Manja Sutaa: ଖେଳ ସାଜିଛି କାଳ, ଚାଇନିଜ୍ ମାଞ୍ଜା ସୂତା ପାଇଁ ଘଟୁଛି ଅଘଟଣ

ଖେଳ ସାଜିଛି କାଳ । ଚାଇନିଜ୍ ମାଞ୍ଜା ସୂତାରେ ଘଟୁଛି ଗୋଟିଏ ପରେ ଗୋଟିଏ ଅଘଟଣ । କାହାର ହାତ ତ ପୁଣି କାହାର ବେକରେ ସୂତା ଲାଗି କଟିଯାଉଛି ।

କାଳ ସାଜିଛି ଚାଇନିଜ୍‌ ମାଞ୍ଜା ସୂତା

କାଳ ସାଜିଛି ଚାଇନିଜ ମାଞ୍ଜା ସୁତା । ଗୁଡି ସୂତା ଲାଗି ପ୍ରତ୍ୟେକ ଦିନ ଘଟୁଛି ଅଘଟଣ । କଟକ ସହରରେ ଗତ ୧୦ ଦିନରେ ଏକାଧିକ ଘଟଣା ସାମ୍ନାକୁ ଆସିଛି । କାହାର ବେକରେ ମାଞ୍ଜା ସୂତା ଲାଗି ଆହତ ତ ପୁଣି କାହାର ହାତ କଟିଛି । ବାଇକ ଆରୋହୀଙ୍କ ପାଇଁ ସବୁଠୁ ବିପଦ ସାଜିଛି ମଞ୍ଜାସୂତା । ଏକାଧିକ ଅଘଟଣ ପରେ ତତ୍ପର ହୋଇଛି କମିଶନରେଟ ପୋଲିସ । ଚୌଧୁରୀବଜାର ଅଞ୍ଚଳର ଗୁଡ଼ି ଓ ସୂତା ଦୋକାନରେ ଚଢ଼ାଉ କରିଛି । ସମସ୍ତ ଥାନା ଅଧିକାରୀଙ୍କୁ ଆସନ୍ତାକାଲି ଗୁଡ଼ି ଉଡ଼ା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଡିସିପି ।

ଖେଳ ସାଜିଛି କାଳ । ଚାଇନିଜ୍ ମାଞ୍ଜା ସୂତାରେ ଘଟୁଛି ଗୋଟିଏ ପରେ ଗୋଟିଏ ଅଘଟଣ । କାହାର ହାତ ତ ପୁଣି କାହାର ବେକରେ ସୂତା ଲାଗି କଟିଯାଉଛି । ସୌଭାଗ୍ୟ ବସତଃ କିଏ ବଞ୍ଚି ଯାଉଛନ୍ତି ତ କାହାର ପ୍ରାଣ ଯାଉଛି । କଟକ ରାଜେନ୍ଦ୍ର ନଗରର ଅନିକେତ ଦାସ । ସେ ଗତକାଲି ଅପରାହ୍ନରେ ବାଇକ ଯୋଗେ ତ୍ରିଶୁଳିଆ ଯାଉଥିବା ସମୟରେ ବ୍ରିଜ ଉପରେ ତାଙ୍କ ବେକରେ ହଠାତ ଗୁଡେଇ ହୋଇଯାଇଥିଲା ମାଞ୍ଜା ସୂତା । ବାଇକ ରଖି ବେକରୁ ସୂତା କାଢିଲା ବେଳକୁ ଆଙ୍ଗୁଠି କଟି ଆହତ ହେଲେ ।

ଅଧିକ ପଢ଼ନ୍ତୁ: ମହାମାରୀ ଆଣିବ କି ହ୍ୟୁମାନ୍ ମେଟାନିମୋ ଭାଇରସ୍, ସୁରକ୍ଷା ପାଇଁ ମାନନ୍ତୁ ଏହି ଉପାୟ

ସେହିଭଳି ଗତ ମଙ୍ଗଳବାର ବୟାଳିଶମୌଜା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବେକରେ ମାଞ୍ଜା ସୂତା ଲାଗି ବେକ କଟିଥିବା ବେଳେ ଗୁରୁତର ଆହତ ହୋଇଥିଲେ । ଆଉ ଆଜି ଲିଙ୍କ୍ ରୋଡରେ ବାଇକ ଆରୋହୀଙ୍କ ବେକରେ ହଠାତ ମାଞ୍ଜା ସୂତା ଲାଗିଯାଇଥିଲା । ତେବେ ଚାଇନିଜ୍ ସୂତା ବ୍ୟାନ ହୋଇଥିବା ବେଳେ ବଜାରକୁ କେମିତି ଆସୁଛି ବୋଲି ପ୍ରଶ୍ନ କରିଛନ୍ତି ଲୋକେ । କମିଶନରେଟ ପୋଲିସ ନିରବଦ୍ରଷ୍ଟା ସାଜିଥିବାରୁ ବ୍ୟବସ୍ୟାୟୀମାନେ ବେଧଡକ ଭାବେ ବିକ୍ରି କରୁଛନ୍ତି ବୋଲି କହିଛନ୍ତି କଟକ ବାସିନ୍ଦା ।

ମକର ସଂକ୍ରାନ୍ତି କଟକରେ ଗୁଡ଼ି ଉଡ଼ା ପରମ୍ପରା କାହିଁ କେତେ କାଳରୁ ରହି ଆସିଛି । ବିଗତ ୧୦ ଦିନ ଭିତରେ ଏକାଧିକ ଅଘଟଣ ପରେ କମିଶନରେଟ ପୋଲିସର ଚେତା ପଶିଛି। ଚୌଧୁରୀବଜାର ଅଞ୍ଚଳର ଗୁଡି ଓ ସୂତା ଦୋକାନରେ ଚଢ଼ାଉ କରି ଯାଞ୍ଚ କରାଯାଇଛି। ପ୍ଲାଷ୍ଟିକ ଓ ମାଞ୍ଜା ସୁତା ବିକ୍ରୀ ନକରିବା ପାଇଁ ବ୍ୟବସ୍ୟାୟୀଙ୍କୁ ତାଗିଦ ମଧ୍ୟ କରିଛି ପୋଲିସ । ଏହାସହ ସମସ୍ତ ଥାନା ଅଧିକାରୀଙ୍କୁ ଆସନ୍ତାକାଲି ଗୁଡି ଉଡା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଅତିରିକ୍ତ ଡିସିପି । କେହି ନିୟମ ଉଲଂଘନ କରନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କଡ଼ା ଚେତାବନୀ ଦେଇଛି । ଅନ୍ୟପଟେ ବ୍ୟବସ୍ୟାୟୀ କହିଛନ୍ତି ପ୍ଲାଷ୍ଟିକ ମାଞ୍ଜାସୁତା ବ୍ୟାନ ଯୋଗୁଁ ଆମେ କେବଳ ଗୁଡି ବିକ୍ରି କରୁଛୁ ମାଂଜା ସୂତା ବିକ୍ରି କରୁନୁ । ଅନଲାଇନରେ ମାଂଜା ସୁତା ବିକ୍ରି ହେଉଛି ତେଣୁ ଲୋକମାନେ ଅନଲାଇନରୁ ଆଣି ବ୍ୟବହାର କରୁଛନ୍ତି । ଆସନ୍ତାକାଲି ଗୁଡି ଉଡାଇବା ବେଳେ ସତର୍କ ରହିବା ସହ ଯାତାୟତ ସମୟରେ ଧ୍ୟାନ ଦେବାକୁ ପୋଲିସ ଅପିଲ କରିଛି ।

ଅଧିକ ପଢ଼ନ୍ତୁ: ଆୟୁଷ୍ମାନ ଭାରତ ଯୋଜନା ପାଇଁ MoU ସ୍ୱାକ୍ଷର, ଉପକୃତ ହେବେ ସାଢ଼େ ୩ କୋଟି ଲୋକ