/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733289495.jpg)
Droupadi Murmu
ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାପ୍ରଭୁଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଲେ ମହାମହିମ । ଶ୍ରୀଜିଉଙ୍କ ଦର୍ଶନ ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା ସାରି ବାହାରିଲେ ରାଷ୍ଟ୍ରପତି । ତାଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ଅଛନ୍ତି।
ବଡ଼ଦାଣ୍ଡରୁ ଚାଲି ଚାଲି ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ ମହାମହିମ। ଶ୍ରୀକ୍ଷେତ୍ରରେ ଆଜି ଦିନତମାମ କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ବରରୁ ସ୍ବତନ୍ତ୍ର ହେଲିକପଟର ଯୋଗେ ପୁରୀରେ ପହଞ୍ଚିଥିଲେ ରାଷ୍ଟ୍ରପତି। ସମଙ୍ଗ ହେଲିପ୍ୟାଡରୁ ବାହାରି ବଡଦାଣ୍ଡରେ ପହଞ୍ଚିଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ଗୋପବନ୍ଧୁ ଆୟୁର୍ବେଦ କଲେଜର ୭୫ତମ ପ୍ରତିଷ୍ଠା ଦିବସ ଓ ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେବେ ମହାମହିମ। ଯେଉଁଠି ସାମିଲ ହେବେ ୮ଶହରୁ ଅଧିକ ଆଲୁମିନି। ସେଠାରୁ ମଧ୍ୟାହ୍ନ ୧୨ଟାରେ ପୁରୀ ରାଜଭବନ ଫେରି ଭୋଜନ କରିବେ ରାଷ୍ଟ୍ରପତି।
ସେହିପରି ଅପରାହ୍ଣରେ ପୁରୀ ବ୍ଳୁ ଫ୍ଳାଗ୍ ବିଚରେ ଆୟୋଜିତ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ମାଡାମ୍ ପ୍ରେସିଡେଣ୍ଟ। ଏଠାରେ ସଂଧ୍ୟା ୫ଟା ୪୫ ମିନିଟ ଯାଏଁ ନୌବୀରଙ୍କ ପରାକ୍ରମ ଦେଖିବେ ମହାମହିମ। ୫ ଦିନିଆ ଓଡ଼ିଶା ଗସ୍ତ କ୍ରମରେ ଆସନ୍ତାକାଲି ଭୁବନେଶ୍ବର ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବ ଯୋଗଦେବା ସହ ସେହିଦିନ ଭୁବନେଶ୍ବରରେ ଜୁଡିସିଆଲ୍ କୋର୍ଟର ନୂଆ କୋଠାର ଉଦଘାଟନ କରିବେ।
ସୂଚନା ଅନୁସାରେ ପୁରୀରେ ରାଷ୍ଟ୍ରପତି ଏବଂ ନୌସେନା ଦିବସ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଟ୍ରାଫିକ୍ କଟକଣା ଜାରି କରିଛି ପୁରୀ ପୋଲିସ। ଭୁବନେଶ୍ୱରରୁ ଆସୁଥିବା ଚାରି ଚକିଆ ଯାନ ମାଳତୀ ପାଟପୁର ଦେଇ ତାଳବଣିଆରେ ପାର୍କିଂ କରିବେ। ଦୁଇ ଚକିଆ ଯାନ ବାଟଗାଁଠାରୁ ବାଇପାସରେ ଆସି ହୋଟେଲ ଷ୍ଟଲିଂ ନିକଟରେ କରିବେ ପାର୍କିଂ। ସେଇଭଳି କୋଣାର୍କ ପଟରୁ ଆସୁଥିବା ଚାରିଚକିଆ ଓ ଦୁଇ ଚକିଆ ତାଳ ବଣିଆରେ ରହିବେ। ବ୍ରହ୍ମଗିରି ପଟରୁ ଆସିଲେ ଷ୍ଟ୍ରଲିଁ ନିକଟରେ ପାର୍କିଂ କରିବେ। ପାସଧାରୀମାନେ ଜେଲ ରୋଡ ଓ ଶରଧାବାଲିରେ ପାର୍କିଂ କରିବାକୁ ବ୍ୟବସ୍ଥା କରାଯାଇଛି।
ବ୍ଲୁ ପାସଧାରୀ ହୋଟେଲ ନୀଳାଚଳ ଅଶୋକ, ଏସସିଏସ କଲେଜଠାରେ ପାର୍କିଂ କରିପାରିବେ। ପୁରୀ ପୋଲିସ ପକ୍ଷରୁ ସାଇନେଜ୍ ଗୁଡ଼ିକ ପ୍ରତି ଛକରେ ଲଗାଯାଇଛି। ପୋଲିସର ନିର୍ଦ୍ଦେଶାନାମାକୁ ଅନୁପାଳନ କରିବାକୁ ଅନୁରୋଧ କରିଛନ୍ତି ପୁରୀ ଏସପି। ତେଣେ ଆଜି ପାଇଁ ପୁରୀ ପୌରପାଳିକାର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ପୁରୀ ପୌରପାଳିକାରେ ଥିବା ସରକାରୀ, ବେସରକାରୀ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ।
ଏଥିସହ ସହର ନିକଟବର୍ତ୍ତୀ ମଦର୍ସ ପବ୍ଲିକ ସ୍କୁଲ, ପ୍ରଭୁଶ୍ରୀ ଇଂଲିଶ ମିଡିୟମ୍ ସ୍କୁଲ, ଚନ୍ଦ୍ରଶେଖର ଏକାଡେମୀ, ସେଣ୍ଟ ଜାଭିୟର ସ୍କୁଲ ମଧ୍ୟ ବନ୍ଦ ରହିବ। ତେବେ NCERT ଦ୍ବାରା ପରିଚାଳିତ PARAKH ପରୀକ୍ଷା ହେବ। ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଥିବାରୁ ଏହି ପରୀକ୍ଷାକୁ କରାଯିବ। ପରୀକ୍ଷାର୍ଥୀମାନେ ସକାଳ ୭ଟାରୁ ୧୨ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)