Advertisment

କାହିଁକି ମିଳୁନି ପାଣ୍ଡିଆନ୍‌ଙ୍କ ହେଲିକପଟର ଗସ୍ତ ଖର୍ଚ୍ଚର ହିସାବ ? ଗାଏବ କରିଦେଇଛି କି ପୂର୍ବ ସରକାର ?

ଘିରି ଘିରେ ହୋଇ ହେଲିକପଟରରେ ଘୁରୂଥିଲେ, ହେଲେ ଖର୍ଚ୍ଚର ହିସାବ ନାହିଁ ତାହାଲେ କାହା ଟଙ୍କାରେ ହେଲିକପଟରରେ ଉଡୁଥିଲେ ଭି.କେ. ପାଣ୍ଡିଆନ୍ ? ପାଣ୍ଡିଆନ୍‌ଙ୍କ ହେଲିକପଟର ଉଡ଼ାରେ ପାଣି ଭଳି ଖର୍ଚ୍ଚ ହୋଇଛି କେତେ ଟଙ୍କା ?

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

VK Pandian Chopper Rides

୨୪ ନିର୍ବାଚନ ବେଳେ ଓ ତାପୂର୍ବରୁ ଜିଲ୍ଲାରୁ ଜିଲ୍ଲା ବୁଲୁଥିବା ଭି.କେ ପାଣ୍ଡିଆନଙ୍କ ହେଲିକପଟର ଗସ୍ତ ଖର୍ଚ୍ଚ କେତେ ? ତଥ୍ୟ ମାଗି ମାଗି ଆରଟିଆଇ କର୍ମୀ ହାଲିଆ, ହେଲେ ହିସାବ ମିଳୁନି। ଆଉ ତା’ଭିତରେ ଆଜି ପରିବହନମନ୍ତ୍ରୀ ବିଭୂତି ଜେନା ଏକ ବଡ଼ ବୟାନ ଦେଇ କହିଛନ୍ତି- ରାଜକୋଷ ଲୁଣ୍ଠନ ଆଦୌ ଗ୍ରହଣୀୟ ନୁହେଁ। ରାଜ୍ୟ ସରକାର ତଦନ୍ତ କରୁଛନ୍ତି, ନିଶ୍ଚେ କାର୍ଯ୍ୟାନୁଷ୍ଠାନ ହେବ। ତେଣେ ଏ ପ୍ରସଙ୍ଗକୁ ନେଇ ରାଜନୀତି ବି ତେଜିଛି।

Advertisment

ଘିରି ଘିରେ ହୋଇ ହେଲିକପଟରରେ ଘୁରୂଥିଲେ, ହେଲେ ଖର୍ଚ୍ଚର ହିସାବ ନାହିଁ ତାହାଲେ କାହା ଟଙ୍କାରେ ହେଲିକପଟରରେ ଉଡୁଥିଲେ ଭି.କେ. ପାଣ୍ଡିଆନ୍ ? ପାଣ୍ଡିଆନ୍‌ଙ୍କ ହେଲିକପଟର ଉଡ଼ାରେ ପାଣି ଭଳି ଖର୍ଚ୍ଚ ହୋଇଛି କେତେ ଟଙ୍କା ? ଫେବ୍ରୁଆରୀ ୨୦୨୦ରୁ ଡିସେମ୍ବର ୨୦୨୩ କେତେବେଳେ ଫାଇଭ୍-ଟି ସଚିବ ତ କେତେବେଳେ ଫାଇଭ-ଟି ଅଧ୍ୟକ୍ଷ ନାଁରେ ଜିଲ୍ଲାରୁ ଜିଲ୍ଲା ବୁଲି ଲୋକଙ୍କଠାରୁ ଅଭିଯୋଗପତ୍ର ସଂଗ୍ରହ ନାଁରେ ପାଣ୍ଡିଆନ୍‌ଙ୍କ ହେଲିକପଟରର ବୁଲା ଖର୍ଚ୍ଚ ଜାଣିବାକୁ ଚାହୁଁଛନ୍ତି ଓଡ଼ିଶାର ଜନତା ଆଉ ତଥ୍ୟ ଖୋଜୁଛନ୍ତି ନୂଆ ବିଜେପି ସରକାର।

ତେବେ ତା’ଭିତରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଦେଇଛନ୍ତି ବଡ଼ ମନ୍ତବ୍ୟ। ମନ୍ତ୍ରୀ କହିଛନ୍ତି- ସର୍ବସମ୍ମୁଖରେ ରାଜକୋଷ ଲୁଣ୍ଠନ ଆଦୌ ଗ୍ରହଣୀୟ ନୁହେଁ। ସରକାର ତା ଉପରେ ନଜର ରଖିଛନ୍ତି, ଅପେକ୍ଷା କରନ୍ତୁ ନିଶ୍ଚେ କାର୍ଯ୍ୟାନୁଷ୍ଠାନ ହେବ। ହେଲିକପ୍ଟର କିଏ ନେଇ ଯାଇପାରିବେ ତାର ବିଧି ରହିଛି, ଉଲ୍ଲଂଘନ ହୋଇଥିଲେ ଯିଏ ଦୋଷ କରିଛି-ତା’ ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ଆଉ ଲୋକେ ବି ତାହା ଦେଖିବାକୁ ଅପେକ୍ଷାରେ ଅଛନ୍ତି।

Advertisment

ଏଣେ ସୂଚନା ଅଧିକାର ଆଇନ୍ ବଳରେ ପାଣ୍ଡିଆନଙ୍କ ହେଲିକପଟର ଗସ୍ତ ଖର୍ଚ୍ଚର ହିସାବ ଜାଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରରୁ ପରିବହନ ବିଭାଗ ପର୍ଯ୍ୟନ୍ତ ଦୀର୍ଘ ୬ମାସ ଚକ୍କର କାଟିବା ପରେ ଟଙ୍କାଟିଏ ବି ହିସାବ ପାଇନଥିବା ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ  ଗଣମାଧ୍ୟମ ଆଗରେ ରଖିଛନ୍ତି ରୋଚକ ତଥ୍ୟ। ପ୍ରଦୀପ କହିଛନ୍ତି- ନବୀନଙ୍କ ପ୍ରତିନିଧି ଭାବେ ନିର୍ବାଚନ ପୂର୍ବରୁ ଜିଲ୍ଲାରୁ ଜିଲ୍ଲାକୁ ହେଲିକପଟରରେ ଉଡ଼ି ପାଣ୍ଡିଆନ୍ ଅଭିଯୋଗପତ୍ର ସଂଗ୍ରହ ପାଇଁ ବୁଲୁଥିବାର ତଥ୍ୟ କିଛି ଜିଲ୍ଲାପାଳଙ୍କଠୁ ମିଳିଛି। ଏମିତିକି ପାଣ୍ଡିଆନ୍‌ଙ୍କ ଗସ୍ତ ପାଇଁ ପୂର୍ତ୍ତବିଭାଗ ହେଲିପ୍ୟାଡ୍ ନିର୍ମାଣ କରିଥିବା ଓ ସୁରକ୍ଷା ପାଇଁ ପୋଲିସ୍ ମୁତୟନ ହୋଇଥିବା ବି କିଛି ଏସପିଙ୍କଠୁ ତଥ୍ୟ ଆସିଛି, ହେଲେ ପାଣ୍ଡିଆନ୍‌ଙ୍କ ଗସ୍ତ ଖର୍ଚ୍ଚ କିଏ ବହନ କରୁଥିଲା ? କେତେ ଟଙ୍କା ଖର୍ଚ୍ଚ ହେଉଥିଲା ? ସେ ହିସାବ କିନ୍ତୁ କେହି ଦେଉନାହାନ୍ତି। ଯାହାର ପ୍ରତିବାଦରେ ଗତ ୨୪ ତାରିଖ ଦିନ ସୂଚନା ଅଧିକାର କର୍ମୀମାନେ ଖାରବେଳ ଭବନ ଆଗରେ ଧାରଣା ମଧ୍ୟ ଦେଇଥିଲେ।

ତେବେ ଏଠି ପ୍ରଶ୍ନ- କାହିଁକି ମିଳୁନି ପାଣ୍ଡିଆନ୍‌ଙ୍କ ହେଲିକପଟର ଗସ୍ତ ଖର୍ଚ୍ଚର ହିସାବ ? ପୋଲ୍ ଖୋଲିଯିବା ଡରରେ ପୂର୍ବ ସରକାର ସେ ତଥ୍ୟ ଗାଏବ କରିଦେଇଛି କି ? ଅବା ବିଜେଡି ସରକାରଙ୍କ ବଦଳରେ ଖଣି ମାଫିଆ, କଣ୍ଟ୍ରାକ୍ଟର କି ଅନ୍ୟ କେହି ସେ ଖର୍ଚ୍ଚ ତୁଲାଇଛି ? ଆରଟିଆଇ କର୍ମୀ ତାର ତାର ଉତ୍ତର ଖୋଜୁଥିବାବେଳେ- ଯେହେତୁ ଲୋକଙ୍କ ଅଭିଯୋଗ ଶୁଣିବାକୁ ନିଜେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପଠାଇ ଥିବାର ଅଡ଼ିଓ ବାର୍ତ୍ତାକୁ ନିଜେ ପାଣ୍ଡିଆନ୍ ମଞ୍ଚରେ ଲୋକଙ୍କୁ ଶୁଣାଉଥିଲେ, ତେଣୁ ସିଧା ନବୀନଙ୍କୁ ବି ଟାର୍ଗେଟ୍ କରିଛି କଂଗ୍ରେସ। ତାରା ବାହିନୀପତି କହିଛନ୍ତି ହିସାବର ତଦନ୍ତ ନିହାତି ଦରକାର। ଜବାବରେ ବିଜେଡି କହିଛି- ଯାହା ନିୟମ ଅଛି, ତାହା କରାଯାଉ। ଏବେ ଦେଖିବାର କଥା ଏତେସବୁ ଘଣ୍ଟାଚକଟା ଭିତରେ କେବେ ମିଳୁଛି ପାଣ୍ଡିଆନଙ୍କ ହେକିକପଟର ଗସ୍ତ ଖର୍ଚ୍ଚର ହିସାବ।

VK Pandian Transport Minister
Advertisment
Advertisment