେବସାଇଟରେ ସ୍ପଷ୍ଟ ଭାବେ 'ଜଗନ୍ନାଥ ଧାମ' ଲେଖାରହିଛି । ଏଥିସହ ଏକାଧିକ ସ୍ଥାନରେ ମଧ୍ୟ 'ଧାମ' ଲେଖା ରହିଥିବା ଜଣାପଡିଛି ।
After strong protests from devotees of Prabhu Jagannath, the West Bengal government was forced to quietly remove the misleading ‘Dham’ signage in Digha. This is a significant victory for Hindu unity and a setback to Mamata Banerjee’s divisive agenda. When Hindus stand united, no… pic.twitter.com/T77OCyNZiz
— Amit Malviya (@amitmalviya) May 5, 2025
ଅଧିକ ପଢ଼ନ୍ତୁ: ଶ୍ରୀକ୍ଷେତ୍ରକୁ ଗୌଣ କଲେ ମମତା ! ଚାଲିଛି କି ବଡ଼ ପଡ଼ଯନ୍ତ୍ର ? ଜବତ, ୯ ଗିରଫ
ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରରୁ 'ଜଗନ୍ନାଥ ଧାମ' ଲେଖାକୁ ହଟାଯାଇଥିବା ନେଇ ଆଜି ବିଜେପି ଆଇଟି ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ ଟ୍ୱିଟ୍ କରି ସୂଚନା ଦେଇଥିଲେ । ସେ ମନ୍ଦିରର ପୂର୍ବର ଫୋଟ (ଯେଉଁଠି ଜଗନ୍ନାଥ ଧାମ ଲେଖାଯାଇଥିଲା) ଓ ପରର ଫଟୋ ପୋଷ୍ଟ କରି Xରେ ଲେଖିଛନ୍ତି, ''ପ୍ରବଳ ବିରୋଧ ପରେ ପଶ୍ଚିମବଙ୍ଗ ସରକାର ବାଧ୍ୟ ହୋଇ ଜଗନ୍ନାଥ ଧାମ ଫଳକ ହଟାଇଛନ୍ତି । ଏହା ହିନ୍ଦୁ ଏକତାର ବିଜୟ ଓ ମମତାଙ୍କ ପ୍ରତି ଶକ୍ତ ଧକ୍କା । ଯେତେବେଳେ ହିନ୍ଦୁ ଏକାଠି ହେବେ, କୌଣସି ହୀନ ରାଜନୀତି ତିଷ୍ଠିବନି ।'' ତେବେ କେବଳ ଗୋଟିଏ ଫଳକରୁ 'ଧାମ' ଲେଖା ହଟିଥିଲେ ହେଁ ଏବେ ବି ୱେବସାଇଟ ସହ ଏକାଧିକ ସ୍ଥାନରେ ଧାମ ଲେଖା ରହିବାକୁ ନେଇ ବିବାଦ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟ ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘାଠାରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ । ମମତାଙ୍କ ନିମନ୍ତ୍ରଣ କ୍ରମେ ପୁରୀରୁ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ସମେତ କିଛି ଦଇତାପତି ସେବାୟତ ଏହି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ । ତେବେ ଏହି ମନ୍ଦିରକୁ ଜଗନ୍ନାଥ ଧାମ ବୋଲି କୁହାଯିବା ଏବଂ ପୁରୀରୁ ବଳକା ନବେକଳବର ଦାରୁରେ ଦୀଘା ଦିଅଁ ନିର୍ମାଣ ଚର୍ଚ୍ଚାକୁ ନେଇ ଓଡ଼ିଶାରେ ଜୋର୍ ଧରିଥିବା ବିରୋଧ ।
ଜଗନ୍ନାଥ ପ୍ରେମୀଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରବଳ ବିରୋଧାଭାସ ପ୍ରକାଶ ପାଇଥିଲା । ବିଶ୍ୱରେ ଯେଉଁଠି ବି ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ ହେଉ ନା କାହିଁକି ଧାମ କେବଳ ଗୋଟିଏ ଏବଂ ତାହା ପୁରୀ ବୋଲି ସମସ୍ତେ କହିଥିଲେ । ଏହାପରେ ଆଜି ପଶ୍ଚିମବଙ୍ଗ ସରକାର ଦୀଘା ମନ୍ଦିରର ଗୋଟିଏ ସ୍ଥାନରୁ ଜଗନ୍ନାଥ ଧାମ ଲେଖିଥିବା ଫଳକ ହଟାଇଥିଲେ ହେଁ ଏବେ ବି ୱେବସାଇଟ୍ରେ 'ଧାମ' ଲେଖା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)