Advertisment

Snakebite menace grips Odisha:୨୦୨୩-୨୪ରେ ସାପ କାମୁଡ଼ାରେ ୧୧୫୦ ଜଣଙ୍କ ମୃତ୍ୟୁ

କାଳ ହେଉଛି ସର୍ପାଘାତ, ହାନୀ ହେଉଛି ଜୀବନ । ରାଜ୍ୟରେ ୨୪ ଘଣ୍ଟାରେ ପୃଥକ ପୃଥକ ସ୍ଥାନରେ ସର୍ପାଘାତରେ ୪ ଜୀବନ ଯାଇଛି

author-image
Ramakrushna Dakua
ଅଦ୍ୟତନ ହୋଇଛି
Snakebite menace grips Odisha

Snakebite menace grips Odisha: Stats show alarming death toll, lack of medical access adds to woes

 କାଳ ହେଉଛି ସର୍ପାଘାତ, ହାନୀ ହେଉଛି ଜୀବନ । ରାଜ୍ୟରେ ୨୪ ଘଣ୍ଟାରେ ପୃଥକ ପୃଥକ ସ୍ଥାନରେ ସର୍ପାଘାତରେ ୪ ଜୀବନ ଯାଇଛି । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ରାଧିକାଦେଇପୁରରେ ସର୍ପାଘାତରେ ମାଆ-ପୁଅଙ୍କ ଜୀବନ ଯାଇଛି । ମୃତକ ହେଲେ ମାଆ ଜେମା ମୁଣ୍ଡା ଓ ୮ ବର୍ଷର ପୁଅ ଗଣେଶ ମୁଣ୍ଡଜା। ଉଭୟଙ୍କୁ ପ୍ରଥମେ କେଶଦୁରାପାଲ ଡାକ୍ତରଖାନାରେ ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।....ସେପଟେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ବିଲୁଗାଁରେ ସାପ କାମୁଡ଼ାରେ ମାଇଁଭାଣିଜୀ ଜୀବନ ଯାଇଛି। ମୃତକ ହେଲେ ଭାଣିଜୀ ଲିମି କାର୍ଜି ଓ ମାଇଁ ଦମୟନ୍ତୀ ଶବର । ମଙ୍ଗଳବାର ରାତିରେ ଘରେ ଶୋଇଥିବା ସମୟରେ ଉଭୟଙ୍କୁ ସାପ କାମୁଡ଼ିଥିଲା। ଚିକିତ୍ସା ପାଇଁ ନେବା ପୂର୍ବରୁ ହିଁ ଦୁହିଁଙ୍କର ଜୀବନ ଚାଲିଯାଇଥିଲା । ଉଭୟଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗାଁକୁ ରାସ୍ତା ନଥିବାରୁ ଉଭୟଙ୍କୁ ରାତିରେ ଡାକ୍ତରଖାନା ନେବା ସମ୍ଭବ ହୋଇପାରିନଥିଲା

Advertisment

ଦିନକୁ ଦିନରାଜ୍ୟରେ କାଳ ସାଜୁଛି ସର୍ପାଘାତ । ୨୦୨୩-୨୪ରେ ସାପ କାମୁଡ଼ାରେ ରାଜ୍ୟରେ ୧୧୫୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୨୦୨୪-୨୫ରେ ୭୦୯ ଜଣଙ୍କ ଜୀବନ ଯାଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । କଟକ ଜିଲ୍ଲାରେ ସର୍ବାଧିକ ୧୬୨ ଜଣ ସାପକାମୁଡ଼ାରେ ମୃତ୍ୟୁବରଣ କରିଥିବା ବେଳେ ଗଂଜାମରେ ୧୫୫, ବାଲେଶ୍ବର ୧୩୯, କେନ୍ଦୁଝରରେ ୧୩୨ ଓ ସୁନ୍ଦରଗଡ଼ରେ ୧୦୨ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସରକାର ସର୍ପାଘାତ ଜନିତ ମୃତ୍ୟୁକୁ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି ।

ସାପ କାମୁଡ଼ିଲେ କ'ଣ କଲେ ବଞ୍ଚିଯିବ ଜୀବନ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସାପ କାମୁଡାର ପ୍ରଥମ ୩ରୁ ୪ ଘଣ୍ଟା ବେଶ୍ ଗୁରୁତ୍ବପୂର୍ଣ୍ଣ। ଏହି ସମୟ ମଧ୍ୟରେ ମେଡ଼ିକାଲରେ ପହଞ୍ଚିବା ଆବଶ୍ୟକ। ଆଣ୍ଟିଭେନମ୍ ଦ୍ବାରା ଏହାର ଚିକିତ୍ସା କରିଥାନ୍ତି ଡାକ୍ତର । ସାପ କାମୁଡ଼ା ରୋଗୀଙ୍କୁ ଚଲାଇ ଚଲାଇ ନିଅନ୍ତୁ ନାହିଁ । କୌଣସି ଗାଡ଼ିରେ ରୋଗୀଙ୍କୁ ସିଧା ବସାଇ ଡାକ୍ତରଖାନା ନେବା ଆବଶ୍ୟକ । ଗୋଲଡେନ୍ ପିରିୟଡ ଭିତରେ ଚିକିତ୍ସା ଦେଲେ ରୋଗୀଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରାଯାଇ ପାରିବ। ବର୍ଷାଦିନେ ସାପ କାମୁଡ଼ା କେସ ଅଧିକ ଦେଖାଯାଇଥାଏ ।

Advertisment
Odisha News Snakebite Treatment Guidelines Odisha Snakebite Deaths Odisha
Advertisment
Related Articles
Advertisment