Advertisment

Srimandir: ପତିତପାବନ ଗୁମୁଟ ଦ୍ୱାର ବନ୍ଧ ବି ହେବ ରୁପା ଛାଉଣୀ

ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Srimandir

ପତିତପାବନ ମନ୍ଦିର ହେବ ରୁପା ଛାଉଣୀ

ଶ୍ରୀମନ୍ଦିର ସିଂହଦ୍ୱାର ପତିତପାବନ ମନ୍ଦିର ହେବ ରୁପା ଛାଉଣୀ । ପତିତପାବନ ଗୁମୁଟ ଦ୍ୱାର ବନ୍ଧ, ମହାପ୍ରଭୁଙ୍କ ରତ୍ନ ପଲଙ୍କ, ଭଣ୍ଡାରଘର ନିକଟ ଲୋକନାଥ ମନ୍ଦିର ବନ୍ଧ ବି ରୁପା ଛାଉଣୀ ହେବ। ଏନେଇ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରୂପା ଛାଉଣୀ ନେଇ ସେବାୟତଙ୍କୁ ଆଜି ଡିଜାଇନ୍ ଦେଖାଯାଇଛି । ପୂର୍ବ ପରିଚାଳନା କମିଟିରେ ଏନେଇ ଆଲୋଚନା ହୋଇଥିଲା। ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ରଥଚକ ବିକ୍ରିରୁ ୫୩ଲକ୍ଷ ଟଙ୍କା ଲବ୍ଧ ଅର୍ଥ ଶ୍ରୀମନ୍ଦିର ଫଣ୍ଡକୁ ଆସିଛି ।

Advertisment

ଗୁରୁବାର ସଂଧ୍ୟାରେ କାର୍ତ୍ତିକ ପୂର୍ଣ୍ଣିମା ନୀତିକାନ୍ତି, ଦର୍ଶନ ଓ ଶ୍ରୀମନ୍ଦିରର ବିଭିନ୍ନ ବିକାଶ ସଂପର୍କରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ପରେ ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗ ସଂପାଦକ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ପୂଜାପଣ୍ଡା ସାମନ୍ତ କହିଛନ୍ତି, ସିଂହଦ୍ବାରରେ ଜମଶିଳା ଅଛି, ତାକୁ ରୁପା ଛାଉଣି କରିବାକୁ ପ୍ରସ୍ତାବ ଆସିଥିଲା। ଅଣସର ବେଳେ ଅଣସର ଠାକୁର ମହାପ୍ରଭୁ ଯେଉଁ ଖଟରେ ବସୁଛନ୍ତି, ସେ ଖଟ ବି ରୁପା କରିବାକୁ ପ୍ରସ୍ତାବ ରହିଥିଲା।

ଏହାସହ ପଢ଼ନ୍ତୁ: Puri Srimandir: ପଞ୍ଚୁକ ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଅସମ୍ଭାଳ ଗହଳି

Advertisment

ସେହିଭଳି ମହାପ୍ରଭୁଙ୍କ ଚଳନ୍ତୀ ପ୍ରତୀମା ମଦନମୋହନଙ୍କ ସମେତ ଶ୍ରୀଦେବୀ, ଭୂଦେବୀ ଓ ଅନ୍ୟ ଦେବବେଦୀଙ୍କୁ ମିଶାଇ ୭ଟି ପ୍ରଭା ରୁପାରେ ତିଆରି କରିବାକୁ ପୂର୍ବ ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା। ପତିତପାବନ ମନ୍ଦିର ଓ ସିଂହାସନ ଆଚ୍ଛାଦିତ କରିବାକୁ ବି ଯୋଜନା କରାଯାଇଥିଲା। ଆଜି ଏସବୁର ଡିଜାଇନ୍‌ ପ୍ରଦର୍ଶିତ ହୋଇଥିଲା। ପତିତପାବନ ମନ୍ଦିର ଓ ସିଂହାସନର ମାପ ଯେହେତୁ ଡିଜାଇନର୍‌ମାନେ ଆଣିନଥିଲେ, ତେଣୁ ଏହା ଚୂଡ଼ାନ୍ତ ହୋଇପାରିନି। କିନ୍ତୁ ସିହଂଦ୍ୱାର ଜମଶିଳାରେ ଲାଗିବାକୁ ଥିବା ରୁପା ଡିଜାଇନ୍‌ରେ ସାମାନ୍ୟ ସଂଶୋଧନ କରାଯାଇଛି ଓ କେଉଁ ଡିଜାଇନ୍‌ର ରୁପା ଲାଗିବ ଚୂଡ଼ାନ୍ତ ହୋଇସାରିଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିଥିଲା । ଏଥିରେ ଶ୍ରୀମନ୍ଦିରରେ ବିଭିନ୍ନ ସ୍ଥାନରେ ରୁପା ଆଚ୍ଛାଦନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ବିଭିନ୍ନ ନିଯୋଗର ବରିଷ୍ଠ ସେବାୟତ, ପୂର୍ବତନ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। 

ଏହାସହ ପଢ଼ନ୍ତୁ: Foreigner Enters Puri Srimandir: ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି, ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା

Srimandir Jagannath Temple
Advertisment
Advertisment