Panchayati Raj and Water Supply Minister
ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବେ ରାଜ୍ୟ ସରକାର। ଗାଁ ଗାଁରେ ନଳକୂପ ଦେବେ ବିଜେପି ସରକାର। ଖରାଦିନକୁ ଆଖି ଆଗରେ ରଖି 70 ଜନସଂଖ୍ୟା ଥିବା ଗାଁରେ ଖୋଳାଯିବ ନଳକୂପ । ଯେଉଁ ଗାଁରେ 70ରୁ ଅଧିକ ଜନସଂଖ୍ୟା ଥିବ ସେଠାରେ 2ଟି ନଳକୂପ ବସିବ। ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ପାନୀୟ ଜଳ ଯୋଗାଣ ବିଭାଗ। ଆବଶ୍ୟକ ପଡିଲେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ରବି ନାରାୟଣ ନାୟକ।
ଏପରିକି ଖରା ଦିନରେ ସୋଲାର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବେ ସରକାର। ଜଙ୍ଗଲ ଅଞ୍ଚଳରେ ସମସ୍ୟା ଥିବାରୁ କେନ୍ଦ୍ରକୁ ଏନେଇ ପ୍ରସ୍ତାବ ଯାଇଛି । 2025 ମାର୍ଚ୍ଚ ସୁଦ୍ଧା 72 ଟି ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ସରିବ। ଏହାସହ 2026 ମାର୍ଚ୍ଚ ସୁଦ୍ଧା ମେଗା ପ୍ରୋଜେକ୍ଟ ଶେଷ ହେବ। ଏଥିପାଇଁ 3ରୁ 4 ଟି ଏଗ୍ରିମେଣ୍ଟ ହୋଇଛି ।
ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଗର୍ଜିବେ ପ୍ରାଥମିକ ଶିକ୍ଷକ, ସରକାରଙ୍କୁ ମାଗିବେ ହକ୍
RWSS ଓ DWSS ଦ୍ୱାରା ଦୁର୍ଗମ ଅଞ୍ଚଳରେ ପାନୀୟଜଳ ଯୋଗାଣ ପାଇଁ କଲେକ୍ଟର ଓ ସରପଞ୍ଚଙ୍କୁ ଦିଆଯାଇଛି କ୍ଷମତା । ଅଭିଯୋଗ ଶୁଣାଣି ବେଳେ ପ୍ରସ୍ତାବ ଆସିଲେ ତୁରନ୍ତ ସମାଧାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏପରିକି ସବୁ ପ୍ରକଳ୍ପ ପାଇଁ ଅର୍ଥ ଦିଆଯାଇଛି ।
ମନ୍ତ୍ରୀ ରବି ନାରାୟଣ ନାୟକ ଆହୁରି କହିଛନ୍ତି, ନଳକୂପ ଖୋଳିବା ପାଇଁ ପୂର୍ବ ସରକାର ପ୍ରକ୍ରିୟା ବନ୍ଦ କରିଥିଲେ। ଉପକୂଳ ଅଞ୍ଚଳରେ ସାଲାଇନ ପାଣି ଥିବାରୁ ଦଶ ବର୍ଷ ପରେ ମଧୁର ପାଣି ସରିଯାଉଛି। ଏଥିପାଇଁ ଅଧିକ ଆଡି ବନ୍ଧ ନିର୍ମାଣ ହେବ। ଖରାଦିନ ପାଇଁ ପାନୀୟ ଜଳ ବ୍ୟବସ୍ଥା ପାଇଁ ସୋଲାର ମାଧ୍ୟମରେ ପାନୀୟ ଜଳ ଦେବେ ସରକାର । ସେହିଭଳି ଅନ୍ୟ ଅସୁବିଧା ହେଲେ ଟ୍ୟାଙ୍କର ମାଧ୍ୟମରେ ପାଣି ଦିଅଯିବ। ଜଙ୍ଗଲ ଅଞ୍ଚଳରେ ସମସ୍ୟା ଥିବାରୁ କେନ୍ଦ୍ରକୁ ପ୍ରସ୍ତାବ ଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739190319.jpg)