Advertisment

Odisha’s Road Network: ରାଜ୍ୟରେ ନିର୍ମାଣ ହେବ ୭୫ହଜାର କିମି ବିଶ୍ବସ୍ତରୀୟ ରାସ୍ତା; ଗଠନ ହେବ OSHA...

ଭାରତ ସରକାରଙ୍କ ଏନଏଚଏଆଇ ସଂସ୍ଥା ଭଳି ଓଡ଼ିଶାରେ ଗଠନ ହେବ ଓଡ଼ିଶା ଷ୍ଟେଟ୍ ହାଇୱେ ଅଥରିଟି ବା OSHA। ଯାହାକି ରାଜ୍ୟରେ ବିଶ୍ବସ୍ତରୀୟ ସଡ଼କ ନିର୍ମାଣ କରିବାର କ୍ଷମତା ପାଇବ।

ଅଦ୍ୟତନ ହୋଇଛି
Odisha’s Road Network

Odisha’s Road Network

Advertisment

ଗତ ବିଧାନସଭା ବଜେଟ୍ ଅଧିବେଶନରେ ପାରିତ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫କୁ ନେଇ ଏବେ ଚର୍ଚ୍ଚା। ବଡ଼ ସୂଚନା କ୍ରମେ ଏହି ବିଲ୍ କାର୍ଯ୍ୟକ୍ଷମ ହେଲେ ଭାରତ ସରକାରଙ୍କ ଏନଏଚଏଆଇ ସଂସ୍ଥା ଭଳି ଓଡ଼ିଶାରେ ଗଠନ ହେବ ଓଡ଼ିଶା ଷ୍ଟେଟ୍ ହାଇୱେ ଅଥରିଟି ବା OSHA। ଯାହାକି ରାଜ୍ୟରେ ବିଶ୍ବସ୍ତରୀୟ ସଡ଼କ ନିର୍ମାଣ କରିବାର କ୍ଷମତା ପାଇବ। ଏହି ସଂସ୍ଥା ଦ୍ବାରା ରାଜ୍ୟର କୋଣ ଅନୁକୋଣରେ ୭୫ହଜାର କିଲୋମିଟର ଚକାଚକ୍ ରାସ୍ତା ନିର୍ମାଣ ହେବାର ଲକ୍ଷ୍ୟ ଥିବା ପୂର୍ତ୍ତମନ୍ତ୍ରୀ ସୂଚନା ଦେଇଥିବାବେଳେ ଜମି ଅଧିଗ୍ରହଣ, ପୁନର୍ବାସ, ପରିବେଶ ମଞ୍ଜୁରି ଭଳି ସମସ୍ୟା ଦୂର ପାଇଁ ମଧ୍ୟ ଓସା କାର୍ଯ୍ୟ କରିବ। ଯାହାକୁ ସ୍ବାଗତ କରିଛନ୍ତି ସରଡ଼କ ସୁରକ୍ଷା କର୍ମୀ।

Advertisment

ରାଜ୍ୟରେ ନିର୍ମାଣ ହେବ ୭୫ହଜାର କିଲୋମିଟର ବିଶ୍ବସ୍ତରୀୟ ସଡ଼କ । ଏହାର ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ଗଠନ ହେବ ରାଜ୍ୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ବା OSHA ଠିକ୍ NHAI ଭଳି କାର୍ଯ୍ୟ କରିବ OSHA ନିକଟରେ ବିଧାନସଭାରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ-୨୦୨୫ ପାରିତ ହେବା ପରେ ସାମ୍ନାକୁ ଆସିଛି ଏଭଳି ତଥ୍ୟ ବିସ୍ତୃତ ସୂଚନା କ୍ରମେ- ରାଜ୍ୟ ରାଜପଥର ବିକାଶ, ପରିଚାଳନା, ସୁରକ୍ଷା ଏବଂ ନିୟନ୍ତ୍ରଣ ସହ ବୃହତ୍ ସଡକ ପ୍ରକଳ୍ପ ଗୁଡିକ ସାମଗ୍ରିକ ବିକାଶ ପାଇଁ ଓଡିଶା ରାଜ୍ୟ ରାଜପଥ ପ୍ରଧୀକରଣ ନାମରେ ଏକ ସ୍ବୟଂ ଶାସିତ ସଂସ୍ଥା କାର୍ଯ୍ୟ କରିବ। ସ୍ବତନ୍ତ୍ର ଆଇନ ଦ୍ବାରା ଏହି ସଂସ୍ଥା ରାଜ୍ୟର ବିଭିନ୍ନ ସ୍ଥାନରେ ସବୁଦିନିଆ ସଡ଼କ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ କରି ପାରିବ। ରାଜ୍ୟ ରାଜପଥ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଯଥାକ୍ରମେ ଜମିଅଧିଗ୍ରହଣ, ପୁନର୍ବାସ, ପରିବେଶ ମଞ୍ଜୁରି ଓ ଜଙ୍ଗଲ ଜମି ମଞ୍ଜୁରି ଭଳି ଆନୁସଙ୍ଗିକ କାର୍ଯ୍ୟ ଏହି ସଂସ୍ଥା ଦ୍ବାରା ସଂପାଦିତ ହେବ।ରାସ୍ତା ନିର୍ମାଣ ବେଳେ ସହର ମଧ୍ୟରେ ଟ୍ରାଫିକ ସମସ୍ୟାର ଦୂରୀକରଣ ପାଇଁ ଆପ୍ରୋଚ ରୋଡ ନିର୍ମାଣ ମଧ୍ୟ ଓସା କରିବ। ଏ ବିଲ୍‌କୁ ଉଭୟ ଇଣ୍ଡିଆନ୍ ଚାମ୍ବର ଅଫ କମର୍ସ ଏବଂ ସଡକ ସୁରକ୍ଷା କର୍ମୀ ଉଭୟେ ସ୍ବାଗତ କରିଛନ୍ତି। ଏହାଦ୍ବାରା ଉନ୍ନତମାନର ରାସ୍ତା ନିର୍ମାଣ ସହ ସଡ଼କ ଦୁର୍ଘଟଣା କମିବ ବୋଲି କହିଛନ୍ତି ସଡ଼କ ସୁରକ୍ଷା କର୍ମୀ।

ଅଧିକ ପଢ଼ନ୍ତୁ: କାନ୍ଥରୁ ଲିଭିନାହିଁ ବାହାଘର ଚିତା, ଲିଭିଗଲା ଜୀବନ ଦୀପ

ତେବେ ଏଠି ପ୍ରଶ୍ନ ଓସା ଭଳି ସଂସ୍ଥା ଅନ୍ୟ କେଉଁ ରାଜ୍ୟରେ କାର୍ଯ୍ୟ କରୁଛି କି ? ନିଜେ ପୂର୍ତ୍ତ ମନ୍ତ୍ରୀ ବିସ୍ତୃତ ସୂଚନା ରଖି କହିଛନ୍ତି- ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ର ଭଳି ୯ଟି ରାଜ୍ୟ ଏବେ ନିଜସ୍ବ ରାଜ୍ୟ ରାଜପଥ ପ୍ରାଧୀକରଣ ରହିଛି। ଦୀର୍ଘ ୨୪ ବର୍ଷ ଭିତରେ ପୂର୍ବ ସରକାର ଏଭଳି ପନ୍ଥା ସମ୍ପର୍କରେ କେବେ ବି ଚିନ୍ତା କରିନଥିଲେ। ଓସା ଗଠନ ହେବା ଦ୍ବାରା ଲ୍ୟାଣ୍ଡ ବ୍ୟାଙ୍କ ମଧ୍ୟ ତିଆରି ହେବ। ରାଜ୍ୟରେ ୬ ହଜାର ୬ଶହ  କିଲୋମିଟର ଷ୍ଟେଟ ହାଇୱେ ଓ ଏକ୍ସପ୍ରେସ ୱେ କରିବାର ଯୋଜନା ରହିଛି। ଏଥିପାଇଁ ୧୮୦ ହାଜର କୋଟି ଟଙ୍କାର ଆବଶ୍ୟକତା ରହିଛି। ଏଥିପାଇଁ ସରକାର ଇନଭେଷ୍ଟମେଣ୍ଟ ଟ୍ରଷ୍ଟ, ବ୍ୟାଙ୍କ ଋଣ ଅବା ବଣ୍ଡ ଜରିଆରେ ପାଣ୍ଠି ସଂଗ୍ରହ କରିବେ। ତେବେ କେଉଁ ମଡେଲରେ କେଉଁ ରାସ୍ତା ହେବ ? ସେଥିପାଇଁ ଏକ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତି ଲାଗି ବିଦେଶୀ ସଂସ୍ଥାକୁ ଦାୟିତ୍ବ ଦିଆ ଯାଇଛି। ଆଗାମୀ ୨୦୩୬ ଓ ୨୦୪୭ ମସିହାର ବର୍ଦ୍ଧିତ ଜନସଂଖ୍ୟା ପାଇଁ ରାସ୍ତାଘାଟର ଆବଶ୍ୟକତାକୁ ଆଖିରେ ରଖି ରାଜ୍ୟରେ କେଉଁ ରାସ୍ତାରେ କେତେ ଗାଡି ଗଡିବ  ? ଉକ୍ତ ସଂସ୍ଥା ତାର ବିସ୍ତୃତ ବିବରଣୀ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବେ।

Advertisment

ଓଡ଼ିଶା ଷ୍ଟେଟ ହାଇୱେଜ ଅଥରିଟି ବା ଓସାରେ ଜଣେ ଅଧ୍ୟକ୍ଷଙ୍କ ସହ ୪ଜଣ ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତ ହେବେ। ଫାଇନାନସ ମେମ୍ବର, ସେଫଟି ଓ ଟେକନୋଲୋଜି ମେମ୍ବର, ୱାର୍କସ, କଣ୍ଟ୍ରାକ୍ଟ ଓ ଅପରେସନ ମେମ୍ବର ଏବଂ ଜଣେ କନସୁଲେସନ ଆଣ୍ଡ ପାର୍ଟନରସିପ ମେମ୍ବର ମଧ୍ୟ ଏଥିରେ ରହିବେ। ରାଜ୍ୟ ସରକାରଙ୍କ ସର୍ଚ୍ଚ ଓ ସିଲେକସନ କମିଟି ମାଧ୍ୟମରେ ଏମାନଙ୍କୁ ନିଯୁକ୍ତ କରାଯିବ ।

ଅଧିକ ପଢ଼ନ୍ତୁ: ଦୁର୍ଘଟଣାରେ ଗଲା ବାପା-ମା’ଙ୍କ ଜୀବନ, ଆଖି ସାମ୍ନାରେ ଦେଖିଲା କୁନି ପୁଅ

Advertisment
Road
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ