/odishatv-khabar/media/post_attachments/uploadimage/library/16_9/16_9_0/BMC_Office_1726903639.jpg)
BMC Office
ଡ୍ରେନ୍ ସମସ୍ୟା ପାଇଁ ବିଏମ୍ସି କାର୍ଯ୍ୟାଳୟରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ । ବିଏମ୍ସି ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠରେ ପରିସ୍ରା କରି ପ୍ରତିବାଦ କରିଛନ୍ତି ୪୫ନଂ ୱାର୍ଡ ଶବର ସାହିର ବାସିନ୍ଦା। ଗତକାଲି ବିଏମ୍ସି କର୍ଯ୍ୟାଳୟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ବାରମ୍ବାର ଦୌଡ଼ିବା ସତ୍ତ୍ୱେ ଡ୍ରେନ୍ କାମ ହେଉନଥିବାରୁ ଏଭଳି ପ୍ରତିବାଦ ପନ୍ଥାକୁ ଆପଣାଇଥିଲେ ଶବର ସାହିର ବାସିନ୍ଦା।
ଦୀର୍ଘ ଦିନ ହେଲା ସେମାନଙ୍କ ସାହିରେ ଡ୍ରେନ୍ କାମ ଅଧାରେ ଅଟକିଛି। ପାଖାପାଖି ୬୦୦ ମିଟର ଡ୍ରେନର କାମ ଅଧରେ ଅଟକିଛି । ଅଫିସରଙ୍କ ଅବହେଳା ପାଇଁ ହୋଇପାରୁ ନାହିଁ ଡ୍ରେନ କାମ ।
ଏଥିପାଇଁ ଡ୍ରେନ୍ ପାଣି ଯାଇ ସ୍ୱରେଜ୍ ଲାଇନ୍ରେ ପଶୁଛି। ଘର ଭିତରେ ମଳ ଓ ନର୍ଦ୍ଦମା ପାଣି ଭାସୁଛି। ବାରମ୍ବାର ଗୁହାରି ଜଣାଇବା ସତ୍ତ୍ୱେ ବିଏମ୍ସି ଡ୍ରେନ୍ କମ କରୁନି। ବର୍ଷା ହେଲେ ସ୍ଥିତି ସଙ୍ଘାତିକ ହେଉଛି। ଘରେ ମଳ ପାଣି ପଶିବା ଯୋଗୁ ଲୋକେ ନା' ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି। ତୁରନ୍ତ କାମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଏମ୍ସସି ଅଧିକାରୀ ।
#BMC_ଅଫିସରେ_ପରିସ୍ରା_କରିଦେଲେ_ଲୋକେ
ଭୁବନେଶ୍ୱର ମହାନଗର ନିଗମ ଅଫିସରେ ପରିସ୍ରା କରିଦେଲେ ଲୋକେ । BMC ଅଫିସ୍ ଭିତରେ ପରିସ୍ରା କରି ବିକ୍ଷୋଭ, ଅସନ୍ତୋଷ ଜଣାଇଥିଲେ ୪୫ ନମ୍ବର ୱାର୍ଡର ଶବର ସାହି ବାସିନ୍ଦା ।..#BMC#Bhubaneswar#Odisha#Protest#OTVpic.twitter.com/qH7GF2mR6Q— ଓଟିଭି (@otvkhabar) September 21, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)