• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱର ଗସ୍ତ ପାଇଁ ଜାରି ହୋଇଛି ଟ୍ରାଫିକ କଟକଣା । ଭୁବନେଶ୍ୱର ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ୍ ଟ୍ରାଫିକ କଟକଣା ଜାରି କରିଛି । ଆସନ୍ତାକାଲି ସକାଳ ୭ଟା ୩୦ ମିନିଟରୁ ଅପରାହ୍ନ ୩ଟା ମଧ୍ୟରେ ଏହି ଟ୍ରାଫିକ କଟକଣା ଲାଗୁ ହେବ । 

କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ ନିର୍ଦ୍ଦେଶନାମା । ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ ବଳବତ୍ତର ରହିବ କଟକଣା । ଜୟଦେବ ବିହାର ଛକ ଠାରୁ ନାଲକୋ ଛକ ଓ ନାଲକୋ ଛକରୁ ଜୟଦେବ ବିହାର ମଧ୍ୟରେ ଓ ଏହାକୁ ଯୋଗାଯୋଗ କରୁଥିବା ଗଳି ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ । ନନ୍ଦନକାନନ ପଟୁ ଜୟଦେବ ବିହାର ଆଡକୁ ଯିବାକୁ ଚାହୁଁଥିବା ଯାନବାହନଗୁଡିକ ଡମଣା ଛକରୁ ବାମ ମୋଡ ନେଇ ଗୁରୁ କେଳୁଚରଣ ପାର୍କ- ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାର ଯାଇପାରିବେ କିମ୍ବା ଶିଖରଚଣ୍ଡୀ-ପଥରଗାଡିଆ-ଡିଏନ ସ୍କୁଲ- କଳିଙ୍ଗ ଷ୍ଟୁଡିଓ ଛକ-ଫାୟାର ଷ୍ଟେସନ ଛକ ଦେଇ ଯାଇପାରିବେ । ଜରୁରୀକାଳୀନ ସେବା ଦମକଳ, ଆମ୍ବୁଲାନ୍ସ ପାଇଁ ଏହି କଟକଣା ଲାଗୁ ହେବନାହିଁ।

ଅଧିକ ପଢନ୍ତୁ : ଯବାନଙ୍କ ଗୁଳିରେ ଆତଙ୍କୀ ନିପାତ, ଖସିଯିବାକୁ କରୁଥିଲା ଉଦ୍ୟମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲି ଜନତା ମଇଦାନ କାର୍ଯ୍ୟକ୍ରମରେ ଯୋଗଦେଇ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା । ସୁରକ୍ଷାରେ ମୁତୟନ ହେବେ ୮୧ ପ୍ଲାଟୁନ୍ ଫୋର୍ସ । ୧୧ଜଣ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି ଓ ୩୦୦ ବରିଷ୍ଠ ପୋଲିସ ଅଧିକାରୀ ଦାୟିତ୍ୱରେ ରହିବେ ।

ବିମାନବନ୍ଦରରୁ ଜନତା ମୈଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ ରହିବ । ବ୍ୟାପକ ମହିଳା ପୋଲିସ କର୍ମଚାରୀଙ୍କ ସହ ସାଦା ପୋଷାକରେ ରହିବେ ପୋଲିସ୍ । ସେହିପରି ମୋଦିଙ୍କ ଗସ୍ତବେଳେ ଓଡ୍ରାଫ ଏବଂ ୬ କମ୍ପାନୀ ସିଆରପିଏଫ୍ ମଧ୍ୟ ମୁତୟନ ରହିବେ ।କେବଳ ଏତିକି ନୁହେଁ, ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ବି ପୋଲିସ ମୁତୟନ ରହିବେ । 

OTV is now on Whatsapp

Join and get latest news update delivered to you via whatsapp

Join Now