/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753954500.jpg)
Peon Allegedly Serves Urine Instead of Water
ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇ ଦେଲେ ପିଅନ l ଏଭଳି ଘଟଣା ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଆର୍.ଉଦୟଗିରି ସ୍ଥିତ ଆର.ଡବ୍ଲୁ.ଏସଏସ ବିଭାଗରୁ l ଗତ ୨୨ ତାରିଖରେ ଯନ୍ତ୍ରୀ ସଚିନ ଗୌଡ଼ ଆର.ଉଦୟଗିରିରେ ଯନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ l ୨୩ ତାରିଖ ରାତିରେ ଖାଇବା ପରେ ସେ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପିଅନ ଶିବ ନାରାୟଣ ନାୟକଙ୍କୁ ପିଇବା ପାଇଁ ପାଣି ମାଗିଥିଲେ l ହେଲେ ପିଅନ ଜଣଙ୍କ ପାଣି ବଦଳରେ ଷ୍ଟିଲ ବୋତଲରେ ପରିସ୍ରା ଦେଇଥିଲେ l
ଯନ୍ତ୍ରୀଙ୍କ ସମେତ ସେହି ବୋତଲ ପାଣିକୁ ଦୁଇ ଜଣ କର୍ମଚାରୀ ପିଇବା ପରେ ତାହା ପରିସ୍ରା ବୋଲି ସନ୍ଦେହ କରିଥିଲେ l ସନ୍ଦେହ ଦୂର କରିବା ପାଇଁ ସେହି ବୋତଲ ପାଣିକୁ ପରୀକ୍ଷାଗାରକୁ ପଠାଇଥିଲେ । ପରୀକ୍ଷା ପରେ ପାଣିରେ ୨.୦ ପରିମାଣର ଆମୋନିଆ ଥିବାରୁ ସେଥିରେ ପରିସ୍ରା ମିଶିଥିବା ସଂଦେହ ହୋଇଛି । ଅଧିକ ପରୀକ୍ଷା ପାଇଁ ପାରଳାଖେମୁଣ୍ଡି ଲ୍ୟାବକୁ ପଠା ଯାଇଛି l ଯନ୍ତ୍ରୀ ଜଣଙ୍କ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି l ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏଥିସହ ଓଡିଶା ପାନୀୟ ଜଳ ନିର୍ଦ୍ଦେଶକଙ୍କ ସମେତ ଜାତୀୟ ମାନବାଧିକର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)