Advertisment

କ୍ଷୀରରେ ମିଶୁଛି ସୋଡ଼ା, କେମିକାଲ, ଦୂଷିତ ଜଳ ! ଚଢ଼ାଉ ବେଳେ ମିଳିଲା ସୁରାକ୍

ନକଲି ...ନକଲି...ଆଉ ନକଲି... ଯେଉଁଠି ହାତ ରଖିବେ ବାହାରିବ ପୁଳା ପୁଳା ନକଲି ସାମଗ୍ରୀ । କେତେବେଳେ ଖାଇବା ତେଲ, ହଳଦୀ ଗୁଣ୍ଡ ତ ପୁଣି କେତେବେଳେ ମସଲା ଗୁଣ୍ଡ ଠୁ ନେଇ ନଡ଼ିଆ ତେଲ, ରାଶିତେଲ ଯାଏ । ସବୁଠି ଅପମିଶ୍ରଣ...ଶସ୍ତା ପାଇଁ ହିନସ୍ତା ହେଉଛନ୍ତି ଲୋକେ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Police and Food Safety Department Raid Cuttack Processing Unit Over Milk Adulteration Allegations

Food Safety Department

ନକଲି ...ନକଲି...ଆଉ ନକଲି... ଯେଉଁଠି ହାତ ରଖିବେ ବାହାରିବ ପୁଳା ପୁଳା ନକଲି ସାମଗ୍ରୀ । କେତେବେଳେ ଖାଇବା ତେଲ, ହଳଦୀ ଗୁଣ୍ଡ ତ ପୁଣି କେତେବେଳେ ମସଲା ଗୁଣ୍ଡ ଠୁ ନେଇ ନଡ଼ିଆ ତେଲ, ରାଶିତେଲ ଯାଏ । ସବୁଠି ଅପମିଶ୍ରଣ...ଶସ୍ତା ପାଇଁ ହିନସ୍ତା ହେଉଛନ୍ତି ଲୋକେ । ଖାଦ୍ୟ ନାଁରେ ଖାଉଛନ୍ତି ବିଷ ।

Advertisment

ବର୍ତ୍ତମାନ ପୁଣି ଆଇ ଏକ ନକଲି ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି । ଏଥର କିନ୍ତୁ କ୍ଷୀରକୁ ଛାଡ଼ିନାହାନ୍ତି ଖାଦ୍ୟ ଦଲାଲ । କଟକ ଜଗତପୁର ଥାନା ଆତୋଡ଼ା ଛକରେ ଥିବା ପ୍ରୋସେସିଂ ୟୁନିଟରେ ଚଢ଼ାଉ । କ୍ଷୀରରେ ଅପମିଶ୍ରଣ ଅଭିଯୋଗରେ ଚଢାଉ କରିଛି ପୋଲିସ ଓ ଖାଦ୍ୟ ନିରାପତ୍ତା ବିଭାଗ।

ଅଧିକ ପଢ଼ନ୍ତୁ: ରେଶମ ସହରରେ ବଢୁଛି ବିଷ ବେପାର; ଏବେ ମୁଣ୍ଡ ଟେକିଛି ନକଲି ଗୁଟଖା...

Advertisment

ପ୍ରୋସେସିଂ ୟୁନିଟ୍ ସିଲ୍ କରିବା ସହ ପରୀକ୍ଷା ପାଇଁ ସାମ୍ପଲ ପଠାଇଛି ଖାଦ୍ୟ ନିରାପତ୍ତା ବିଭାଗ । କ୍ଷୀର ପ୍ୟାକେଟରେ ଖାଇବା ସୋଡ଼ା, କେମିକାଲ, ଦୂଷିତ ଜଳ ଏବଂ ଲୁଣ ମିଶା ଯାଉଥିବା ରେଡ୍ ବେଳେ ଜଣାପଡିଛି । କେବଳ କ୍ଷୀର ନୁହେଁ ଦହି ଏବଂ ଲସି ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଇ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ ଜିଲ୍ଲାକୁ ଚାଲାଣ ହେଉଥିଲା । ମାମଲାରେ ସଂସ୍ଥାର ମାଲିକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ସେପଟେ ଗତ କିଛିଦିନ ତଳେ ବ୍ରହ୍ମପୁର ବଡବଜାର ଅଞ୍ଚଳରେ ଧରାପଡିଥିଲା ନକଲି ନଡିଆ ତେଲ । ଦୂରରୁ ନାମୀଦାମୀ ଅସଲି ବ୍ରାଣ୍ଡ ଭଳି ଦିଶୁଥିଲେ ଅପମିଶ୍ରଣ ତେଲର ନାଁ ରହିଥିଲା ଶିବାନୀ । ବ୍ରାଣ୍ଡେଡ କଂପାନୀର ତେଲ ଆଣି ଅପମିଶ୍ରଣ କରି ତିଆରି କରାଯାଉଥିଲା ନକଲି ତେଲ । ମୁନାଫା କମାଇବା ପାଇଁ ଲୋକାଲ ବ୍ରାଣ୍ଡରେ ଏହାକୁ ପ୍ରସ୍ତୁତ କରି ଲୋକଙ୍କୁ ଶସ୍ତାରେ ବିକ୍ରି କରାଯାଉଥିବା ବେଳେ ଧରାପଡିଛି । ଯେଉଁଥିରେ ପାରାଫିନ୍, ମୋବିଲ ଓ ପୋଡା ତେଲ ମିଶେଇ ମାର୍କେଟକୁ ଛଡାଯାଉଥିଲା ।

Police Raid Milk
Advertisment
Advertisment