Students Hunger Strike: ବାହାରିଲାନି ପରୀକ୍ଷା ଫଳ, ଆମରଣ ଅନଶନରେ ଛାତ୍ରଛାତ୍ରୀ

CBSE ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଫଳାଫଳ ଗତ ୧୩ ତାରିଖ ଦିନ ପ୍ରକାଶ ପାଇଥିଲା । ହେଲେ ପଦ୍ମପୁର ଅଞ୍ଚଳର ୬ଟି ବିଦ୍ୟାଳୟର ପରୀକ୍ଷା ଫଳାଫଳ, ଆଜି ଯାଏଁ ପ୍ରକାଶ ପାଇନାହିଁ । ଯାହାକୁ ନେଇ ଆମରଣ ଅନଶନ କରିଛନ୍ତି ଛାତ୍ରଛାତ୍ରୀ ।

ଆମରଣ ଅନଶନ

ପ୍ରକାଶ ପାଇଲାନି ପରୀକ୍ଷା ଫଳ । ଆମରଣ ଅନଶନରେ ବସିଲେ ଛାତ୍ରଛାତ୍ରୀ । CBSE ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଫଳ ଗତ ୧୩ ତାରିଖ ଦିନ ପ୍ରକାଶ ପାଇଥିଲା । ହେଲେ ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳର ୬ଟି ବିଦ୍ୟାଳୟର ୧୧୮୫ ପିଲାଙ୍କ ପରୀକ୍ଷା ଫଳାଫଳ, ଆଜି ଯାଏଁ ପ୍ରକାଶ ପାଇନାହିଁ । ଅନ୍ୟପଟେ ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ ନାମଲେଖା ପାଇଁ ଅନଲାଇନ ଆବେଦନ ଆରମ୍ଭ ହୋଇସାରିଛି । 

ଅଧିକ ପଢ଼ନ୍ତୁ: ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ; କେମିତି କରିବେ ଜାଣନ୍ତୁ...

ପରୀକ୍ଷା ଫଳ ପ୍ରକାଶ କରି ନଥିବା ୧୧୮୫ ପିଲାଙ୍କ ଭବିଷ୍ୟତ କ'ଣ ହେବ ତାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଦୀର୍ଘ ଦିନ ଅପେକ୍ଷା ପରେ ଆଜି ଶହ ଶହ ଛାତ୍ରଛାତ୍ରୀ ଓ ଅଭିଭାବକ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରୁଛନ୍ତି ।  ସ୍ଥାନୀୟ ବିଜେଡି ବିଧାୟିକା ବର୍ଷା ସିଂ ବରିହା ଅନଶନ ସ୍ଥଳକୁ ଯାଇ ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇବା ସହ ପିଲାଙ୍କ ଭବିଷ୍ୟତକୁ ନେଇ ଏଭଳି ଅବହେଳାକୁ ନିନ୍ଦା କରିଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ସେ ସମାଲୋଚନା କରିଛନ୍ତି ।

ଏହି ଘଟଣା ସମ୍ପର୍କରେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ସାହୁ କହଛନ୍ତି ଯେ, ଜିଲ୍ଲାପାଳଙ୍କ ମାଧ୍ୟମରେ ଭୁବନେଶ୍ୱର ରିଜିଓନାଲ ଅଫିସକୁ ଚିଠି ଲେଖିଛୁ ।  ଖୁବଶୀଘ୍ର ଫଳ ପ୍ରକାଶ କରିବାକୁ ଚେଷ୍ଟା କରୁଛୁ । ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ବ୍ୟସ୍ତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଶିକ୍ଷା ବିଭାଗର ବଡ଼ ଭୁଲ ! BAD ନୁହେଁ BED Performance ପାଇଁ କଟିଲା ଶିକ୍ଷକଙ୍କ ଦରମା...