/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727111373.jpg)
Commissionerate Police
ପୋଲିସ ମେଳିକୁ ନେଇ ତନାଘନା। ଭରତପୁର ଥାନା କଳଙ୍କ ଘଟଣାରେ ସେଠିକାର ଥାନା କର୍ମଚାରୀଙ୍କ ବିରୋଧରେ ଆକ୍ସନ ପ୍ରତିବାଦରେ ଗତ ୨୧ ତାରିଖ ଦିନ ହୋଇଥିବା ପୋଲିସ୍ ମେଳିକୁ ନେଇ ପୋଲିସ୍ କମିଶନରଙ୍କ ଅଫିସ ମାଗିଛି ରିପୋର୍ଟ । ଏନେଇ ପ୍ରତି ଥାନା ଆଇଆଇସିଙ୍କୁ ଚିଠି କଲେ ରିଜର୍ଭ ଇନ୍ସପେକ୍ଟର । ସେହିଦିନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ତାଲିକା ମାଗିଲେ ଆରଆଇ । ୨୧ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ତାଲିକା ଡିସିଓ, ଇମର୍ଜେନ୍ସି ଓ ସେଣ୍ଟ୍ରିମାନଙ୍କ ତାଲିକା ଦେବାକୁ କହିଲେ ରିଜର୍ଭ ଇନ୍ସପେକ୍ଟର ।
ସୂଚନା ଅନୁସାରେ ଭରତପୁର ଥାନା କାଣ୍ଡରେ ପୋଲିସ ବିରୋଧରେ ଆକ୍ସନ ପ୍ରତିବାଦରେ ଗତ ୨୧ ତାରିଖରେ ମେଳି କରିଥିଲେ କମିଶନରେଟ୍ ପୋଲିସ ଅଧିନରେ କାର୍ଯ୍ୟରତ ଶତାଧିକ ପୋଲିସ କର୍ମଚାରୀ। ଯେଉଁଥିରେ ସାମିଲ ଥିଲେ ଇନିସପେକ୍ଟର, ସବ-ଇନିସପେକଟର, କନଷ୍ଟେବଳଠୁ ଏସିପି ରାଙ୍କ ଅଫିସର ।
ତେବେ ଏଠି ପ୍ରଶ୍ନ- ଯେତେବେଳେ ଭରତପୁର ଥାନା କଳଙ୍କକୁ ନେଇ ରାଜ୍ୟରୁ ଜାତୀୟସ୍ତର ଯାଏଁ ହୁଲୁସ୍ତୁଲ ହେଉଥିଲା, ସେତେବେଳେ ଆଇନଶୃଙ୍ଖଳାକୁ ପଛ କରି ଏତେ ସଂଖ୍ୟକ ପୋଲିସ୍ ଥାନା ଛାଡ଼ି ମେଳି କଲେ କେମିତି ? ଏମିତିକି ମୁଖ୍ୟମନ୍ତ୍ରୀ ବି ସେଦିନ ଆଉଟ୍ ଅଫ୍ ଷ୍ଟେସନ୍ ଥିବାବେଳେ ଏକ ପ୍ରକାର ବିଦ୍ରୋହ କରିବାକୁ ସେମାନଙ୍କୁ ସୁଯୋଗ ଦେଲା କିଏ ? କ’ଣ ସିପି ଓ ଡିସିପିଙ୍କର ଏଥିପାଇଁ ଅନୁମତି ଥିଲା ? ନା ସେମାନଙ୍କ ଅଗୋଚରରେ ଆଉ କେହି ପ୍ରୋତ୍ସାହକ ସାଜିଥିଲେ? ଆଉ ଏକ ବଡ଼ ପ୍ରଶ୍ନ ବି ଉଠିଛି-ଏଭଳି ପୋଲିସ୍ ମେଳି କରାଇ- ମାତ୍ର ୧୦୦ ଦିନର ମୋହନ ସରକାରକୁ ହରଡ଼ଘଣାରେ ପକାଇବାକୁ ହୋଇଥିଲା କି ଭିତିରି ଷଡ଼ଯନ୍ତ୍ର ? ତାସହ ପୂର୍ବରୁ ସୃଷ୍ଟି ହୋଇଥିବା ପୋଲିସ-ଭର୍ସେସ୍ ସେନା ସ୍ଥିତିକୁ ନେଇ ବି ଉପୁଜିଛି ସନ୍ଦେହ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)