Advertisment

Comedy In Khakee: ଗୁମର ଖୋଲିଲା ପ୍ରକାଶଙ୍କ ବହି; ମୁଖିଆ ନିଜ ନିର୍ବାଚନମଣ୍ଡଳୀ ଯାଇ ଅଫିସ୍‌ରଙ୍କୁ କହିଲେ, ଏଠାକୁ ବିଧାୟକଙ୍କୁ ଡାକ

ପ୍ରକାଶ ମିଶ୍ରଙ୍କ ବହି "COMEDY IN KHAKEE" ଆଜି ଓଡ଼ିଶାରେ ରିଲିଜ୍‌ ହୋଇଛି। ଯେଉଁଥିରେ ସେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଭାବରେ ମୁଖିଆ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକୁ ଅଭିଯୋଗ ଶୁଣିବାକୁ ଯାଇଥିଲେ। ଭିଡ଼ ଅଧିକ ହୋଇଥିଲା। ସାଧାରଣ ଲୋକେ ଅଭିଯୋଗର ତାଲିକା ମୁଖିଆଙ୍କ ଆଗରେ ରଖିଥିଲେ।

ଅଦ୍ୟତନ ହୋଇଛି
Prakesh

Prakesh

Advertisment

ନାଁ ନନେଇ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି ପ୍ରକାଶ ମିଶ୍ର। ଆଉ ନିଜ ପୁସ୍ତକ "COMEDY IN KHAKEE"ରେ ଲେଖିଛନ୍ତି ଅନେକ ଅକୁହା କଥା। ଶ୍ରୀ ମିଶ୍ର ତାଙ୍କ ବହିରେ ଲେଖିଛନ୍ତି, ମୁଖିଆ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଯାଇ ଅଫିସରଙ୍କୁ କହିଥିଲେ, ଏଠାକାର ବିଧାୟକଙ୍କୁ ଡାକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବହିରେ ସେ ନବୀନଙ୍କ ନାଁ ଲେଖିନାହାନ୍ତି। ନବୀନଙ୍କ ସ୍ଥାନରେ ମୁଖିଆ ଲେଖିଛନ୍ତି।

Advertisment

ପୂର୍ବତନ ପୋଲିସ୍‌ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ରଙ୍କ ବହି "COMEDY IN KHAKEE"ରେ ଆଜି ଓଡ଼ିଶାରେ ରିଲିଜ୍‌ ହୋଇଛି। ଯେଉଁଥିରେ ସେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଭାବରେ ମୁଖିଆ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକୁ ଅଭିଯୋଗ ଶୁଣିବାକୁ ଯାଇଥିଲେ। ଭିଡ଼ ଅଧିକ ହୋଇଥିଲା। ସାଧାରଣ ଲୋକେ ଗୋଟିଏ ପରେ ଗୋଟିଏ ଲମ୍ବା ଅଭିଯୋଗ ତାଲିକା ମୁଖିଆଙ୍କ ଆଗରେ ରଖିଥିଲେ। ଲମ୍ବା ସମୟ ଧରି ଲୋକେ ଅଭିଯୋଗ କରିଥିଲେ। ମୁଖିଆ ଭାବୁଥିଲେ ଲୋକଙ୍କ ପାଇଁ ତାଙ୍କ ଚେହେରା କାଫି। କିନ୍ତୁ ଏତେ ଲୋକଙ୍କ ଅଭିଯୋଗ ଶୁଣିବା ପରେ ଚିହିଁକି ଉଠିଥିଲେ ମୁଖିଆ। ରାଗରେ ଗୁଣୁଗୁଣୁ ହୋଇଥିଲେ। ସ୍ଥାନୀୟ ବିଧାୟକଙ୍କୁ ଡାକିବାକୁ ହିନ୍ଦୀରେ ନିର୍ଦ୍ଦେଶ ଦେଇଥିଲେ। ସେଠାକାର ବିଧାୟକ ଖୋଦ୍‌ ମୁଖିଆ ହୋଇଥିବାରୁ କେହି କିଛି କହିବାକୁ ସାହସ କରିନଥିଲେ ବୋଲି ପ୍ରକାଶ ମିଶ୍ର ଲେଖିଛନ୍ତି।

ଅଧିକ ପଢ଼ନ୍ତୁ: ଜ୍ୱର ପରେ ବାହାରୁଛି ଝାଳ, ଚାଲିଯାଉଛି ଜୀବନ, କାରଣ ଖୋଜି ପାଉନାହାନ୍ତି ସରକାର

Advertisment

ସେ ଆହୁରି ଲେଖିଛନ୍ତି, କିଛି ସମୟ ପରେ ମୁଖିଆ ପୁଣି ଥରେ ଚିଡ଼ିକି ‘ୟାହାଁଙ୍କା MLA କୋ ଜଲଦି ବୁଲାଓ" ବୋଲି କହିଥିଲେ। ପରେ ତାଙ୍କର ସବୁ ଅଧିକାରୀ ଓ ସହଯୋଗୀ ଚୁପଥିବା ବେଳେ ଜଣେ ସାହସ କରି ଏଠାକାର ବିଧାୟକ ଆପଣ ବୋଲି କହିଥିଲେ। ତା’ପରେ ମୁଖିଆ ଜାଣିବାକୁ ପାଇଥିଲେ, ଏଠି ବଂଚିବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି। ତାଙ୍କ ମୁହଁ ଏମିତି ହୋଇଗଲା ଯେମିତି ଏକ କୁକୁର ଛୁଆ ମୁହଁରୁ ବିସ୍କୁଟ ଛଡେଇଲା ପରି ହୋଇଯାଏ ବୋଲି ଲେଖିଛନ୍ତି ପ୍ରକାଶ ମିଶ୍ର।

ବିଧାନସଭାରେ ବିଭାଗର ଉତ୍ତର ଦେବାକୁ କେମିତି ବଞ୍ଚୁଥିଲେ ନବୀନ? ତା’ର ଗୁମର ଖୋଲିଛନ୍ତି ପ୍ରକାଶ। ସେ ଲେଖିଛନ୍ତି, ପ୍ରଥମେ ପ୍ରଥମେ ବିଧାନସଭାରେ ଉତ୍ତର ରଖିବାକୁ ଯାଇ ହଟାହଟା ହୋଇଥିଲେ ନବୀନ। ପରେ ଏହାର ରାସ୍ତା ବାହାର କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନକର୍ତ୍ତାଙ୍କୁ ବିଧାନସଭାରେ ଅନୁପସ୍ଥିତ ହେବାକୁ କୁହାଯାଉଥିଲା। ପ୍ରଶ୍ନକର୍ତ୍ତା ନ ରହିଲେ ସେହି ପ୍ରଶ୍ନର ଉତ୍ତର ରଖିବାକୁ ହେବନାହିଁ ଏବଂ ଆଲୋଚନା ହେବ ନାହିଁ। ସେହି ଟ୍ରିକ୍‌ ଆପଣାଇ ଥିଲେ ନବୀନ। ଏହାସହ ଆରମ୍ଭ ବେଳେ ବିଧାନସଭାରେ ଉତ୍ତର ରଖିବାକୁ କେମିତି ହଟହଟା ହୋଇଥିଲେ ସେ ନେଇ ମଧ୍ୟ ବହିରେ ଉଲ୍ଲେଖ କରିଛନ୍ତି ପ୍ରକାଶ।

Advertisment

ଅଧିକ ପଢ଼ନ୍ତୁ: ‘ସୁଭଦ୍ରା’ ଆବେଦନକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା; ଜିଲ୍ଲାଭିତ୍ତିକ ସମୀକ୍ଷାକୁ ନେଇ କହିଲେ...

ସେ ଲେଖିଛନ୍ତି, ପ୍ରଥମ ଦିନରେ ଜଣେ ବିଧାୟକଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ପଢିଥିଲେ ନବୀନ। ପରେ ସେହି ପ୍ରଶ୍ନ ଆଧରରେ ଅନ୍ୟ ବିଧାୟକମାନେ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ। ସମ୍ଭାବ୍ୟ ପ୍ରଶ୍ନ ଓ ତା’ର ଉତ୍ତର ମଧ୍ୟ ଅଧିକାରୀମାନେ ତାଙ୍କୁ ପ୍ରସ୍ତୁତ କରି ଦେଇଥିଲେ। କିନ୍ତୁ ନବୀନ ଯେଉଁ ଉତ୍ତର ରଖିଥିଲେ ତାହା ପ୍ରଶ୍ନ ସହ ତାଳମେଳ ଖାଉନଥିଲା। ଏମିତି ୨ରୁ ୩ଟି ପ୍ରଶ୍ନର ଉତ୍ତର ତାଳମେଳ ନଖାଇବାରୁ ବିଧାନସଭାରେ ବିଧାୟକମାନେ ହୋହାଆଲ୍ଲା କରିଥିଲେ। ପରେ ବାଚସ୍ପତି ତାଙ୍କୁ ଭଲ ଭାବେ ପ୍ରସ୍ତୁତ ହେଇ ଆସିବାକୁ କହିଥିଲେ ବୋଲି ପ୍ରକାଶ ଲେଖିଛନ୍ତି।

ଅଧିକ ପଢ଼ନ୍ତୁ: ଭଡ଼ା ଘରେ ଅଙ୍ଗନବାଡ଼ି କେନ୍ଦ୍ର...ବାର ହୀନସ୍ତା ହୋଇ ପାଠ ପଢୁଛନ୍ତି କୁନି କୁନି ପିଲା

Naveen Patnaik BJD Prakash Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ