/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755161757.jpg)
Jatra Controversy in Bhadrak: Committees Protest Ticket Price Hike
ପୁଣି ଯାତ୍ରାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ଅତ୍ୟଧିକ ମୂଲ୍ୟକୁ ନେଇ ମେଳି ବାନ୍ଧିଲାଣି ଯାତ୍ରା କମିଟି ସୁରକ୍ଷା ମଞ୍ଚ । ଭଦ୍ରକ ସହରର ନେହେରୁ ଷ୍ଟାଡିୟମ ନିକଟ ଏକ ହୋଟେଲରେ ଏକଜୁଟ ହୋଇଛନ୍ତି ୩୦ରୁ ଅଧିକ ଯାତ୍ରା କମିଟି । ଆସନ୍ତା ୧୭ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି ସରିଛି । ଯାତ୍ରା ପରିବେଷଣ ପାଇଁ ଯାତ୍ରା କମିଟି ଗୁଡ଼ିକ ବହୁ କ୍ଷତି ସହୁଥିବା କହିଚନ୍ତି ।
ଯାତ୍ରା ଟିକେଟର ଅହେତୁକ ବୃଦ୍ଧି ଯାତ୍ରା ପ୍ରେମୀଙ୍କୁ ନିରାଶ କରିବା ସହ କମିଟିକୁ କ୍ଷତି ସହୁଥିବା ପଡ଼ୁଥିବା କହିଚନ୍ତି । ପୂର୍ବରୁ ମାଲିକ ସଙ୍ଘ ସହ ଆଲୋଚନା ହୋଇଥିଲେ ମଧ୍ୟ ଚଳିତ ଯାତ୍ରା ଋତୁରେ କମିଟିର ଦାବି ପୂରଣ ହୋଇପାରି ନାହିଁ । ତେଣୁ ସବୁ ଯାତ୍ରା କମିଟି ଏକାଠି ହେବା ଆରମ୍ଭ କରିଚନ୍ତି । ଆଗାମୀ ସମୟରେ ଜିଲ୍ଲାରେ ସମସ୍ତ କମିଟି ଦାବି ରଖିବେ ଯେ ଯାତ୍ରା ଟିକେଟର ମୂଲ୍ୟ ୧୦୦ , ୧୫୦ ଓ ୨୦୦ରେ ସୀମିତ ରଖା ଯାଉ । ଯାତ୍ରାରେ ଅଶ୍ଳିଳତା ପ୍ରଦର୍ଶିତ ନ ହେଉ ଭଳି ଅନେକ ଦାବି ମଧ୍ୟ ରହିଛି । କିନ୍ତୁ ଆଲୋଚନା ମାଲିକ ସଂଘ ସହ ସଫଳ ହୋଇନଥିବାରୁ କମିଟି ଗୁଡ଼ିକ ଆଗାମୀ କାର୍ଯ୍ୟକାରିଣୀ ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)