Advertisment

Vigilance Raid: ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଟିଟିଲାଗଡ R&B; ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ଅଫିସ୍ ଓ ଘର ସମେତ ଏକାସାଙ୍ଗେ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି।

Vigilance

Vigilance

Advertisment

ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ବଲାଙ୍ଗୀରର ଟିଟିଲାଗଡ R&B ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (ଇଋଋ) ଦିଲେଶ୍ୱର ମାଝୀଙ୍କ ଘରେ ରେଡ୍ ହୋଇଛି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ସମ୍ବଲପୁର, ଝାରସୁଗୁଡା ଓ ବଲାଙ୍ଗୀରର ୬ଟି ସ୍ଥାନରେ ଏକାକାଳୀନ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି । 

Advertisment

ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ ଜଳବିଭାଜିକା ମିଶନର ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ

ବଲାଙ୍ଗୀର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟରଙ୍କ ସହ ୨ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହକାରୀ କର୍ମଚାରୀ ସାମିଲ ହୋଇଛନ୍ତି।

Advertisment

ନିମ୍ନଲିଖିତ ସ୍ଥାନରେ ଚଢାଉ ଜାରି ରହିଛି:-

  • ସମ୍ବଲପୁର ଜିଲ୍ଲାର ସମ୍ବଲପୁର ଟାଉନ ସ୍ଥିତ ଏକ ଦୁଇ ମହଲା କୋଠା
  • ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରର ୟୁନିଟ୍‌-୨ରେ ଥିବା ଏକ ଦୁଇ ମହଲା କୋଠା
  • ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରର ନୂଆଡିହିରେ ଥିବା ଏକ ମାର୍କେଟ କମ୍ପେ୍ଲକ୍ସ
  • ଝାରସୁଗୁଡା ଜିଲ୍ଲାର ଲହଣ୍ଡାବୁଡରେ ଥିବା ଦୁଇଟି ଘର
  • ବଲାଙ୍ଗୀରର କଣ୍ଟାବାଜିରେ ଥିବା ଜଌଈ ଡିଭିଜନ ଅଫିସରେ ତାଙ୍କ କାର୍ଯ୍ୟାଳୟ
  • ବଲାଙ୍ଗୀରର ଟିଟିଲାଗଡରେ ଥିବା ସରକାରୀ କ୍ୱାର୍ଟର

ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଜଳଛାୟା ବିଭାଗର ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ତଥା ବର୍ତ୍ତମାନ ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଦୟାନିଧି ବାଗଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ତାଙ୍କ ସମ୍ପତ୍ତି ବାବଦରେ ସେ ସନ୍ତୋଷଜନକ ଉତ୍ତର ନ ଦେବାରୁ ତାଙ୍କୁ ଗିରଫ କରାଯାଇଥିଲା । 

Advertisment

ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ଯନ୍ତ୍ରୀ, ଏକକାଳୀନ ୭ ସ୍ଥାନରେ ଚଢାଉ

Vigilance Raid Balangir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ