• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜମା ଭୁଲିଲେନି, ପ୍ରତିଶ୍ରୁତି ରଖି ଚିଠି ପଠେଇଲେ ପ୍ରଧାନମନ୍ତ୍ରୀ । କଟକ ଜିଲ୍ଲା ନିଆଳି ଦକ୍ଷିଣ ଉସୁମା ଅଞ୍ଚଳର ସୁବାସ ଚନ୍ଦ୍ର ଓଝା । ଚିତ୍ରକଳାର ଯୁକ୍ତ ଦୁଇ ଶ୍ରେଣୀର ଛାତ୍ର । ଗତ ମେ ୨୦ରେ ପ୍ରଧାନମନ୍ତ୍ରୀ କଟକ ବାଲିଯାତ୍ରା ପଡ଼ିଆରେ ନିର୍ବାଚନ ପ୍ରଚାରରେ ଆସିଥିବା ବେଳେ ତାଙ୍କୁ ଭେଟି ଦେବାକୁ ଆଣିଥିଲେ ଜଗନ୍ନାଥ, ଅଖଣ୍ଡ ଭାରତ ଓ ମୋଦିଙ୍କୁ ନେଇ ଏକ ଚିତ୍ରକଳା ।

ସେହି ଚିତ୍ରକଳାଟିକୁ ନିର୍ବାଚନୀ ସଭାର ଭିଡ଼ ଭିତରୁ ସୁବାସଙ୍କଠୁ ସଂଗ୍ରହ କରିଥିଲେ ମୋଦି । କହିଥିଲେ, ଠିକଣା ଲେଖିଦିଅ, ନିଶ୍ଚୟ ଚିଠି ଲେଖିବି । ଆଉ ଏବେ ସୁବାସଙ୍କ ନିକଟକୁ ଆସିଛି ପ୍ରଧାନମନ୍ତ୍ରୀଙ୍କ ଚିଠି । ମୋଦିଙ୍କଠୁ ଚିଠି ପାଇ ଏବେ ଖୁସିରେ ଆତ୍ମହରା ସୁବାସ ।

ସେହିପରି କେନ୍ଦୁଝର ସହର ନିବାସୀ ପ୍ରସନ୍ନ ପତିଙ୍କ ଝିଅ ସୁମନ ପତି । ଚିତ୍ରକଳାରେ ବେଶ ସିଦ୍ଧହସ୍ତା ସୁମନ୍ ତାଙ୍କ କୃତି ପାଇଁ ଇଣ୍ଡିଆ ବୁକ୍ ଅଫ୍ ଲିମକା ରେକର୍ଡରେ ସ୍ଥାନ ପାଇଛନ୍ତି । ହେଲେ ବହୁ ବର୍ଷ ଆଗରୁ ଇଛା ଥିଲା କେବେ ମୋଦିଙ୍କୁ ତାଙ୍କ ଚିତ୍ରକଳା ପ୍ରଦାନ କରିବେ । ତାଙ୍କ ପାଇଁ ସେ ସୁଯୋଗ ଆସିଥିଲା ମୋଦିଙ୍କ ବାରିପଦାକୁ ନିର୍ବାଚନୀ ପ୍ରଚାର ଗସ୍ତ ।

ସେହିଠାରେ ସୁମନଙ୍କଠୁ ଭିଡ଼ ଭିତରୁ ସୁରକ୍ଷାକର୍ମୀଙ୍କ ଜରିଆରେ ଚିତ୍ରକଳା ସଂଗ୍ରହ କରି ନେଇଥିଲେ ମୋଦି । ଏବେ ତାଙ୍କ ପାଖକୁ ଚିଠି ଲେଖି ମୋଦି ତାଙ୍କ ଉତୋରତ୍ତର କାମନା କରିଛନ୍ତି । ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଚିଠି ପାଇ ନିଜ ଆଖିକୁ ବି ବିଶ୍ୱାସ କରି ପାରୁ ନାହାନ୍ତି ସୁମନ ।

ଗଞ୍ଜାମ ପାତ୍ରପୁର ପଦାଦିଗି ଗାଁର ଛାତ୍ର ଶଙ୍କର ପ୍ରଧାନ । ଗତ ମେ ୬ ତାରିଖରେ ବ୍ରହ୍ମପୁର କନିସିଠାରେ ମୋଦିଙ୍କ ନିର୍ବାଚନୀ ସଭାକୁ ଆସି ତାଙ୍କୁ ଭେଟି ଦେବାକୁ ଚାହିଁଥିଲେ ରାମଲାଲା ଓ ରାମ ମନ୍ଦିରକୁ ନେଇ ଅଙ୍କିତ ଚିତ୍ରକଳା । ଆଉ ମୋଦି ସେ ଚିତ୍ରକଳାକୁ ନିଜ ଏସପିଜି କମାଣ୍ଡୋଙ୍କ ଜରିଆରେ ସଂଗ୍ରହ କରିନେବା ବେଳେ ଚିଠି ଲେଖି ଧନ୍ୟବାଦ ଜଣାଇବାର ପ୍ରତିଶ୍ରୁତି ଦେଇଥିଲେ ।

ଏବେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ପୂରଣ କରି ତାଙ୍କ ନିକଟକୁ ସ୍ୱତନ୍ତ୍ର ଚିଠି ଲେଖିବା ପରେ ଶଙ୍କରଙ୍କ ପାଦ ବି ତଳେ ଲାଗୁନି ଯେମିତି । ସେହିପରି ଉପହାର ପ୍ରତିବଦଳରେ ପ୍ରଧାନମନ୍ତ୍ରୀଙ୍କଠାରୁ ଚିଠି ପାଇ କୃତ୍ୟ କୃତ୍ୟ ହୋଇଛନ୍ତି ବ୍ରହ୍ମପୁର ତୁଳସୀପୁରର ଲକ୍ଷ୍ମୀନାରାୟଣ ମହାରଣା ।

OTV is now on Whatsapp

Join and get latest news update delivered to you via whatsapp

Join Now