/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720535214.jpg)
MSME Minister
ଓ-ହବରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା ଅଭିଯୋଗ ସଂପର୍କିତ ଖବର ଓଟିଭିରେ ପ୍ରସାରଣ ପରେ ରାଜ୍ୟ ସରକାରଙ୍କ ତନାଘନା । ନିଜେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁ୍ଧ୍ୟାନ କରିଛନ୍ତି MSME ମନ୍ତ୍ରୀ। କାହିଁକି ଓଡ଼ିଆ ଉଦ୍ୟୋଗୀଙ୍କୁ ଜାଗା ଦିଆଯାଇନି ? ଓ-ହବ୍ ବିଲ୍ଡିଂରେ ଅଣ-ଓଡ଼ିଆ MNCଙ୍କୁ କାହିଁକି ଏତେ ଅନୁକମ୍ପା ? ଓ-ହବରେ କେଉଁ ସବୁ ଉଦ୍ୟୋଗୀଙ୍କୁ ସ୍ଥାନ ଦିଆଯାଇଛି ଏବଂ ସେମାନଙ୍କ ଭୂମିକା କ’ଣ ? ଏଭଳି ପ୍ରଶ୍ନ ପଚାରିବା ହ ଓ-ହବ୍ ପ୍ରତିଷ୍ଠାନରେ ମନ୍ତ୍ରୀ ଘଣ୍ଟାଚକଟା କରିଛନ୍ତି ।
ଓଟିଭିର ଆଉ ଏକ ବଡ଼ ପ୍ରଭାବ। ବାଜିଲା ଓ-ହବରେ ଓଡ଼ିଆ ଯୁବ ଉଦ୍ୟୋଗୀଙ୍କୁ ଅଣଦେଖାର ଖବର। ଆକ୍ସନ ମୋଡକୁ ଆସିଲେ ମୋହନ ସରକାର। ଗ୍ରାଉଣ୍ଡ ଜିରୋକୁ ଯାଇ ରିୟଲିଟି ଚେକ୍ କରିଛନ୍ତି ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଆଜି ଅଫିସ୍ ଖୋଲୁ ଅଚାନକ ମନ୍ତ୍ରୀ ପହଞ୍ଚିଥିଲେ ଓ-ହବରେ। ମନ୍ତ୍ରୀଙ୍କୁ ଦେଖି ଥଥମମ ଓ-ହବର ବରିଷ୍ଠ ଅଧିକାରୀ। ମନ୍ତ୍ରୀଙ୍କ ହାତରେ ଥିଲା ଲମ୍ବା ପ୍ରଶ୍ନ ସମ୍ବଳିତ ଚିଠା। ପଚାରିଥିଲେ ଗୁଡ଼େଇ ତୁଡ଼େଇ। କେଉଁ ପଲିସିରେ IBM ଓ E &Y ଭଳି କମ୍ପାନୀଙ୍କୁ ଓ-ହବରେ ସ୍ଥାନ ମିଳିଛି ? ଅଣଓଡ଼ିଆ କମ୍ପାନୀଗୁଡ଼ିକର ଭୂମିକା କ’ଣ ? ଓ-ହବରେ ମୋଟ୍ ଇନଭେଷ୍ଟମେଣ୍ଟ କେତେ ଏବଂ ଓଡ଼ିଶା କି ଲାଭ ପାଇଛି ? କେତେ ଓଡିଆ ନିଯୁକ୍ତି ପାଇଛନ୍ତି ? ଏଭଳି ଅନେକ ପ୍ରଶ୍ନ।
ମନ୍ତ୍ରୀଙ୍କ ପ୍ରଶ୍ନ ଶୁଣି ଅଣଓଡ଼ିଆ ଅଧିକାରୀଙ୍କ ପାଟି ହେଉଥିଲା ଥଙ୍ଗ ଥଙ୍ଗ। ଏ ଅଫିସରୁ ସେ ଅଫିସ୍ ଘୁରି ଅନୁଧ୍ୟାନ କରିବା ସହ ଜଣେ ବି ଓଡ଼ିଆ ଯୁବ ଉଦ୍ୟୋଗୀଙ୍କୁ ନପାଇବାରୁ କ୍ଷୁବ୍ଧ ହୋଇଥିଲେ ମନ୍ତ୍ରୀ। ଆଉ ୪୮ ଘଣ୍ଟା ଭିତରେ ସବୁ ପ୍ରଶ୍ନର ଉତ୍ତର ଦେବାକୁ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏବଂ ସିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟର ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ ଲକ୍ଷ୍ୟରେ ଭୁବନେଶ୍ବର ଇନଫୋସିଟି -2 କ୍ୟାମ୍ପସରେ ନିର୍ମିତ ବହୁତଳ ବିଶିଷ୍ଟ ଓ-ହବ୍ ବିଲ୍ଡିଂ। ୨୦୨୧ ଡିସେମ୍ବରରେ ଏହାର ଉଦଘାଟନ ହୋଇଥିଲା। ୩୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓ-ହବରେ ରହିଛି ୪ ଲକ୍ଷ ୫ଶହ ବର୍ଗଫୁଟ୍ ଜାଗା। ଓ-ହବରେ ଯେଉଁ MNCଙ୍କୁ ଜାଗା ଦିଆଯାଇଛି ତାକୁ ପୂର୍ବ ବିଜେଡି ସରକାର ବର୍ଗଫୁଟ ପିଛା ମାତ୍ର ୨୦ଟଙ୍କାରେ ଦେଇଛନ୍ତି । ଉଦ୍ଦେଶ୍ୟ ଥିଲା, ରାଜ୍ୟର ଯୁବ ଉଦ୍ୟୋଗୀଙ୍କୁ ଷ୍ଟାର୍ଟଅପ୍ ପାଇଁ ଏଠାରେ ରିହାତି ଦରରେ ଅଫିସ ପାଇଁ ଜାଗା ଯୋଗାଇବା। କିନ୍ତୁ ଦୁର୍ଭାଗ୍ୟ, ଓଡ଼ିଆ ଉଦ୍ୟୋଗୀଙ୍କ ବଦଳରେ ଏହି ବିଲ୍ଡିଂରେ ଏକାଧିକ ବହୁରାଷ୍ଟ୍ରୀୟ କମ୍ପାନୀ ଜାଗା ପାଇ ଅଫିସ କରିଛନ୍ତି। ଯାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଓଡ଼ିଆ ଯୁବ ଉଦ୍ୟୋଗୀ।
କେବଳ MNC ନୁହଁନ୍ତି, ଉଦ୍ୟୋଗ କ୍ଷେତ୍ରରେ ଅଭିଜ୍ଞତା ନଥିବା STPIର ଅବସରପ୍ରାପ୍ତ ଅଧିକାରୀ ଓମକାର ରାୟଙ୍କୁ ଏଠି କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରେ ବସାଇଛନ୍ତି ପୂର୍ବ ସରକାର। ଏ ସଂପର୍କିତ ଖବର ଗତ ଶନିବାର ଓଟିଭିରେ ବାଜିବା ପରେ ଓ ମନ୍ତ୍ରୀଙ୍କ ତନାଘନା ପରେ ଓ-ହବର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସଫେଇ ଦେଇ କହିଛନ୍ତି, ଏବେ କେବଳ ଗୋଟିଏ ଟାୱାରରେ କିଛି ଅଫିସ ଖୋଲିଛି । ଅନ୍ୟ ଟାୱାରଟି କାମ ସରିବାପରେ ସେଠାରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଜାଗା ଦିଆଯିବ। କାହା ପ୍ରତି କୌଣସି ଅନୁକମ୍ପା ପ୍ରଦର୍ଶନ କରାଯାଇନି।
କାହା ସ୍ବାର୍ଥରେ ଓଡ଼ିଆ ଉଦ୍ୟୋଗୀଙ୍କୁ କରାଯାଇଛି ଅଣଦେଖା ? କୋଟି କୋଟି ଟଙ୍କା ବ୍ୟୟରେ ଷ୍ଟାର୍ଟଅପ୍ ପାଇଁ ନିର୍ମିତ ଓ-ହବ ବିଲ୍ଡିଂରେ ଅଣ-ଓଡ଼ିଆ MNCଙ୍କୁ ପୂର୍ବ ସରକାରର ଅହେତୁକ ଅନୁକମ୍ପା ପଛର ରହସ୍ୟ କ’ଣ ? ଏହା ପଛରେ ହୋଇନି ତ ବଡ଼ କିକବ୍ୟାକ୍ ? ଏଭଳି ପ୍ରଶ୍ନ ଭିତରେ ଆଜି କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ OSDଙ୍କ ଇସ୍ତଫାକୁ ନେଇ ନାନା ଚର୍ଚ୍ଚା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)