Advertisment

‘ଚିନ୍ତା କରନ୍ତୁନି, ୫ ଦିନ ଭିତରେ ୪୮ ହଜାର କ୍ୱିଟାଲ ଆଳୁ ଓଡ଼ିଶାରେ ପହଞ୍ଚିବ’

୪୮ ହଜାର କ୍ବିଣ୍ଟାଲ ଆଳୁ ଅଣାଯିବା ନେଇ ଯୋଗାଣ ମନ୍ତ୍ରୀଙ୍କ ସୂଚନା । ଆଳୁ ପରେ ତାତିଲାଣି ପିଆଜ ବଜାର ।

author-image
Satyendu Shekher Mishra
undefined

Potato Crisis

ପୁଣି ଉପରମୁହାଁ ଆଳୁ ଦର । ସପ୍ତାହକ ଭିତରେ ବଢିଲାଣି ୫ ଟଙ୍କା । କେବଳ ଆଳୁ ନୁହଁ, ତାଳ ଦେଇ ପିଆଜ ଦର ମଧ୍ୟ ବଢିଛି । ବାଲେଶ୍ୱର ନୂଆବଜାର ପରିବା ମାର୍କେଟରେ ଗତ ସପ୍ତାହ ଆଳୁ କିଲୋ ପ୍ରତି ୩୫ ଟଙ୍କା ଥିବା ବେଳେ ଆଜି ୪୦ ଟଙ୍କାରେ ବିକ୍ରି ହେଉଛି । ରାଉରକେଲା ମାର୍କେଟରେ ବି ସ୍ଥିତି ସମାନ । ଭୁବନେଶ୍ବର ୧ ନମ୍ବର ମାର୍କେଟରେ ଆଳୁ କିଲୋ ପିଛା ୩୫ ଟଙ୍କା ଲେଖାଥିବା ବେଳେ ଗ୍ରାହକଙ୍କଠାରୁ ୪୦ ଟଙ୍କା ନେଇଛନ୍ତି ବ୍ୟବସାୟୀ।

Advertisment

ସେହିପରି ପିଆଜି ମଧ୍ୟ ୪୫ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ଉଚ୍ଚା ଦରରେ ଆଳୁ ପିଆଜ ବିକ୍ରି କରାଯାଉଥିବା ଜାଣିବା ପରେ ଏଠାରେ ଚଢଉ କରି ତାଗିଦ କରିଥିଲେ ବିଏମସିର ଏନଫୋର୍ସମେଣ୍ଟ ଟିମ।

ଆଳୁ ଦର ପୁଣି ବଢ଼ିବା ପଛରେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ ମୁଖ୍ୟ କାରଣ ବୋଲି କୁହାଯାଉଛି। ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡାଙ୍କ କହିବା ଅନୁସାରେ, ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ଓ ଶୀତଳଭଣ୍ଡାର ମାଲିକ ଧର୍ମଘଟ ନେଇ ଚେତାବନୀ ଦେଇଥିବାରୁ ରବିବାରଠାରୁ ଆଉ ଆଳୁ ଗାଡି ଆସୁନି। ତେଣେ ମହାରାଷ୍ଟ୍ର ନାସିକରୁ ପିଆଜ ଆମଦାନୀ କମିଥିବାରୁ ଏହାର ମୂଲ୍ୟ ବି ବଢିଛି ।

Advertisment

ସେପଟେ ରାଜ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଚଢ଼ା ଦରରେ ଆଳୁ କିମ୍ବା ପିଆଜ ବିକୁଥିବା ଅସାଧୁ ବେପାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ପାଞ୍ଚଦିନ ଭିତରେ ଉତ୍ତର ପ୍ରଦେଶରୁ ଦୁଇଟି ଟ୍ରେନରେ ୪୮ ହଜାର କୁଇଣ୍ଟାଲ ଆଳୁ ଆସି ପହଂଚିବ।

ଏଣେ ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀ ଏବଂ ଶୀତଳଭଣ୍ଡାର ମାଲିକମାନେ ପ୍ରସ୍ତାବିତ ଧର୍ମଘଟରୁ ଓହରିଥିବା ସୂଚନା ମିଳିଛି। ଫଳରେ ଆସନ୍ତାକାଲିଠାରୁ ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।

Potato Price Hike
Advertisment
Advertisment