Advertisment

World Cancer Day: କ୍ୟାନ୍ସର ଓ କିଡନୀ ରୋଗ ପଞ୍ଜୀକରଣ ପଇଁ ସରକାରଙ୍କ ନିଷ୍ପତ୍ତି

ବିଶ୍ବ କର୍କଟ ଦିବସରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଓଡ଼ିଶାରେ ଆରମ୍ଭ ହେବ କିଡନୀ ରୋଗ ଓ କ୍ୟାନସର ରେଜିଷ୍ଟ୍ରି । ସାରା ରାଜ୍ୟର ସମସ୍ତ ୩୦ ଜିଲ୍ଲାର ତଥ୍ୟକୁ ନେଇ ଦୁଇ ପ୍ରକାର ରେଜିଷ୍ଟ୍ରି ରହିବ, ହସ୍ପିଟାଲ ଆଧାରିତ ରେଜିଷ୍ଟ୍ରି, ଜନସଂଖ୍ୟା ଆଧାରିତ ରେଜିଷ୍ଟ୍ରି ।

ଅଦ୍ୟତନ ହୋଇଛି
cancer and kidney

cancer and kidney

Advertisment

ବିଶ୍ବ କର୍କଟ ଦିବସରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଓଡ଼ିଶାରେ ଆରମ୍ଭ ହେବ କିଡନୀ ରୋଗ ଓ କ୍ୟାନସର ରେଜିଷ୍ଟ୍ରି । ସାରା ରାଜ୍ୟର ସମସ୍ତ ୩୦ ଜିଲ୍ଲାର ତଥ୍ୟକୁ ନେଇ ଦୁଇ ପ୍ରକାର ରେଜିଷ୍ଟ୍ରି ରହିବ, ହସ୍ପିଟାଲ ଆଧାରିତ ରେଜିଷ୍ଟ୍ରି, ଜନସଂଖ୍ୟା ଆଧାରିତ ରେଜିଷ୍ଟ୍ରି । ବର୍ତ୍ତମାନ ସମୟରେ ଆଚାର୍ଯ୍ୟ ହରିହର, ଭୁବନେଶ୍ୱର AIIMS ଓ ଆପୋଲୋ ଭୁବନେଶ୍ଵରରେ ହସ୍ପିଟାଲ ଆଧାରିତ ରେଜିଷ୍ଟ୍ରି ଚାଲିଛି । ସେଥିରେ ରୋଗୀଙ୍କ ତଥ୍ୟ ରଖି ବିଶ୍ଳେଷଣ କରାଯାଉଛି ।

Advertisment

ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗ, ସୋନିଆ ଗାନ୍ଧିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍

ତେବେ ସାରା ରାଜ୍ୟରେ ଜନସଂଖ୍ୟା ଆଧାରିତ କ୍ୟାନସର ରେଜିଷ୍ଟ୍ରି ପାଇଁ ଆଜି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ରାଜ୍ୟରେ କେତେ ପ୍ରକାର କ୍ୟାନସର ଦେଖାଯାଉଛି ତା ଉପରେ ତଥ୍ୟ ସଂଗ୍ରହ କରାଯିବ। ସେହିପରି କେଉଁ ଅଞ୍ଚଳରେ କେଉଁ ପ୍ରକାରର କ୍ୟାନସର ଅଧିକ ରହୁଛି ତା ଉପରେ ମଧ୍ୟ ତଥ୍ୟ ସଂଗ୍ରହ ହେବ। କେଉଁ ଅଞ୍ଚଳରେ କେଉଁ କାରଣରୁ କ୍ୟାନସର ବିପଦ ରହୁଛି, କିଭଳି ଚିକିତ୍ସା ସେବା ମିଳୁଛି, ସେସବୁ ତଥ୍ୟ ଏହି ରେଜିଷ୍ଟ୍ରିରେ ରହିବ । ଏହା ଆଧାରରେ ରାଜ୍ୟ ସରକାରଙ୍କ ଜନସ୍ବାସ୍ଥ୍ୟ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

Advertisment

କ୍ରୋନିକ୍ କିଡନୀ ରୋଗ ବା CKD ରେଜିଷ୍ଟ୍ରି ତିଆରି ପାଇଁ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ମଙ୍ଗଳବାର ଟାସ୍କଫୋର୍ସ ଗଠନ କରିଛି। ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ, DMET, ପଞ୍ଚାୟତିରାଜ ନିର୍ଦ୍ଦେଶକ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ନିର୍ଦ୍ଦେଶକ, RMRC ନିର୍ଦ୍ଦେଶକ ସଦସ୍ୟ ରହିବେ ।

ସାରା ରାଜ୍ୟରେ CKD କିଭଳି ସ୍ଥିତିରେ ରହିଛି। CKD ର ପରିଚାଳନା ସହ କିଭଳି ମୁକାବିଲା କରାଯାଇପାରିବ, ତାହା ସୁପାରିଶ କରିବ ଏହି କମିଟି । କେଉଁ ସ୍ଥାନରେ ଅଧିକ କିଡନୀ ରୋଗୀ ଦେଖାଯାଉଛନ୍ତି, କାରଣ କଣ ତା ଉପରେ ମଧ୍ୟ ଏହି କମିଟି ରିପୋର୍ଟ ପ୍ରସ୍ତୁତ କରିବ। କିଡନୀ ରୋଗୀଙ୍କ କଣ ସମସ୍ୟା ରହୁଛି ଓ କେଉଁ କେଉଁ ରିସ୍କ ଫ୍ୟାକ୍ଟର ଅଧିକ ରହୁଛି ତା ଉପରେ ମଧ୍ୟ ବିସ୍ତୃତ ରିପୋର୍ଟ ସଂଗ୍ରହ କରାଯିବ। ସେହିପରି ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଟ୍ରିଟମେଣ୍ଟରେ କେତେ ଫାଇଦା ମିଳୁଛି ତା ଉପରେ ମଧ୍ୟ ରିପୋର୍ଟ ସଂଗ୍ରହ କରାଯିବ। CKD ରୋଗୀଙ୍କ ଲାଇଫ ସ୍ପାନ କେତେ ରହୁଛି ଏହ ସବୁ ତଥ୍ୟ ରେଜିଷ୍ଟ୍ରିରେ ରହିବ । ଏହା ଆଧାରରେ ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଜଣାପଡିଛି।

Advertisment

ଅଧିକ ପଢ଼ନ୍ତୁ: ଦିଲ୍ଲୀ ବିଧାନସଭା ପଚାର ଶେଷ, ଦିଲ୍ଲୀ ଶିକ୍ଷା ମଡେଲର ପୋଲ୍ ଖୋଲିଦେଲେ ମୋଦି

Cancer World Cancer Day Kidney
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ