Advertisment

‘ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଥିବାରୁ ଖରା ଛୁଟି ବଢ଼ାଯାଉ’

ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ଥିବାରୁ, ସ୍କୁଲ ଖୋଲିବାର ତାରିଖ ଘୁଞ୍ଚାଇବାକୁ ଦାବି କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା ।

author-image
Sujit kumar Swain
ଅଦ୍ୟତନ ହୋଇଛି
OSSTA has urged the state government to extend summer vacation for some more days

OSSTA

ସ୍କୁଲ ଖୋଲିବାର ତାରିଖ ଘୁଞ୍ଚାଇବାକୁ ଦାବି। ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ଥିବାରୁ, ସ୍କୁଲ ଖୋଲିବାର ତାରିଖ ଘୁଞ୍ଚାଇବାକୁ ଦାବି କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା । ସଂଘ କହିଛି, ରାଜ୍ୟର ଅଧିକାଂଶ ସ୍କୁଲର ଛାତ ଆଜବେଷ୍ଟସ ହୋଇଥିବାବେଳେ, କିଛି ସ୍କୁଲରେ ବିଦ୍ୟୁତ ସଂଯୋଗ ଏବଂ ପାନୀୟ ଜଳର ବ୍ୟବସ୍ଥା ନାହିଁ। ଏଣୁ ସ୍କୁଲ ଖୋଲିବା ତାରିଖ ଘୁଞ୍ଚାଇବାକୁ ଓଷ୍ଟା ଦାବି କରିଛି । 

Advertisment

ତାପମାତ୍ରା ହ୍ରାସ ନହେବା ଯାଏ ସ୍କୁଲ ବନ୍ଦ ରଖିବାକୁ ସରକାରଙ୍କୁ ନିବେଦନ କରିଛି ଓଷ୍ଟା । ଅତିକମରେ ଆଉ ୩-୪ ଦିନ ଛୁଟି ଘୁଞ୍ଚାଇବାକୁ ଦାବି କରିଛି ଓଷ୍ଟା।

ପଢନ୍ତୁ ଏହି ଖବର: ନିଟ୍ ପରିକ୍ଷାର୍ଥୀଙ୍କ ସ୍ୱାର୍ଥରେ ଆଞ୍ଚ ଆସିବାକୁ ଦିଆଯିବ ନାହିଁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

Advertisment

ଗ୍ରୀଷ୍ମ ଛୁଟି ବଢାଇବା ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି, ଖରା ଓ ଗୁଳଗୁଳିକୁ ଦେଖି ଜିଲ୍ଲାପାଳ ନିଷ୍ପତ୍ତି ନେବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଛି। ସେହିପରି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ପାଣିପାଗ ବିଭାଗ ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ମୁଖ୍ୟ ସଚିବ କହିଛନ୍ତି ।

ରାଜ୍ୟରେ ଜାରି ରହିଛି ଗୁଳୁଗୁଳି। ଏମିତି ସ୍ଥିତି ଆଉ ଦୁଇ ଦିନ ଲାଗି ରହିବ। ଆସନ୍ତା ୧୮ ତାରିଖ ଯାଏ ପାଗରେ କୌଣସି ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ ଗୁଳୁଗୁଳି ଅନୁଭୂତ ହେବ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆଗାମୀ ୪-୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳରେ ଅଗ୍ରସର ହେବାର ସମ୍ଭାବନା ରହିଛି। 

Schools Heat Wave OSSTA Summer Vacation
Advertisment
Advertisment