Advertisment

Village Safety Tradition: ଗାଁର ସୁରକ୍ଷା ପାଇଁ ବିଚିତ୍ର ପ୍ରଥା, କେହି ପିନ୍ଧିବେନି ଚପଲ କି କାହାଘରେ ଜଳିବନି ଚୂଲି

ଗାଁର ମୁଖ୍ୟ ପ୍ରବେଶ ପଥରେ ବାଉଁଶ ବାଡ଼। ଭିତରକୁ କେହି ବାହାର ଲୋକ ପଶିପାରିବେନି, କି ଗାଁ ଭିତରୁ କୌଣସି ଲୋକ ବାହାରକୁ ଯାଇ ପାରିବେନି। ଗାଁରେ କାହାରି ଚୂଲି ଜଳିବନି, କି କୌଣସି ଲୋକ ଚପଲ ପିନ୍ଧିବେନି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ଚପଲ ପିନ୍ଧିବେନି, ଚୂଲି ଜଳିବନି

ଗାଁର ସୁରକ୍ଷା ପାଇଁ ବିଚିତ୍ର ପ୍ରଥା। ଗାଁରେ କେହି ଚପଲ ପିନ୍ଧିବେନି କି କାହାଘରେ ଚୂଲି ଜଳିବନି। ବାହାରୁ କେହି ଗାଁକୁ ଆସିବେନି, କି କୌଣସି ଲୋକ ବାହାରକୁ ଯିବେନି। ପ୍ରତି ୧୦ ବର୍ଷରେ ହେଉଛି ସାମୁହିକ ଦଶନ୍ଧି ପୂଜା। ଏହି ପୂଜା ବେଳେ ମୟୂରଭଞ୍ଜ ଉଦଳା ବ୍ଲକ୍ କୁଟଲି ଗାଁରେ ପ୍ରତି ୧୦ ବର୍ଷରେ ଏଭଳି ପ୍ରଥା ପାଳନ ହୋଇଆସୁଛି। ଗାଁ ସୁରକ୍ଷା ପାଇଁ ଲୋକେ ଏଭଳି ନିୟମ ପାଳନ କରି ଆସୁଥିବା କହିଥିବା ବେଳେ ସେପଟେ ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି ହେତୁବାଦୀ ।

Advertisment

ଗାଁର ମୁଖ୍ୟ ପ୍ରବେଶ ପଥରେ ବାଉଁଶ ବାଡ଼। ଭିତରକୁ କେହି ବାହାର ଲୋକ ପଶିପାରିବେନି, କି ଗାଁ ଭିତରୁ କୌଣସି ଲୋକ ବାହାରକୁ ଯାଇପାରିବେନି। ଗାଁରେ କାହାରି ଚୂଲି ଜଳିବନି, କି କୌଣସି ଲୋକ ଚପଲ ପିନ୍ଧିବେନି। ଦୁଇ ଦିନ ଧରି ଏ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ ସବୁ ଲୋକ। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ କୁଟଲିଂ ଗାଁରେ ହେଉଥିବା ଦଶନ୍ଧି ପୂଜା ଉପଲକ୍ଷେ ଗାଁ ଲୋକେ ନିଜ ପାଇଁ ଲଗାଇଛନ୍ତି ଏଭଳି କଟକଣା। ସ୍ଥାନୀୟ ଲୋକଙ୍କ କହିବା କଥା, ଗାଁର ସୁରକ୍ଷା ପାଇଁ ପ୍ରତି ୧୦ ବର୍ଷରେ ଥରେ ହୋଇ ଆସୁଛି ଦଶନ୍ଧି ପୂଜା। ଲୋକଙ୍କ ବିଶ୍ବାସ ଏ ପୂଜା ଦ୍ବାରା, ଗ୍ରାମବାସୀଙ୍କୁ ରୋଗବ୍ୟାଧି, ବନ୍ୟ ଜୀବଜନ୍ତୁଙ୍କ କବଳରୁ ଭୟରୁ ମୁକ୍ତି ମିଳିପାରିବ। ପୁରୁଷ ପୁରୁଷ ଧରି ଏ ପରମ୍ପରା ପାଳନ କରାଯାଇ ଆସୁଥିବା ବେଳେ ବର୍ତ୍ତମାନର ପିଢି ବି ଏ ପ୍ରଥାକୁ ବଜାୟ ରଖିଛନ୍ତି ।

କୁଟଲିଂରେ ହେଉଥିବା ଏ ଦଶନ୍ଧି ପୂଜା ପରମ୍ପରାରେ ସାମିଲ ହୁଅନ୍ତି ଆଖପାଖ ଅଞ୍ଚଳର ୧୩ଟି ଗାଁର ବାସିନ୍ଦା। ସ୍ବତନ୍ତ୍ର ଓ ନୀତିକାନ୍ତି ଅନୁସାରେ ହୋଇଥାଏ ଗ୍ରାମ ଦେବତୀଙ୍କ ପୂଜାର୍ଚ୍ଚନା। ଶୃଙ୍ଖଳା ଓ ନିୟମ ଭିତରେ ହେଉଥିବା ଏ ପୂଜା ବେଳେ ପୂଜାସ୍ଥଳୀକୁ ମହିଳାଙ୍କ ଯିବା ଉପରେ ବାରଣ କରାଯାଇଥାଏ। ଆଜିରେ ଦିନରେ ଏଭଳି ବିଚିତ୍ର ପରମ୍ପରାକୁ ନିଷ୍ଠା ଓ ଅତି ବିଶ୍ବାସର ସହିତ ପାଳନ କରି ଆସୁଛନ୍ତି ଗାଁ ଲୋକେ। ସେପଟେ କୁଟଲିଂ ଗାଁରେ ଏ ଅଜବ ପରମ୍ପରାକୁ ନେଇ ଭିନ୍ନ ମତ ରଖିଛନ୍ତି ହେତୁବାଦୀ।

Advertisment

ଅଧିକ ପଢ଼ନ୍ତୁ: ସ୍ପିଡ୍ ବୋଟ୍ ଆକ୍ସିଡେଣ୍ଟ ପରେ ଚେତିଲା ପ୍ରଶାସନ, ବୋଟିଂ କଂପାନୀ ଅଫିସ ଧୂଳିସାତ୍ କଲା ପୌର ସଂସ୍ଥା

Odisha Udala
Advertisment
Related Articles
Advertisment