Advertisment

DhanuYatra: ଖୁସି ଖବର; ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ନିର୍ମାଣ ହେବ ସ୍ଥାୟୀ ରାଜମହଲ

ରାଜ୍ୟ ପର୍ଯ୍ୟଟନ ବିଭାଗର ପକ୍ଷରୁ ଏକ ଚିଠିରେ ଉଲ୍ଲେଖ କରାଯାଇଛି। ଏନେଇ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ ତାଙ୍କ ଫେସବୁକ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Bargarh dhanu yatra

Bargarh dhanu yatra

Advertisment

ବରଗଡ଼ବାସୀଙ୍କ ପାଇଁ ଆସିଲା ଖୁସି ଖବର। ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ନିର୍ମାଣ ହେବ ସ୍ଥାୟୀ ରାଜମହଲ । ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୧୨କୋଟି ୭୯ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।

Advertisment

ରାଜ୍ୟ ପର୍ଯ୍ୟଟନ ବିଭାଗର ପକ୍ଷରୁ ଏକ ଚିଠିରେ ଉଲ୍ଲେଖ କରାଯାଇଛି। ଏନେଇ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ ତାଙ୍କ ଫେସବୁକ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି।

ଏଥିପାଇଁ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାଦ୍ୱାରା ବିଶ୍ବ ପ୍ରସିଦ୍ଧ ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଆହୁରି ଭବ୍ୟ ଓ ସମୃଦ୍ଧ ହେବ ବୋଲି ସେ କହିଛନ୍ତି। ବରଗଡ଼ ନିଶାମଣି ହାଇସ୍କୁଲ ପଡ଼ିଆରେ ରାଜମହଲ ନିର୍ମାଣ କରାଯିବା ନେଇ ପ୍ରସ୍ତାବ ରହିଥିବା ଚିଠିରେ ଉଲ୍ଲେଖ ରହିଛି।

Advertisment

ସୂଚନାଯୋଗ୍ୟ, ବରଗଡ଼ ଧନୁଯାତ୍ରା ଏକ ବାର୍ଷିକ ନାଟକ-ଭିତ୍ତିକ ଖୋଲା ରଙ୍ଗମଞ୍ଚ ଯାତ୍ରା। ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ। 

ଯାତ୍ରା ସମୟରେ ବରଗଡ଼ ସହର କଂସଙ୍କ ମଥୁରା ପାଲଟୁଥିବାବେଳେ ପୌରାଞ୍ଚଳର ୧୭ନଂ ୱାର୍ଡ଼ ଅମ୍ବାପାଲି ପାଲଟି ଥାଏ ଗୋପପୁର। ଏଥିସହ ବରଗଡ଼ ସହରବାସୀ ଓ ଦର୍ଶକ ପାଲଟିଥାନ୍ତି ପ୍ରଜା । ମହାରାଜା କଂସଙ୍କ ଆଦେଶ ଅବମାନନା କଲେ ଯେତେବଡ଼ ପଦପଦବୀରେ ଥିଲେ ସୁଦ୍ଧା ଦଣ୍ଡ ଭୋଗିବାକୁ ହୋଇଥାଏ ।

Advertisment

ଅଧିକ ପଢ଼ନ୍ତୁ : ଧନୁଯାତ୍ରାର ଷଷ୍ଠ ଦିନରେ ରାଧାକୃଷ୍ଣଙ୍କ ରାସଲୀଳା, ମଥୁରାରେ କଂସ ମହାରାଜଙ୍କ ରଙ୍ଗସଭା

Bargarh Dhanu Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ