• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମହାନଦୀ ଜଳ ବିବାଦକୁ ନେଇ ପୁଣି ଥରେ ତେଜିଛି ରାଜନୀତି । ବିଜେଡି ଓ କଂଗ୍ରେସ କେନ୍ଦ୍ର ସରକାର ଓ ବିଜେପି ଆଡ଼କୁ ବଲ୍ ଫିଙ୍ଗିଛନ୍ତି । କଥା ନୁହେଁ, କାମ ଦରକାର କହିଛନ୍ତି ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଏବେ ଆଉ ରାଜ୍ୟ ସରକାରଙ୍କ ହାତରେ କିଛି ନାହିଁ । ଯାହା ଅଛି ଟ୍ରିବ୍ୟୁନାଲ ହାତରେ ।

ସେତେବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶାର ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ । ତେଣୁ କେନ୍ଦ୍ର ସରକାର ହସ୍ତକ୍ଷେପ କରି ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି କଳିକେଶ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ରାଜନୈତିକ ଧୂଆଁବାଣ, ସମାଧାନ କରିପାରିବେନି ବୋଲି କହି କଟ୍ଟାକ୍ଷ କରିଛନ୍ତି ।

ସେପଟେ ବିଜେଡି ଓ କଂଗ୍ରେସର ବୟାନକୁ ନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନି । ମହାନଦୀ ବିବାଦ ସମ୍ପର୍କରେ ଆଲୋଚନା ଜାରି ରହିଛି । ରାଜ୍ୟ ସରକାର ଘଟଣାକୁ ଗୁରୁତ୍ୱ ସହ ନେଇଛନ୍ତି । ଆଜି ଏପରି କିଛି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନରେ ଜବାବ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି କି, ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ଗୁରୁତ୍ୱ ସହ ନେଇଛନ୍ତି ସରକାର ।

ଏହାରି ଭିତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଥର ଆଲୋଚନା ହୋଇଛି । ଆଗାମୀ ଦିନରେ ମହାନଦୀ ଉପରେ ପ୍ରସ୍ତାବିତ ପ୍ରକଳ୍ପ ତ୍ୱରାନ୍ୱିତ ପାଇଁ ବିଚାର ଚାଲିଛି ବୋଲି ସେ କହିଛନ୍ତି । ମହାନଦୀରେ ଛତିଶଗଡ଼ ପଟେ ଏକାଧିକ ନିର୍ମାଣ ହୋଇଛି । ଛତିଶଗଡ଼ର ମନମୁଖି ବ୍ୟବହାର ପାଇଁ ମହାନଦୀରେ ଖରା ଦିନେ ପାଣି ସମସ୍ୟା ଓ ବର୍ଷା ଦିନେ ତଳ ମୁଣ୍ଡ ଅର୍ଥାତ ଓଡ଼ିଶାରେ ବନ୍ୟା ସମସ୍ୟା ଦେଇଥାଏ ।

ପୂର୍ବ ସରକାରରେ ଏହାକୁ ନେଇ ବେଶ୍ ରାଜନୀତି ତେଜିଥିଲା । ହେଲେ ଏବେ ଓଡ଼ିଶାରେ ଏବଂ ଛତିଶଗଡ଼ରେ ବିଜେପି ସରକାର ଥିବାରୁ ବିବାଦ ସମାଧାନ ନେଇ ନୂଆ ଆଶା ସଞ୍ଚରଣ ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now