/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753851074.jpg)
Odisha Works Department to Use AI Tools to Speed Up Infrastructure Projects
ପ୍ରକଳ୍ପ ତ୍ବରାନ୍ବିତ କରିବା ପାଇଁ ପୂର୍ତ୍ତ ବିଭାଗକୁ ମିଳିବ AI ବଳ। ପୂର୍ତ୍ତ ବିଭାଗ କାମରେ ବ୍ୟବହାର ହେବ ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା । ଟେଣ୍ଡର ମ୍ୟାନେଜମେଣ୍ଟ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ AI ଭିତ୍ତିକ ଓ ଅନଲାଇନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଏସଂପର୍କରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଯାହା ଫଳରେ ୨ରୁ ଅଢେଇ ମାସ ଲାଗୁଥିବା ବିଡ୍ ଇଭାଲୁଏସନ୍ ପ୍ରକ୍ରିୟା ମାତ୍ର ୧ ସପ୍ତାହ ଭିତରେ ହୋଇପାରିବ। ଏହାଦ୍ବାରା ପ୍ରକଳ୍ପ କାମ ଯଥାଶୀଘ୍ର ଆରମ୍ଭ ହୋଇପାରିବ ଏବଂ ପ୍ରକଳ୍ପ ଶେଷ ହେବାରେ ବିଳମ୍ୱ ହେବ ନାହିଁ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏଥିପାଇଁ ଅନଲାଇନ ଆପ୍ଲିକେସନ କରିବା ଦିଗରେ ପଦକ୍ଷେପ ଆରମ୍ଭ କରାଯାଇଛି। ଏକ ରିସର୍ଚ୍ଚ ଟିମ୍ ସହ ବିଭାଗ ପକ୍ଷରୁ ମଧ୍ୟ ଆଲୋଚନା କରାଯାଇଥିବା ସୂଚନା ଦେଇଛନ୍ତି ପୃଥ୍ବୀରାଜ।
ତେବେ ପ୍ରକଳ୍ପର ବିଡ୍ ଦାଖଲ ହେବା ପରେ ବିଡ୍ ଗୁଡ଼ିକର ମୂଲ୍ୟାୟନ କରିବା, ଟେକନିକାଲ୍ ଓ ଫାଇନାନ୍ସିଆଲ୍ ବିଡ୍ ତୁଳନା କରିବା, ରେସପନ୍ସିଭ୍ ବିଡ୍ ଅଛି କି ନାହିଁ ଅନୁଧ୍ୟାନ କରିବା ଓ ଟେଣ୍ଡର୍ ଇଭାଲୁଏସନ୍ ପ୍ରକ୍ରିୟା ଆଦି AI ଭିତ୍ତିକ ସଫ୍ଟୱେରରେ ମନିଟର କରିବା ପାଇଁ ଖୁବଶୀଘ୍ର ନିଷ୍ପତି ନେବାକୁ ଯାଉଛନ୍ତି ସରକାର। ଏହି ସବୁ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ମାନୁଆଲି ହେଉଛି। ଯାହା ଫଳରେ ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତ ହେବା ଠାରୁ ପ୍ରକଳ୍ପ କାମ ଆରମ୍ଭ ହେବା ପର୍ଯ୍ୟନ୍ତ ୪ରୁ ୫ ମାସ ଲାଗିଯାଉଛି ବୋଲି ସେ କହିଛନ୍ତି।
ଏଥିସହ କଣ୍ଟ୍ରାକ୍ଟର ଡାଟାବେସରେ ପଞ୍ଜୀକରଣ ନକଲେ ବାହାର କଣ୍ଟ୍ରାକ୍ଟର ଓଡ଼ିଶାରେ କୌଣସି ପ୍ରକଳ୍ପ କାମ କରି ପାରିବେନି ବୋଲି ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ। ପୂର୍ତ୍ତ ବିଭାଗ କାମରେ ଇ-ପ୍ରକ୍ୟୋରମେଣ୍ଟ ପ୍ରକ୍ରିୟାକୁ ଅନଲାଇନ୍ କରିବା ସହ ସ୍ୱଚ୍ଛତା ଆଣିବେ ସରକାର। ତା ସହ କେଉଁ ପ୍ରକଳ୍ପର କେତେ କାମ ହୋଇଛି, ସେ ବାବଦରେ ଜାଣିବା ପାଇଁ ପ୍ରୋଜେକ୍ଟ ମନିଟରିଂ ଡାସବୋର୍ଡ ମଧ୍ୟ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)