Potato Mission Faces Hurdles: ଆଳୁ ମିଶନରେ ପଚା ବିହନ; ସଫଳ ହେବ ତ ରାଜ୍ୟ ସରକାରଙ୍କ ମିଶନ ?

ଚାଷୀଙ୍କୁ ପଚା ଆଳୁ ଦେଉଛି ଉଦ୍ୟାନ ବିଭାଗ ! ପଚା ଆଳୁରେ କେମିତି ଫଳାଇବେ ସୁନା ଚିନ୍ତାରେ ଚାଷୀ। ବାହାର ରାଜ୍ୟ ଉପରେ ଆଳୁ ପାଇଁ ଆଉ ନିର୍ଭର ନ କରି ନିଜେ ସ୍ବାବଲମ୍ବୀ ହେବାକୁ ରାଜ୍ୟ ସରକାରଙ୍କ ଆଳୁ ମିଶନ ।

Potato Mission Faces Hurdles

ରାଜ୍ୟରେ କେବେ ଦୂର ହେବ ଆଳୁ ସଂକଟ । କେବେ ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ ହେବ ଆମ ରାଜ୍ୟ । ଏନେଇ ଗ୍ରାଉଣ୍ଡ ଜିରୋରେ ଚାଲିଛି ସରକାରଙ୍କ ଆଳୁ ମିଶନ । ହେଲେ ଏହି ଆଳୁ ମିଶନରେ ବାଧକ ସାଜିଛି ପଚା ବିହନ । ତେବେ ଯେଉଁଠି ଭଳ ଆଳୁ ବିହନ ଚାଷୀଙ୍କୁ ମିଳିଛି ସେଠାରେ ଆରମ୍ଭ ହୋଇଯାଇଛି ଆଳୁ ଚାଷ । ହେଲେ ଉତ୍ପାଦନ ପରେ ଆଳୁ କେଉଁଠି ରଖିବ ସେନେଇ ଏବେଠୁ ଚିନ୍ତାରେ ଚାଷୀ ।

ସଫଳ ହେବ ତ ରାଜ୍ୟ ସରକାରଙ୍କ ଆଳୁ ମିଶନ ? ଚାଷୀଙ୍କୁ ପଚା ଆଳୁ ଦେଉଛି ଉଦ୍ୟାନ ବିଭାଗ ! ପଚା ଆଳୁରେ କେମିତି ଫଳାଇବେ ସୁନା ଚିନ୍ତାରେ ଚାଷୀ। ବାହାର ରାଜ୍ୟ ଉପରେ ଆଳୁ ପାଇଁ ଆଉ ନିର୍ଭର ନ କରି ନିଜେ ସ୍ବାବଲମ୍ବୀ ହେବାକୁ ରାଜ୍ୟ ସରକାରଙ୍କ ଆଳୁ ମିଶନ । ହେଲେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ଚାଷୀ ପାଖରେ ପହଞ୍ଚୁଛି ପଚା ଆଳୁ । ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ଥାକ ମାରି ଥୁଆ ହୋଇଥିବା ଗଦା ଗଦା ଆଳୁ ବିହନ ବସ୍ତାକୁ ଥରେ ଦେଖିଲେ ଜଣାପାରିବେ, ଅବସ୍ଥା କଣ । ଏଥିରୁ ଅଧିକାଂଶ ବିହନ ପଚି ଯାଇଛି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର । କେବଳ ମାଲକାନଗିରି ନୁହେଁ ସମାନ ଅବସ୍ଥା କେନ୍ଦୁଝର ଜିଲ୍ଲାର ଉଦ୍ୟାନ ବିଭାଗରେ ଗଛିତ ଥିବା ଆଳୁ ବିହନ । ଏଠି ବି ଗଦା ହୋଇ ନଷ୍ଟ ହେଉଛି ଆଳୁ ବିହନ । ଚାଷୀଙ୍କୁ ନିମ୍ନ ମାନର ଆଳୁ ଦିଆଯାଉଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ଆଳୁ ବିହନ ଆଣି ଫେରାଇ ଦେଉଛନ୍ତି । ତେବେ ଉଦ୍ୟାନ ବିଭାଗ ଅଧିକାରୀ କହିଛନ୍ତି ଭଲ ଆଳୁ ବିହନ ବାଛି ଚାଷୀଙ୍କୁ ଦିଆଯିବ । 

ଅଧିକ ପଢ଼ନ୍ତୁ: ଶୀତରେ ଥରୁଛି ସାରା ଓଡ଼ିଶା, କାଲିଠୁ ୩ଦିନ ଯାଏଁ ପୁଣି ବର୍ଷା ସମ୍ଭାବନା !

କିଛି ସ୍ଥାନରେ ଆଳୁ ବିହନ ପାଇବା ପରେ ଆରମ୍ଭ ହୋଇଛି ଚାଷ ।  ଗଂଜାମ ଜିଲ୍ଲା ଭଂଜନଗରରେ ପଞ୍ଜାବରୁ ଆଳୁ ବିହନ ଆଣି ଚାଷୀଙ୍କୁ ଯୋଗାଇ ଦିଆଯାଇଛି । ୩ ମାସରେ ବିହନ ଅମଳ ଦେବ । ତେଣୁ ଭଲ ରୋଜଗାର ହେବ ବୋଲି ଚାଷୀ ଆଶା ରଖିଛନ୍ତି । ଭଂଜନଗର ଉପଖଣଣ୍ଡରେ ୧୮୦ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ସେପଟେ କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକରେ ୫୭୮ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୧୪୧ କୁଇଣ୍ଟାଲ ଆଳୁ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇଛି । ବିହନ ବଣ୍ଟନର ୨୦ ଗୁଣା ଆଳୁ ଉତ୍ପାଦନ ହେବ ବୋଲି ଆଶା ରହିଛି । ସେହିପରି ମାଲକାନଗିରି ଜିଲ୍ଲାରେ ୪୫୦ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । 

ଆଳୁ ଚାଷ ପାଇଁ ଅଣ୍ଟା ଭିଡ଼ି ବସିଛି ଚାଷୀ । କେବଳ ଭଲ ବିହନ ମିଳିଲେ ଆଳୁ ଉତ୍ପାଦନରେ ରାଜ୍ୟକୁ କରିଦେବେ ସ୍ବାବଲମ୍ବୀ । ହେଲେ ଆଳୁ ଉତ୍ପାଦନ ହେଲେ ରଖିବେ କେଉଁଠି ତାକୁ ନେଇ ବି ଚାଷୀର ଚନ୍ତା ବଢ଼ିଛି । ଅନ୍ୟପରେ ପ୍ରତି ସବଡିଭିଜନରେ ଶୀତତଭଣ୍ଡାର ନିର୍ମାଣ ପାଇଁ ସରକାର ଯୋଜନା କରିଛନ୍ତି । ଯଦି ଏହି ଯୋଜନାର ସଫଳ ରୂପାୟନ ହୁଏ ତେବେ ଆଳୁ ଉତ୍ପାଦନ କରି ମାଲାମାଲ ହୋଇପାରିବ ଚାଷୀ । 

ଅଧିକ ପଢ଼ନ୍ତୁ: କେଉଁ ଭୟରେ ପୀଡ଼ିତ ବିଜେଡି ? ସତ୍ତାରୁ ଯିବା ପରେ ବି ତୁଟୁନି କେନ୍ଦ୍ରୀୟ ବିଜେପି ମୋହ