Advertisment

Pravasi Bharatiya Divas 2025: ୧୨ ସଂଧ୍ୟା ଯାଏ ସାଧାରଣ ଲୋକ-ଛାତ୍ରଛାତ୍ରୀଙ୍କ ପାଇଁ PBD ପ୍ରଦର୍ଶନୀ ଖୋଲା; ମାଗଣାରେ ବୁଲିପାରିବେ...

୨ ତାରିଖ ସଂଧ୍ୟା ଯାଏ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ ଖୋଲା ରହିବ। ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ।

ଅଦ୍ୟତନ ହୋଇଛି
Pravasi Bharatiya Divas 2025

Pravasi Bharatiya Divas 2025

Advertisment

ପ୍ରବାସୀ ଭାରତୀୟ ଦିବସପ୍ରଦର୍ଶନୀକୁ ନେଇ ବଡ଼ ଖବର। ୧୨ ତାରିଖ ସଂଧ୍ୟା ଯାଏ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ ଖୋଲା ରହିବ। ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ। ଏମିତିକି ଛାତ୍ରଛାତ୍ରୀ ମଧ୍ୟ ଯାଇ ବୁଲି ପାରିବେ। ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ ମାଗଣାରେ ବୁଲିପାରିବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Advertisment

ଏପଟେ ଆଜି ଉଦଯାପିତ ହେବ ତିନି ଦିନିଆ ପ୍ରବାସୀ ଭାରତୀୟ ମହାକୁମ୍ଭ। ଏଥିରେ ଯୋଗ ଦେବାକୁ ଜନତା ମୈଦାନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କୁ ସମ୍ମେଳନ ସ୍ଥଳରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ତାଙ୍କୁ ସ୍ବାଗତ କରିଥିଲେ। ଏତିକି ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। 

ଅଧିକ ପଢ଼ନ୍ତୁ: ପ୍ରବାସୀ ଭାରତୀୟଙ୍କ ଆଗରେ ଓଡ଼ିଶାର ଐତିହ୍ୟ ଓ ପରମ୍ପରା ବଖାଣିଲେ ପ୍ରଧାନମନ୍ତ୍ରୀ

Advertisment

ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମେଳନରେ ଯୋଗ ଦେଇଥିଲେ। ଭଗବାନ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ପବିତ୍ର ମାଟିରେ କହି ସମସ୍ତ ପ୍ରବାସୀଙ୍କୁ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 1915 ମସିହାରେ ମହାତ୍ମା ଗାନ୍ଧୀ ଭାରତକୁ ଫେରିଥିଲେ । ପ୍ରବାସୀ ଭାରତୀୟ ଦିବସର ଏହି ସଂସ୍କରଣ ଅତ୍ୟନ୍ତ ବିଶେଷ । ଓଡ଼ିଶାର ମହାନ ଭୂମି ଭାରତର ସମୃଦ୍ଧ ପ୍ରତିବିମ୍ବ । ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଐତିହ୍ୟ ସ୍ଥଳୀ ରହିଛି । ସମ୍ରାଟ ଅଶୋକଙ୍କ ସମୟର ଓଡ଼ିଶା କଥା କହିଥିଲେ ପ୍ରଧାନମନ୍ତ୍ରୀ । ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ଅଛି । ଓଡ଼ିଶାକୁ ସମସ୍ତଙ୍କୁ ସ୍ଵାଗତ କରିବା ମୋ ପାଇଁ ବିଶେଷ ବୋଲି କହିଥିଲେ ମୋଦି । ଭାରତୀୟ ପ୍ରବାସୀ ହେଉଛନ୍ତି, ଭାରତର ରାଷ୍ଟ୍ରଦୂତ । ପ୍ରବାସୀ ମାନଙ୍କ ପାଖରୁ ମିଳୁଥିବା ଭଲ ପାଇବା କେବେ ବି ଭୁଲି ହେବ ନାହିଁ ।

ଅନ୍ୟପଟେ ଉଦଯାପନୀ ସମାରୋହରେ କିଛି ପ୍ରବାସୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ପାଇବାକୁ ଥିବା ବ୍ୟକ୍ତି ବିଶେଷମାନଙ୍କ ନାଁ ଘୋଷଣା ସରିଛି। ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିଯିବେ ମହାମହିମ। ତିନି ଦିନ ଧରି ଭୁବନେଶ୍ବର ଜନତା ମୈଦାନରେ ଚାଲିଛି ପ୍ରବାସୀ ଭାରତୀୟ ଦିବସ। ବିଭିନ୍ନ ରାଷ୍ଟ୍ରରୁ ଆସିଛନ୍ତି ପ୍ରବାସୀ। ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ଖାଦ୍ୟପେୟ ଓ ଆତିଥ୍ୟରେ ଅଭିଭୂତ ହୋଇଛନ୍ତି ପ୍ରବାସୀ ଭାରତୀୟ। ଏଥିସହ ଓଡ଼ିଶାର ବିଭିନ୍ନ କୋଣଅନୁକୋଣରେ ଥିବା ପର୍ଯ୍ୟଟନ ସ୍ଥଳି ବୁଲି ନିଜ ଖୁସି ବ୍ୟକ୍ତ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ମିନି ଗ୍ଲୋବ୍ ପାଲଟିଛି ଜନତା ମୈଦାନ, ବିଦେଶରେ ରହୁଥିଲେ ବି ମନରୁ ଲିଭିନି ଜନ୍ମମାଟିର ମହକ

Bhubaneswar President Of India Droupadi Murmu Pravasi Bharatiya Divas Pravasi Bharatiya Divas 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ