• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଘରୋଇ ବସ ମାଲିକ ସଂଘ । ଆସନ୍ତା ୭ ଓ ୮ ତାରିଖରେ ୨୪ ଘଣ୍ଟିଆ ବସ ଚଳାଚଳ ବନ୍ଦ ରଖିବାକୁ ନେଇଛନ୍ତି ନିଷ୍ପତ୍ତି । ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର ୱାନ ବସ୍ ଚାଲିଥିଲା । ପ୍ରତିବାଦ ପରେ ବନ୍ଦ ରହିଥିଲା, ତେବେ ପୁଣି ଟାୟାର ଟୁ ଲକ୍ଷ୍ମୀ ବସ ଚଳାଚଳ ନେଇ ବସ ମାଲିକ ସଂଘ ପ୍ରତିବାଦ କରିଥିଲେ ।

ହେଲେ ନିର୍ବାଚନ ଯୋଗୁଁ ତାହା ସ୍ଥଗିତ ରହିଥିଲା । ବର୍ତ୍ତମାନ ସରକାର ବଦଳିଛି, ହେଲେ ବଦଳିନି ପୂର୍ବ ସରକାରଙ୍କ ଯୋଜନା । ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହୋଇଛନ୍ତି ବସ ମାଲିକ ସଂଘ । ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ବସ୍ ମାଲିକ ମାନେ ଲକ୍ଷ୍ମୀବସ ଚଳାଚଳ ଯୋଜନାକୁ ନେଇ ପୁଣି ଏକଜୁଟ୍ ହୋଇଛନ୍ତି ।

ଆସନ୍ତା ୭ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନହୁଏ ତେବେ ବସ୍ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ତେବେ ଏନେଇ ପରିବହନ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ଗତ ଅଗଷ୍ଟ ମାସ ବିଧାନସଭାରେ ଲକ୍ଷ୍ମୀ ବସ୍‌କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ରଖିଥିଲେ ମନ୍ତ୍ରୀ ।

୩୭୪ କୋଟି ୮ ଲକ୍ଷ ୫୮ ହଜାର ଟଙ୍କା କ୍ଷତିରେ ଅଛନ୍ତି ସରକାର । ୧୨ ଅକ୍ଟୋବର ୨୦୨୩ରୁ ୧୯ ଅଗଷ୍ଟ ୨୦୨୪ ଯାଏଁ ମାତ୍ର ୧୦ ମାସରେ ଏହି କ୍ଷତି ସହିଛନ୍ତି ସରକାର । ବିଧାନସଭାରେ ଏପରି ଆଖି ଖୋସିଲା ଭଳି ତଥ୍ୟ ରଖିଥିଲେ ପରିବହନ ମନ୍ତ୍ରୀ । ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ ୧୩୪୦ଟି ବସ୍ ଚାଲିଛି ।

ଏ ବାବଦରେ ରାଜ୍ୟ ସରକାର ୩୯୯ କୋଟି ୧୨ ଲକ୍ଷ ୪୪ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର ୨୫ କୋଟି ୩ ଲକ୍ଷ ୮୬ ହଜାର ଟଙ୍କା । ସରକାରୀ ତହବିଲରୁ କୋଟି କୋଟି ଅର୍ଥ ଖର୍ଚ୍ଚ ହୋଇ କାହା ସ୍ୱାର୍ଥ ଲାଗି ଏହି କ୍ଷତିକୁ ସହିଥିଲେ ସେତେବେଳର ବିଜେଡି ସରକାର ବୋଲି ଉଠିଛି ପ୍ରଶ୍ନ ।

ବିଜେଡି ସରକାର ଲକ୍ଷ୍ମୀ ବସ୍ ଚଳାଚଳ ପାଇଁ ବାହାର ରାଜ୍ୟର ୮ଟି କଂପାନୀ ସହ ଚୁକ୍ତି ସ୍ୱାକ୍ଷର କରିଥିଲେ । ତେବେ ନୂଆ ସରକାର ଆସିବା ପରେ ଲକ୍ଷ୍ମୀ ବସ୍ ଯୋଜନାର ନାଁ ବଦଳାଇ କରାଯାଇଛି, ମୁଖ୍ୟମନ୍ତ୍ରୀ ବସ୍ ସେବା । କ୍ଷତିରେ ଚାଲିଥିବା ଏହି ଯୋଜନାର ଭବିଷ୍ୟତ ରୂପରେଖ କଣ ହେବ, ତା ଉପରେ ନଜର ।

OTV is now on Whatsapp

Join and get latest news update delivered to you via whatsapp

Join Now