• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଭାରତୀୟ ସୁରକ୍ଷା ବାହିନୀର ଆକ୍ରମଣରୁ ବଞ୍ଚିବାକୁ ଚେଷ୍ଟା କରୁଥିଲା ଆତଙ୍କବାଦୀ । କଭର ଫାୟାର କରି ଲୁଚି ଥିବା ଘରୁ ବାହାରକୁ ଖସି ପଳାଇବାକୁ ଉଦ୍ୟମ କରୁଥିଲା । ହେଲେ ଭାରତୀୟ ଯବାନଙ୍କ ଗୁଳିରୁ ବଞ୍ଚିପାରିଲାନି । ସୁରକ୍ଷା ବଳର ଗୁଳିରେ ଟଳି ପଡ଼ିଲା ଉଗ୍ରବାଦୀ । ଆଉ ପୁରା ଘଟଣା କଏଦ୍ ହୋଇଛି ଡ୍ରୋନ୍ କ୍ୟାମେରାରେ । ଏହି ଭିଡିଓ ଏବେ ଭାଇରାଲ୍ ହେଉଛି । ଗତ ଶନିବାର ଜମ୍ମୁୃ-କାଶ୍ମୀରର ବାରାମୂଳାରେ ଆତଙ୍କବାଦୀ ସହ ପୋଲିସର ଗୁଳି ବିନିମୟ ହୋଇଥିଲା ।

ଅଧିକ ପଢନ୍ତୁ : ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର ! ୨ ଆତଙ୍କୀ ନିହତ, ୨ ଯବାନ ସହିଦ

ବାରାମୂଳାର ଛକ୍ ଟାପର କ୍ରିରି ଅଞ୍ଚଳରେ ରାତି ତମାମ ଚାଲିଥିବା ଗୁଳି ବିନିମୟରେ ୩ ଜଣ କଟ୍ଟର ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଅପରେସନକୁ ନେଇ ସେନା ଅଧିକାରୀଙ୍କ ସୂଚନା ଅନୁସାରେ, ଛକ ଟାପର କ୍ରିରିରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ସୁରକ୍ଷାବଳ ସେମାନଙ୍କୁ ଘେରାବନ୍ଦୀ କରିଥିଲା । ଆଉ ଏହାପରେ ଆରମ୍ଭ ହୋଇଥିଲା ଆତଙ୍କବାଦୀ ନିପାତ ଅଭିଯାନ ।

ତେବେ ଭାଇରାଲ୍ ହେଉଥିବା ଡ୍ରୋନ୍ ଫୁଟେଜରେ ଜଣେ ଆତଙ୍କବାଦୀ ଘରୁ ବାହାରି କାନ୍ଥ ନିକଟରେ ଥିବା ଗଛ ଆଡ଼କୁ ଧାଇଁ ଯାଉଥିବାର ଦେଖିବାକୁ ମିଳୁଛି । ତେବେ ଅଳ୍ପ କିଛି ଦୂର ଯିବା ପରେ ସେ ତଳେ ପଡି ଯାଉଛି । ପରେ ଯବାନଙ୍କ ପକ୍ଷରୁ ଫାୟାରିଂ କରାଯିବାର କିଛି ସମୟ ପରେ ସେ ନିସ୍ତେଜ ହୋଇଯାଉଛି । ଫାୟାରିଂ ସମୟରେ ଆଖପାଖରେ ଧୂଳି ଉଡୁଥିବା ଦେଖିବାକୁ ମିଳୁଛି । 

OTV is now on Whatsapp

Join and get latest news update delivered to you via whatsapp

Join Now