Advertisment

୬ ଲେନ୍‌ ହେବ ପୁରୀ-ଭୁବନେଶ୍ୱର ରାସ୍ତା, ଓଡ଼ିଶାରେ ୩ ବଡ଼ ପ୍ରକଳ୍ପ

ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ NHAI ଆଞ୍ଚଳିକ ଅଫିସ୍ କୁ ଚିଠି । ଏ ସଂପର୍କରେ ଡିପିଆର୍  ପ୍ରସ୍ତୁତ କରି ମୁଖ୍ୟ ସଚିବଙ୍କୁ ଜଣାଇବାକୁ ନିର୍ଦ୍ଦେଶ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Puri-Bhubaneswar Road

Puri-Bhubaneswar Road

୬ ଲେନ୍ ହେବ ଭୁବନେଶ୍ୱର-ପୁରୀ ରାସ୍ତା। ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥକୁ ୬ ଲେନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ମଧ୍ୟ ୬ ଲେନ୍ ବିଶିଷ୍ଟ ହେବ। ୬ ଲେନ୍ ରାସ୍ତା ସହ ଉଭୟ ପାର୍ଶ୍ୱରେ ୨ ଲେନ୍ ସର୍ଭିସ୍ ରୋଡ୍ ରହିବ। ଏ ସଂପର୍କୀତ ପ୍ରସ୍ତାବକୁ ମଂଜୁରୀ ମିଳିଥିବା ରାଜ୍ୟ ସରକାର ଜଣାଇଛନ୍ତି। ଏନେଇ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ NHAI ଆଞ୍ଚଳିକ ଅଫିସକୁ ଚିଠି କରିବା ସହ ଡିପିଆର୍ ପ୍ରସ୍ତୁତ କରି ମୁଖ୍ୟ ସଚିବଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ରାଜ୍ୟ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ ଏନେଇ ଜାତୀୟ ରାଜପଥ ପ୍ରାଧିକରଣର ଭୁବନେଶ୍ୱରସ୍ଥିତ ଆଂଚଳିକ ଅଫିସକୁ ଚିଠି ଲେଖି ଅବଗତ କରାଇଛନ୍ତି। ଏହି ଦୁଇ ରାସ୍ତା ନିର୍ମାଣ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ସହ ଏହାକୁ ଚୂଡ଼ାନ୍ତ କରିବା ନିମନ୍ତେ ମୁଖ୍ୟ ସଚିବଙ୍କ ନିକଟରେ ଉପସ୍ଥାପନ ନିମନ୍ତେ ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ସେ ଅନୁରୋଧ କରିଛନ୍ତି।

ଅନ୍ୟପଟେ ଓଡ଼ିଶାରେ ହେବ ଭାରତର ତିନି ବଡ଼ ପ୍ରକଳ୍ପ । ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କାର୍ଯ୍ୟକାରୀ ହେବାକୁ ଯାଉଛି ରେଲୱେର ୩ଟି ବୃହତ ଓ ମଧ୍ୟମ ପ୍ରକଳ୍ପ। ଦେଶରେ ମୋଟ ୮ଟି ବଡ଼ ଓ ମଧ୍ୟମ ରେଳ ପ୍ରୋଜେକ୍ଟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଥିବା ବେଳେ ସେ ଭିତରୁ ୩ଟି ପ୍ରକଳ୍ପ ଓଡ଼ିଶାରେ ହେଉଥିବା ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ଆକାଂକ୍ଷିତ ଜିଲ୍ଲା ତଥା ଆଦିବାସୀ ଅଧ୍ୟୁଷିତ ନିର୍ବାଚନମଣ୍ଡଳୀରେ କରାଯାଉଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

୭୩ କିଲୋମିଟର ବିଶିଷ୍ଟ ଗୁଣୁପୁରୁ ଥେରୁବାଲି ନୂଆ ଲାଇନ୍, ୧୧୬ କିଲୋମିଟର ଲମ୍ବ ଜୁନାଗଡ଼-ନବରଙ୍ଗପୁର ନୂଆ ଲାଇନ୍ ଏବଂ ମାଲକାନଗିରି ପାଣ୍ଡୁରାମପୁରମ୍ ଭଦ୍ରଚାଳମ ଦେଇ ୧୭୩ କିଲୋମିଟର ନୂଆ ଲାଇନ୍ ପ୍ରକଳ୍ପକୁ ମୋଦି ସରକାରଙ୍କ କ୍ୟାବିନେଟ୍ ପକ୍ଷରୁ ଅନୁମୋଦନ ମିଳିଥିବା ଅଶ୍ବିନୀ ବୈଷ୍ଣବ କହିଛନ୍ତି। ଦେଶରେ ୮ଟି ରେଳ ପ୍ରକଳ୍ପ ୭ ରାଜ୍ୟ ଏବଂ ୧୪ଟି ଜିଲ୍ଲା ମଧ୍ୟରେ କାର୍ଯ୍ୟକାରୀ ହେବ। ଏଥିପାଇଁ ମୋଟ ୨୪ ହଜାର ୬୫୭ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଆସନ୍ତା ୨୦୩୦-୩୧ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ୩ଟି ପ୍ରକଳ୍ପ ପାଇଁ ବ୍ୟୟବରାଦ ରହିଛି ୧୫ ହଜାର ୪ କୋଟି ଟଙ୍କା। 

NH
Advertisment
Advertisment