Advertisment

ସରକାରଙ୍କ ସ୍କାନରରେ ଭୂତ ରାସନକାର୍ଡଧାରୀ, ବାଦ୍ ପଡ଼ିବେ ୧୬ ଲକ୍ଷ..!

ଯଦି ଏବେ ସେମିତି କେହି ଦୁର୍ନୀତି କରନ୍ତି ସେମାନଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ।  ଯାହାକୁ ନେଇ ରାଜନୈତିକ ବୟାନ ବାଜି ଜୋର୍ ଧରିଛି।

author-image
Satyendu Shekher Mishra
undefined

Ration Card

ରାଜ୍ୟରେ ମାଳ ମାଳ ଭୂତ ରାସନ କାର୍ଡ ହିତାଧିକାରୀ। ବର୍ଷ ବର୍ଷ ଧରି ଗଳା ବାଟରେ ଅଯୋଗ୍ୟ ହିତାଧିକାରୀ ନେଉଛନ୍ତି ଫାଇଦା। ନୂଆ ସରକାର ସ୍କାନରରେ ଏବେ ସେଇ ଭୂତ ହିତାଧିକାରୀ । ବିଧାନସଭା ପ୍ରଶ୍ନକାଳରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରଖିଥିବା ଉତ୍ତର ଆଖି ଖୋସିଲା ଭଳି । ରାଜ୍ୟରେ ଭୂତ ରାସନ କାର୍ଡ ଧାରୀ ସଂଖ୍ୟା ହେଲା ୧୬ ଲକ୍ଷ ୨୭ ହଜାର ୯୩୨ । ଏବେ ସୁଦ୍ଧା ଏମାନେ ଚିହ୍ନଟ ହୋଇଛନ୍ତି। ସରକାର ekyc ଲାଗୁ କରିବାକୁ ଯାଉଛନ୍ତି । ଯାହା ଫଳରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରୁ ଆପେ ଆପେ କଟିଯିବ। ମୃତକଙ୍କ ନାଁ କୁ ମଧ୍ୟ ତାଲିକାରୁ ବାଦ ଦିଆଯାଉଛି।

Advertisment

ଏପରିକି ଅନେକ ଧନୀ ଲୋକ ବିଜେଡି ନେତାଙ୍କ ଜରିଆରେ ରାସନ କାର୍ଡ ହାତେଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ତତ୍କାଳୀନ ବିଜେଡି ସରକାର ବିରୁଦ୍ଧରେ ଗୃହରେ ସାଙ୍ଘାତିକ ଅଭିଯୋଗ ଆଣି ମନ୍ତ୍ରୀ କହିଥିଲେ, ବିଜେଡି ସରକାର ସମୟରେ ରାସନ ଡିଲର୍ ସବୁ ଖାଇ ଖୋଳ କରିଦେଇଛନ୍ତି । ନିର୍ବାଚନ ବେଳେ ସେଇମାନେ ବିଜେଡି ପାଇଁ ଟଙ୍କା ବାଣ୍ଟୁଥିଲେ ।

ଯଦି ଏବେ ସେମିତି କେହି ଦୁର୍ନୀତି କରନ୍ତି ସେମାନଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ।  ଯାହାକୁ ନେଇ ରାଜନୈତିକ ବୟାନ ବାଜି ଜୋର୍ ଧରିଛି। 

Advertisment

ଏପଟେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମାନ। ନବରଙ୍ଗପୁର ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ନୂଆଗାଁର କମେଲି ମାଝୀ । କିଛି ଦିନ ତଳେ ତାଙ୍କ ସ୍ୱାମୀ ଗୁଣୁଛୁ ମାଝୀଙ୍କ ମୃତ୍ୟୁ ପରେ ତାଙ୍କ ନାଁ କଟା ଯାଇଥିବା କହି କାର୍ଡରେ ମାତ୍ର ୨୦ କେଜି ଚାଉଳ ଦେଲା ଡିଲର । ହେଲେ ଅନଲାଇନରୁ ଜଣା ପଡିଲା ୨୫ କେଜି ଚାଉଳ ଉଠୁଛି । ଏହି ୫ କେଜି ଚାଉଳକୁ କିଏ ହଡପ କରିଛି, ତାର ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି କମେଲି ।

ଏପଟେ ଯୋଗ୍ୟ ଲୋକ ତାଲିକାରୁ ବାଦ ପଡିବା ବି ଉଦାହରଣ ଅନେକ । ପେଟକୁ ଦାନା ନଥିବା, ଭଙ୍ଗା ଦଦରା କୁଡ଼ିଆ ତଳେ ରହୁଥିବା ଲୋକେ ରାସନକାର୍ଡରୁ ବଞ୍ଚିତ । ଗଞ୍ଜାମ ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଂଚାୟତ ଡ଼ିମିରିପଲ୍ଲୀ ଗାଁରେ ରହୁଥିବା ବାବୁଲା ନାୟକ ଓ ତାଙ୍କ ପତ୍ନୀ ଶୈଳ ନାୟକ ହେଉଛନ୍ତି ଏକ ଉଦାହରଣ । ବର୍ଷ ବର୍ଷ ହେଲା ଆବେଦନ କରି ବି ପାଇ ନାହାନ୍ତି ରାସନ କାର୍ଡ।

ଏବେ ଦେଖିବାର କଥା ଭୂତ ହିତାଧିକାରୀଙ୍କ ତାଲିକା ଆଉ କେତେ ଲମ୍ବୁଛି । ଆଉ ପ୍ରକୃତ ହିତାଧିକାରୀ କେବେ ନ୍ୟାୟ ପାଉଛନ୍ତି ।

Assembly Ration Card
Advertisment
Advertisment