• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୂଆ ସରକାର, ନୂଆ ବଜେଟ୍ । ଆଜି ଆସିବ ରାଜ୍ୟ ବଜେଟ୍ । ପ୍ରଥମ ଥର ପାଇଁ ବିଜେପି ସରକାର ରାଜ୍ୟରେ ଶାସନକୁ ଆସିବା ପରେ ଆସୁଛି ବଜେଟ୍ । ଅପରାହ୍ନରେ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ।

ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ଓ ବିକଶିତ ଓଡ଼ିଶା ଗଠନ ନେଇ ଯେଉଁ ସକଳ୍ପ ରହିଛି ତାକୁ ଗୁରୁତ୍ୱ ଦେଇ ଗଠନ କରାଯାଇଛି ବଜେଟ୍ । ତେଣୁ ଏସବୁକୁ ଦେଖିଲେ ଅନୁମାନ କରାଯାଉଛି କି ପୂର୍ବ ଅପେକ୍ଷା ଏଥର ବଜେଟର ଆକାର ବୃଦ୍ଧି ପାଇପାରେ । ପାଖାପାଖି ତିନି ଲକ୍ଷ କୋଟିରୁ ଅଧିକର ବଜେଟ୍ ଆଣିପାରନ୍ତି ସରକାର।

ଅଧିକ ପଢ଼ନ୍ତୁ: ରେଳବାଇରେ ଓଡ଼ିଶାକୁ ୧୦ ହଜାର ୫୮୬ କୋଟିର ଅନୁଦାନ

ପ୍ରଥମ ବଜେଟରେ ରାଜ୍ୟବାସୀଙ୍କୁ କଣ ଭେଟି ଦେଉଛନ୍ତି ନୂଆ ସରକାର ତାହା ଉପରେ ସମସ୍ତଙ୍କ ନଜର ରହିଛି l ସେପଟେ କୃଷି କ୍ଷେତ୍ର ଉପରେ ବିଶେଷ ଭାବେ ଧ୍ୟାନ ରହିପାରେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟର ଅର୍ଦ୍ଧାଧିକ ଲୋକେ କୃଷି ଉପରେ ନିର୍ଭରଶୀଳ । ବିହନ ପ୍ରୋସେସିଂରେ କ୍ଷମତା ବୃଦ୍ଧି ସହ ହେକ୍ଟର ପିଛା ଧାନ ଅମଳରେ ୫% ବୃଦ୍ଧି ଉପରେ ରହିପାରେ ଫୋକସ୍ ।

ସେପଟେ ଶିଳ୍ପକୁ ମଧ୍ୟ ପ୍ରାଧାନ୍ୟ ଦେଇପାରନ୍ତି ମୋହନ ସରକାର । ରାଜ୍ୟର ମୋଟ ଶ୍ରମ ଶକ୍ତିରେ ୨୬% ଶିଳ୍ପର ଯୋଗଦାନ ରହିଛି । ବଜାର ପହଞ୍ଚ ସହ ଦକ୍ଷ ଶ୍ରମ ଶକ୍ତି ବୃଦ୍ଧି କରିବା ଉପରେ ରହିପାରେ ଫୋକସ୍ । ସେହିପରି ରାଜ୍ୟରେ ସ୍ୱାସ୍ଥ୍ୟ ସେବା ମଧ୍ୟ ଉଦବେଗଜନକ ରହିଛି । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ରକ୍ତ ହୀନତା ବୃଦ୍ଧି ପାଉଛି ।

ମାତୃ ଓ ଶୁଶୁ ମୃତ୍ୟୁ ହାର ଏବେ ହି ଚିନ୍ତାଜନକ ରହିଛି । ଶିଶୁ ମୃତ୍ୟୁ ହାର ରୋକିବାରେ ମଧ୍ୟ ଆମ ରାଜ୍ୟ ବିଫଳ ରହିଛି । ଫଳରେ ସ୍ୱାସ୍ଥ୍ୟ ଉପରେ ଅଧିକ ଫୋକସ୍ କରିପାରନ୍ତି ମୋହନ ସରକାର । ସେପଟେ ଦେଶର ସର୍ବାଧିକ ଡ୍ରପ୍ ଆଉଟ୍ ଓଡ଼ିଶାରେ ରହିଛନ୍ତି । ୨୭ ପ୍ରତିଶତରୁ ଅଧିକ ପିଲା ସ୍କୁଲରୁ ହିଁ ପାଠ ଛାଡ଼ୁଛନ୍ତି । ଶିକ୍ଷା କ୍ଷେତ୍ରର ଏପରି ଚିତ୍ର ଦେଖାଇଛି ଅର୍ଥନୀତି ସର୍ଭେ ରିପୋର୍ଟ । ତେଣୁ ଏହା ଉପରେ ମଧ୍ୟ ଫୋକସ କରିପାରନ୍ତି ରାଜ୍ୟ ସରକାର ।

OTV is now on Whatsapp

Join and get latest news update delivered to you via whatsapp

Join Now