Advertisment

Utkarsh Odisha 2025: ଉତ୍କର୍ଷ ଓଡ଼ିଶାର ଶୁଭାରମ୍ଭ; ସ୍ବାକ୍ଷର ହେଲା ୫୪ MoU, ଆସିବ ସାଢ଼େ ୪ ଲକ୍ଷ କୋଟିର ପୁଞ୍ଜି

ଓଡ଼ିଶାରେ ଆଲୁମିନିୟମ୍ ରିଫାଇନାରୀ ଓ ଆଲୁମିନିୟମ୍ ସ୍ମେଲଟର ପ୍ଲାଣ୍ଟ କରିବାକୁ ଆଦିତ୍ୟ ବିର୍ଲା ଗ୍ରୁପ୍ ୫୦ ହଜାର କୋଟି ନିବେଶ ଲାଗି ନିଷ୍ପତ୍ତି ନେଇଥିଲା ବେଳେ ପେଟ୍ରୋକିମିକାଲ୍ସ କ୍ଷେତ୍ରରେ ଭଦ୍ରକ ଓ ପାରାଦୀପରେ ଇଣ୍ଡିଆନ୍ ଅଏଲ୍ ୭୦ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ ଦେଖାଇଛି।

ଅଦ୍ୟତନ ହୋଇଛି
undefined

Utkarsh Odisha 2025

Advertisment

ଭୁବନେଶ୍ବରର ଜନତା ମୈଦାନରେ ଉତ୍କର୍ଷ ଓଡ଼ିଶାର ପ୍ରଥମ ଦିନରୁ ଉତ୍ସାହିତ ଓଡ଼ିଶା। ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ଉଦ୍ଘାଟିତ ଏ ଶିଳ୍ପ ମହାକୁମ୍ଭରେ ଏପର୍ଯ୍ୟନ୍ତ ରାଜ୍ୟକୁ ସାଢ଼େ ୪ ଲକ୍ଷ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଆସି ସାରିଛି। ଗୋଟିଏ ଦିନରେ ବିଭିନ୍ନ ଶିଳ୍ପସଂସ୍ଥା ସହ ସ୍ବାକ୍ଷର ହୋଇଛି ୫୪ MoU। ସବୁଠୁ ଅଧିକ ୨ ଲକ୍ଷ ୨୮ ହଜାର କୋଟିର ପୁଞ୍ଜିନିବେଶ ପାଇଁ ଆଦାନୀ ସହ ବୁଝାମଣା ହୋଇଥିଲା ବେଳେ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଜେଏସଡ୍ଲୁ ସହ ଚୁକ୍ତି କରିଛନ୍ତି ସରକାର।

Advertisment

ଆଦାନୀଠୁ ବେଦାନ୍ତ.. JSWରୁ JSPL..ଉତ୍କର୍ଷ ଓଡ଼ିଶାରେ ଛୁଟିଲା ନିବେଶ ଆଗ୍ରହର ସୁଅ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ହେବ ଷ୍ଟିଲ୍ ପାଣ୍ଟ ରାଜ୍ୟରେ ଆଦାନୀ କରିବ ୨ ଲକ୍ଷ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ । ଆସନ୍ତା ୬ ବର୍ଷରେ ୭୦ ହଜାର କୋଟି ପୁଞ୍ଜି ନିବେଶ ପାଇଁ JSPL ପ୍ରତିଶ୍ରୁତି ଦେଇଛି। ଗୋପାଳପୁରରେ ରିନ୍ୟୁଏବୁଲ୍ ଏନର୍ଜିରେ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ କରିବ ଆଭାଡ଼ା। ମୋହନ ସରକାରଙ୍କ ପ୍ରଥମ ଉତ୍କର୍ଷ ଓଡ଼ିଶା କନକ୍ଲେଭର ପ୍ରଥମ ଦିନରୁ ଓଡ଼ିଶାକୁ ମିଳିଛି ଏମିତି ନୂଆ ଆଉ ବଡ଼ ବଡ଼ ପ୍ରକଳ୍ପ ପାଇଁ ବିଶିଷ୍ଟ ଶିଳ୍ପପତିଙ୍କ ପ୍ରସ୍ତାବ।

ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ଶିଳ୍ପ ମୁହାକୁମ୍ଭରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ଓ ଗ୍ୟାରେଣ୍ଟିର ତାକତରେ ଓଡ଼ିଶା ପାଇଁ ଖୋଲିଛି ସମ୍ଭାବନାର ନୂଆ ଦ୍ବାର। ଦୁଇ ଦିନିଆ କନକ୍ଲେଭ୍ ଉଦ୍ଘାଟନର ଇଏ ସେଇ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ପ୍ରଧାନମନ୍ତ୍ରୀଙ୍କ ବିଧିବଦ୍ଧ ଶୁଭାରମ୍ଭ କାର୍ଯ୍ୟକ୍ରମ ପରେ ବିଭିନ୍ନ ଶିଳ୍ପ ସଂସ୍ଥା ଓ କଂପାନିର ସିଇଓମାନଙ୍କ ସହ ରାଉଣ୍ଡଟେବୁଲ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ। ଓଡ଼ିଶାରେ ଶିଳ୍ପ ଅନୁକୂଳ ଭିତ୍ତିଭୂମି ଓ ଶିଳ୍ପନୀତି ବାବଦରେ ଏମାନଙ୍କୁ ଗୋଟି ଗୋଟି କରି ଅବଗତ କରାଇବା ସହ ପ୍ରକଳ୍ପକୁ ବାସ୍ତବତାର ରୂପ ଦେବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ।ତା ପରେ ଆରମ୍ଭ ହୋଇଯାଇଥିଲା ଆଗ୍ରହ ଓ ପ୍ରତିଶ୍ରୁତିର ସୁଅ।

Advertisment

ଶିଳ୍ପ ସଚିବଙ୍କ ସୂଚନା ଅନୁଯାୟୀ, ପ୍ରଥମ ଦିନରେ ହିଁ ବିଭିନ୍ନ କ୍ଷେତ୍ରରେ ଶିଳ୍ପସଂସ୍ଥା ସହ ସ୍ବାକ୍ଷର ହୋଇଛି ୫୪ଟି ବୁଝାମଣାପତ୍ର। ଏହା ଜରିଆରେ ରାଜ୍ୟକୁ ଆସିବ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ। ସେ ଭିତରୁ ୨ ଲକ୍ଷ ୨୭କୋଟିର ସବୁଠୁ ବଡ MOU ସ୍ବାକ୍ଷର ହୋଇଛି ଆଦାନୀ ଗ୍ରୁପ ସହ। ସେହିପରି କେନ୍ଦୁଝରରେ ୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପାଇଁ ୩୦ ରୁ ୪୦ ହଜାର କୋଟିର ପୁଞ୍ଜି ନିବେଶ ପାଇଁ JSW ଗ୍ରୁପ ସହ MOU ହୋଇଛି। ଅପରପକ୍ଷେ କପର ଫଏଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ବିର୍ଲା ଗ୍ରୁପ୍ ସହ ଏମଓୟୁ ସ୍ବାକ୍ଷର ହୋଇଥିଲା ବେଳେ ରାୟଗଡ଼ାରେ ଆଲୁମିନିୟମ୍ ପ୍ଲାଣ୍ଟ ପାଇଁ ଲକ୍ଷେ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରତିଶ୍ରୁତି ଦେଇଛି ବେଦାନ୍ତ।

ଅଧିକ ପଢ଼ନ୍ତୁ: ଆଗେଇ ଆସିଲେ ପୁଞ୍ଜିପତି, ନିବେଶ କରିବେ ଲକ୍ଷାଧିକ କୋଟି

ସେହିପରି ଓଡ଼ିଶାରେ ଆଲୁମିନିୟମ୍ ରିଫାଇନାରୀ ଓ ଆଲୁମିନିୟମ୍ ସ୍ମେଲଟର ପ୍ଲାଣ୍ଟ କରିବାକୁ ଆଦିତ୍ୟ ବିର୍ଲା ଗ୍ରୁପ୍ ୫୦ ହଜାର କୋଟି ନିବେଶ ଲାଗି ନିଷ୍ପତ୍ତି ନେଇଥିଲା ବେଳେ ପେଟ୍ରୋକିମିକାଲ୍ସ କ୍ଷେତ୍ରରେ ଭଦ୍ରକ ଓ ପାରାଦୀପରେ ଇଣ୍ଡିଆନ୍ ଅଏଲ୍ ୭୦ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ ଦେଖାଇଛି। ଏସବୁ ସହ ଆଜି ଗୋଟିଏ ଦିନରେ ୧୦୦ରୁ ଅଧିକ ନୂଆ ପୁଞ୍ଜିନିବେଶ ଆଗ୍ରହ ପାଇଥିବା ନେଇଛି ଶିଳ୍ପ ବିଭାଗ। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ଓଡ଼ିଶା ଶିଳ୍ପର ହବ୍ ହେବାକୁ ଯାଉଛି। ଆସନ୍ତାକାଲି ଉତ୍କର୍ଷ ଓଡ଼ିଶାର ଦ୍ବିତୀୟ ଦିନରେ ୧୦ଟି ଶିଳ୍ପ କ୍ଷେତ୍ର ପାଇଁ ସ୍ବତନ୍ତ୍ର ଅଧିବେଶନ ହେବାର ଅଛି। ଯେଉଁଥିରୁ ରାଜ୍ୟକୁ ବିପୁଳ ମାତ୍ରାରେ ପୁଞ୍ଜିନିବେଶ ନେଇ ପ୍ରସ୍ତାବ ଆସିବାର ଆସିବାର ଆଶା ରଖିଛନ୍ତି ସରକାର।

Advertisment

ଅଧିକ ପଢ଼ନ୍ତୁ: ମୋଦିଙ୍କ ସମ୍ବୋଧନ: କହିଲେ-ସମ୍ଭାବନାର ଭୂଖଣ୍ଡ ଓଡ଼ିଶା

Bhubaneswar PM Modi CM Odisha Utkarsh Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ