• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନିଟ୍ ପରୀକ୍ଷାରେ ଅନିୟମିତତା ନେଇ ସାରା ଦେଶରେ ଛାତ୍ର ପ୍ରତିବାଦ କରୁଥିବା ବେଳେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ । ମେଧାବୀ ନିଟ୍ ପରିକ୍ଷାର୍ଥୀ ମାନଙ୍କର ସ୍ୱାର୍ଥକୁ ଆଞ୍ଚ ଆଣିବାକୁ ଦିଆଯିବ ନାହିଁ । ନିଟ୍‌ ପରୀକ୍ଷାରେ କିଛି କେନ୍ଦ୍ରରୁ ଅନିୟମିତତା ଅଭିଯୋଗ ଆସିଛି ।

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୬ ଟି କେନ୍ଦ୍ରରେ ୧୫୬୩ ପରିକ୍ଷାର୍ଥୀ ପୁନଃ ପରୀକ୍ଷା ଦେବେ । ତାହା ଛଡା ଆହୁରି ୨ ଟି କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବାର ଅଭିଯୋଗ ଆସିଛି ଯାହାର ଯାଞ୍ଚ ଚାଲିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ନିଟ୍ ପରୀକ୍ଷାକୁ ଅବ୍ୟବସ୍ଥିତ କରିବାରେ ଯେଉଁ ମାନଙ୍କର ଭୂମିକା ଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

NTA ର ଅଧିକାରୀ ସାମିଲ ଥିଲେ ସେମାନଙ୍କୁ ବି ଛଡା ଯିବନି ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି । ଗତ ମେ ୫ରେ ଅନୁଷ୍ଠିତ NEET ପରୀକ୍ଷାରେ ଦେଶବ୍ୟାପୀ ୪ ହଜାର ୭୫୦ ସେଣ୍ଟରରେ ପ୍ରାୟ ୨୪ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ । ତେବେ ୬ଟି ସେଣ୍ଟରରେ ପିଲାଙ୍କୁ ମିଳିଥିଲା ଭୁଲ୍ ପ୍ରଶ୍ନପତ୍ର ।

ପାଖାପାଖି ୩୦ ମିନିଟ୍ ପରେ ପରୀକ୍ଷାର୍ଥୀଙ୍କ ପାଖରେ ସଠିକ୍ ପ୍ରଶ୍ନପତ୍ର ପହଁଚିଥିଲା । ଏଥିଯୋଗୁଁ ସେସବୁ ସେଣ୍ଟରର ୧୫୬୩ ଛାତ୍ରଛାତ୍ରୀ ଟାଇମ୍ ଲସ୍ ର ଶିକାର ହୋଇଥିଲେ । ସେମାନଙ୍କ ପାଇଁ ପୁନଃ ପରୀକ୍ଷା ବଦଳରେ NTA ପକ୍ଷରୁ ଏକ ଏକ୍ସପର୍ଟ କମିଟି ଗଠନ କରାଯାଇ ଗ୍ରେସ ମାର୍କ ବ୍ୟବସ୍ଥା ହୋଇଥିଲା । ଗ୍ରେସ ମାର୍କ ରଦ୍ଦ ସହ ପୁଣି ପରୀକ୍ଷା କରିବାକୁ NTA ନିଷ୍ପତ୍ତି ନେଇଥିଲା ।

ସୂଚନାଯୋଗ୍ୟ, NEET ବିବାଦ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ପୁଣି ପରୀକ୍ଷା ଦେବେ ଗ୍ରେସ୍ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀ । ନଚେତ୍, ଗ୍ରହଣ କରିବାକୁ ପଡିବ ଫାଇନାଲ୍ ମାର୍କ । ବନ୍ଦ ହେବନି କାଉନସେଲିଂ । NEET ବିବାଦକୁ ନେଇ ଦେଶବ୍ୟାପୀ ହଇଚଇ ମଧ୍ୟରେ ଏଭଳି କଡ଼ା ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

ସ୍ପଷ୍ଟ କରିଛନ୍ତି, ଗ୍ରେସ୍ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀଙ୍କୁ ପୁଣି ପରୀକ୍ଷା ଦେବାକୁ ପଡିବ । ତେବେ ଏହି ସମୟରେ କାଉନସେଲିଂ ଜାରି ରହିବ । ଦୁଇ ସପ୍ତାହ ମଧ୍ୟରେ ଏନଟିଏକୁ ଜବାବ ମାଗିଛନ୍ତି ଉଚ୍ଚତମ ନ୍ୟାୟାଳୟ । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖରେ ହେବ ।

OTV is now on Whatsapp

Join and get latest news update delivered to you via whatsapp

Join Now