/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711446687.jpg)
ହୋଲି ଖେଳ ନେଲା ଜୀବନ !
ହୋଲିରେ ଅଘଟଣ । ହୋଲି ଖେଳ ସାରି ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ଯୁକ୍ତଦୁଇ ଛାତ୍ର । କଟକ ସାଲେପୁର କରମୁଆଁ ଗାଁରେ ଘଟିଛି ଦୁଃଖଦ ଘଟଣା । ସ୍ଥାନୀୟ ଛାଣିପୁରର ଆଶିଷ କୁମାର ଦାସ ସାଙ୍ଗମାନଙ୍କ ସହ ହୋଲି ସାରି ଗାଧେଇବାକୁ ଯାଇଥିଲେ । ମାତ୍ର ଏହି ସମୟରେ ପୋଖରୀରେ ଗୋଡ଼ ଖସିଯିବାରୁ ସେ ବୁଡ଼ିଯାଇଥିଲେ ।
ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ତାଙ୍କୁ ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଅନ୍ୟପଟେ ଗାଧୋଇବା ବେଳେ ପୋଖରୀରେ ବୁଡ଼ି ନାବାଳକ ମୃତ । ପାରାଦୀପ ଲକ ଥାନା ଅନ୍ତର୍ଗତ କତକୂଲା ଗାଁର ଘଟଣା । ହୋଲି ଖେଳି ସାରି ସାଙ୍ଗମାନଙ୍କ ସହ ଗାଁ ପୋଖରୀରେ ଗାଧୋଇବା ବେଳେ କତକୂଲା ଗାଁର ଜୟନ୍ତ ସରକାରଙ୍କ ୧୩ ବର୍ଷର ପୁଅ ବୁଡି ଯାଇଥିଲା । ସମସ୍ତଙ୍କ ଚେଷ୍ଟା ପରେ ବି ପିଲାଟି ଛୋଟ ଥିବାରୁ କେହି ଉଦ୍ଧାର କରି ପାରି ନଥିଲେ । ଜଣେ ଛୋଟ ପିଲା ଗାଁରେ ଡାକ ପକାଇବା ପରେ ପରିବାର ଓ ଗାଁ ଲୋକ ପହଞ୍ଚି ଉଦ୍ଧାର କରି ଅଠରବାଙ୍କି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି । ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସେହିପରି ବାଲେଶ୍ୱର ସୋର ଦହିସଡା ଗାଁରେ ଅଘଟଣ ଘଟିଛି । ପୋଖରୀରେ ବୁଡ଼ି ଶିଶୁପୁତ୍ରର ମୃତ୍ୟୁ ହୋଇଛି । ହୋଲି ଖେଳି ସାରି ଗାଧେଇବାକୁ ଯାଇଥିବା ବେଳେ ଏ ଅଘଟଣ ଘଟିଛି । ଶିଶୁପୁତ୍ର ଜଣକ ହେଉଛନ୍ତି ଗାଁର ମାନସ ପାତ୍ରଙ୍କ ପୁଅ ଆୟୁଷ୍ମାନ ପାତ୍ର ବୋଲି ଜଣାପଡ଼ିଛି। ବୁଡି ଯିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ମେଡିକାଲକୁ ଆଣିଥିଲେ l କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)