Advertisment

Doctors to Go on Leave: ପୋଲିସର ଅମାନୁଷିକ କାର୍ଯ୍ୟାନୁଷ୍ଠାନରେ ପ୍ରତିବାଦ; ଛୁଟିରେ ଯିବେ ଡାକ୍ତର ?

ଆଜିଠାରୁ ପୋଲିସ ସମ୍ପର୍କିତ କୌଣସି କାର୍ଯ୍ୟରେ ସହଯୋଗ କରିବେନି। ଗତ ୧୩ ତାରିଖରେ ଡାକ୍ତରଙ୍କ ବିରୋଧରେ ପୋଲିସର ଅମାନୁଷିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଏଭଳି ଆନ୍ଦୋଳନର ନିଷ୍ପତ୍ତି ନେଇଛି ଓମସା।

author-image
Sujit kumar Swain
Doctors to Go on Leave from July 24 Over Police Action Protest

Doctors to Go on Leave from July 24 Over Police Action Protest

ଜୁଲାଇ ୨୪ରୁ ଛୁଟିରେ ଯିବେ। ଆଜିଠାରୁ ପୋଲିସ ସମ୍ପର୍କିତ କୌଣସି କାର୍ଯ୍ୟରେ ସହଯୋଗ କରିବେନି। ଗତ ୧୩ ତାରିଖରେ ଡାକ୍ତରଙ୍କ ବିରୋଧରେ ପୋଲିସର ଅମାନୁଷିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଏଭଳି ଆନ୍ଦୋଳନର ନିଷ୍ପତ୍ତି ନେଇଛି ଓମସା। ରାଜ୍ୟ ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Advertisment

ଓମସା ପକ୍ଷରୁ ସିଡିଏମଓ ଏବଂ ଜିଲ୍ଲାପାଳଙ୍କୁ ୫ ଦଫା ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ୧୩ ତାରିଖରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାନରେ ପୋକ ପଶି ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିଙ୍କୁ ଡାକ୍ତର ଚିକିତ୍ସା କରିବାକୁ ମନା କରିବାରୁ ସମ୍ପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ବଚସା ହୋଇଥିଲା । ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ଏତଲା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ ରୋଗୀଙ୍କ ସମ୍ପର୍କୀୟ । ଏପରି ଅଭିଯୋଗ କରି ସମ୍ପର୍କୀୟ ମେଡିକାଲ ପରିସରରେ ଭଙ୍ଗାରୁଜା କରି ଡ଼ାକ୍ତରଙ୍କ ବିରୋଧରେ ଥାନାରେ ଏତଲା ଦେଇ ନ୍ୟାୟ ଦାବିରେ ମରଶରୀର ରାସ୍ତା ଉପରେ ରଖି ଧାରଣା ଦେଇଥିଲେ। ଏହି ଘଟଣାରେ ପୋଲିସ ଦୁଇ ଡାକ୍ତରଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା । ଡାକ୍ତରଙ୍କୁ ଭୟଭୀତ କରାଯିବା ଚିନ୍ତାର ବିଷୟ ବୋଲି ଦର୍ଶାଇ ୫ ଦଫା ଦାବି ନେଇ ଏଭଳି ନିଷ୍ପତ୍ତି ନେଇଛି ସଂଘ ।

ଅଧିକ ପଢନ୍ତୁ: ରଥଯାତ୍ରା ସରୁ ସରୁ ଶ୍ରୀମନ୍ଦିରକୁ ବିପଦ ଆଶଙ୍କା !

 

Doctors
Advertisment
Advertisment