Olive Ridley Turtle: ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ରେକର୍ଡ କଲେ ବିଦେଶୀ ଅତିଥି ଅଲିଭ୍ ରିଡଲେ

ହଜାର ହଜାର କିଲୋମିଟର ଦୂରରୁ ଆସିଥିବା ଏହି କଇଁଛଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ । ଏଥର ସକାଳୁ ରାତି ଯାଏ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା । ପ୍ରଥମଥର ପାଇଁ ଦିନ ତମାମ କୂଳରେ ପହଁଚି କଇଁଛ ଅଣ୍ଡା ଦେଇଥିଲେ । ସେଥିପାଇଁ ଚଳିତ ଥର ରେକର୍ଡ କରିଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ ।

ଋଷିକୂଲ୍ୟାରେ ରେକର୍ଡ ସଂଖ୍ୟକ ଅତିଥି ।

ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ଏଥର ରେକର୍ଡ କରିଛନ୍ତି ବିଦେଶୀ ଅତିଥି ଅଲିଭ୍ ରିଡଲେ । ଏକ ସପ୍ତାହରେ ଆସିଛନ୍ତି ୭ ଲକ୍ଷ କଇଁଛ । ଅନୁକୂଳ ପରିବେଶ, ନରମ ମାଟି ଏବଂ ବନ ବିଭାଗର ପ୍ରସ୍ତୁତି ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ କଇଁଛଙ୍କ ଓଡ଼ିଶା ଆଗମନ ସହ ଅଣ୍ଡାଦାନକୁ ବେଶ୍ ସୁହାଇଛି । ଅନ୍ୟପଟେ ଅଣ୍ଡାକୁ ସୁରକ୍ଷିତ ରଖିବାକୁ ବନ ବିଭାଗ ୨୪ ଘଣ୍ଟିଆ ପାଟ୍ରୋଲିଂ ମଧ୍ୟ ପକ୍ଷରୁ ଚାଲିଛି ।

ହଜାର ହଜାର କିଲୋମିଟର ଦୂରରୁ ଆସିଥିବା ଏହି କଇଁଛଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ । ଏଥର ସକାଳୁ ରାତି ଯାଏ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା । ପ୍ରଥମଥର ପାଇଁ ଦିନ ତମାମ କୂଳରେ ପହଁଚି କଇଁଛ ଅଣ୍ଡା ଦେଇଥିଲେ । ସେଥିପାଇଁ ଚଳିତ ଥର ରେକର୍ଡ କରିଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ ।

ଋଷିକୂଲ୍ୟା ମୁହାଣକୁ ଗତବର୍ଷ ୬ ଲକ୍ଷ ୩୭ ହଜାର କଇଁଛ ଆସିଥିବା ବେଳେ ଏଥର ଏମାନଙ୍କ ସଂଖ୍ୟା ୬ ଲକ୍ଷ ୯୮ ହଜାର ୭୧୮ ରେ ପହଞ୍ଚିଛି । ତେବେ ପୂର୍ବ ଥର ଅପେକ୍ଷା ଏଥର ୬୦ ହଜାରରୁ ଅଧିକ କଇଁଛ ଆସିଛନ୍ତି । ବର୍ତ୍ତମାନ ଅଣ୍ଡାଦାନ ପ୍ରକ୍ରିୟା ପ୍ରାୟତଃ ବନ୍ଦ ହୋଇଗଲାଣି ତେଣୁ ଅଣ୍ଡାକୁ ସୁରକ୍ଷିତ ରଖିବାକୁ ବନ ବିଭାଗ ପକ୍ଷରୁ ଚାଲିଛି ୨୪ ଘଣ୍ଟିଆ ପାଟ୍ରୋଲିଂ ।

ଅଧିକ ପଢ଼ନ୍ତୁ : ଜମି ଦୁର୍ନୀତି ପାହାଡ଼ ଉପରେ ଛିଡ଼ା ହୋଇଛି କିଟ୍ ଓ କିସ୍ !

ଋଷିକୂଲ୍ୟା ମୁହାଣରେ ରେକର୍ଡ ସଂଖ୍ୟକ ଅଲିଭ ରିଡଲେଙ୍କ ଅଣ୍ଡାଦାନ ନେଇ ବନ ବିଭାଗ ଓ ପରିବେଶବିତଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଛି । ତେବେ ଗହୀରମଥା ଓ ଭିତରକନିକାକୁ ଛାଡି କାହିଁକି ଋଷିକୂଲ୍ୟା ମୁହାଣ ମୁହାଁ ଅଲିଭ ରିଡଲେ ? ପୂର୍ବତନ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି, ପୂର୍ଣ୍ଣମୀର ଦୁଇ ତିନି ଦିନ ପରେ ଦକ୍ଷିଣ ପବନ ଝଟକାରେ କଇଁଛମାନେ ଋଷିକୂଲ୍ୟା ମୁହାଣ ମୁହାଁ ହୋଇଛନ୍ତି । ଅଣ୍ଡାଦାନ ପାଇଁ ଏଥର ପରିବେଶ ଅନୁକୂଳ ରହିଥିଲା ।

ବର୍ଷା ହୋଇନଥିବାରୁ ଋଷିକୂଲ୍ୟାର ବାଲୁକା ଶଯ୍ୟା ପୂର୍ବଅପେକ୍ଷା ନରମ ଥିଲା । କଇଁଛଙ୍କ ଅଣ୍ଡାଦାନ ପାଇଁ ମୁହାଣ ଅଧିକ ଉଚ୍ଚା କି ସମତୁଲ ନଥିଲା । ଏଥିସହ ବନ ବିଭାଗ ପକ୍ଷରୁ ଲାଇଟ୍ ପଲ୍ୟୁସନକୁ ରୋକାଯିବାରୁ ବିନା ବାଧାରେ ମୁହାଣକୁ ଆସି ଅଣ୍ଡା ଦେଇଥିଲେ ଅଲିଭ ରିଡଲେ । ସେହିପରି ୨୦ କିଲୋମିଟର ପର୍ଯ୍ୟନ୍ତ ଅଂଚଳକୁ ନୋ ଫିସିଂ ଜୋନ୍ ଘୋଷଣା କରାଯାଇଥିବାରୁ ଏଥର କଇଁଛଙ୍କ ମୃତ୍ୟୁ ସଂଖ୍ୟା ବି କମ୍ ରହିଥିଲା ।

ସାଧାରଣତଃ, ଗୋଟିଏ ଅଣ୍ଡାଦାନ ଋତୁରେ ଅଲିଭ୍ ରିଡଲେ କଇଁଛ ୧ରୁ ୩ ଥର ଯାଏଁ ଅଣ୍ଡା ଦେଇପାରିବ । ଅଲିଭ୍ ରିଡଲେ କଇଁଛ ଥରକୁ ୧୦୦ରୁ ୧୧୦ଟି ଅଣ୍ଡାଦାନ କରିଥାନ୍ତି । ଅଣ୍ଡା ଫୁଟି ସେଥିରୁ ଛୁଆ ବାହାରିବାକୁ ପ୍ରାୟ ୫୦ରୁ ୬୦ ଦିନ ସମୟ ଲାଗିଥାଏ। ତେଣୁ ପାଖାପାଖି ୨ ମାସ ପରେ ଋଷିକୂଲ୍ୟା ମୁହାଣରେ ଥିବା ଏହି ଅଣ୍ଡାରୁ ବାହାରିବେ ଅଲିଭ ରିଡଲେ ଛୁଆ । ସେମାନେ ସମୁଦ୍ରକୁ ଫେରିଯିବାର ଦୃଶ୍ୟ ବି ବେଶ୍ ମନୋରମ ହୋଇଥାଏ ।

ଅଧିକ ପଢ଼ନ୍ତୁ: ପ୍ଲେସମେଣ୍ଟ ନାଁରେ କିଟ୍‌ରେ ଯୌନଶୋଷଣ, ପୂର୍ବତନ ଛାତ୍ରୀ ଆଣିଲେ ସଂଗୀନ ଅଭିଯୋଗ